ଚମତ୍କାର ଆଶାରେ ପାକିସ୍ତାନ: ଏହି କାରଣ ମହଙ୍ଗା ପଡିଲା

(ବେତାର ବ୍ୟୁରୋ) ବିଶ୍ୱକପ କ୍ରିକେଟର ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ଥିବା ପାକିସ୍ତାନ ଶୁକ୍ରବାର ବାଂଲଦେଶକୁ ଭେଟିବ । ସେମିଫାଇନାଲକୁ ଯିବାକୁ ହେଲେ ବାଂଲାଦେଶକୁ ବୃହତ ବ୍ୟବଧାନରେ ହରାଇବାକୁ ପଡିବ । ନ୍ୟୁଜିଲାଣ୍ଡକୁ ରନ୍ ରେଟରେ ପଛରେ ପକାଇ ପାରିଲେ ହିଁ ପାକିସ୍ତାନ ସେମିରେ ପ୍ରବେଶ କରିପାରିବ । ହେଲେ ଏହା ଆଦୌ ସହଜ ନୁହେଁ । 

 

ପାକିସ୍ତାନକୁ ସେମିକୁ ଯିବାକୁ ଦରକାର ଏହି ସବୁ ଚମତ୍କାର ।

 

ପ୍ରଥମେ ବ୍ୟାଟିଂ ଅପରିହାର୍ଯ୍ୟ
ପାକିସ୍ତାନକୁ ସେମି ଫାଇନାଲରେ ପ୍ରବେଶ କରିବାକୁ ହେଲେ ପ୍ରଥମେ ବ୍ୟାଟିଂ କରିବାକୁ ପଡିବ । ଯଦି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରେ ତେବେ ତେବେ ପାକିସ୍ତାନର ଆଶା ଆଶାରେ ହିଁ ରହିଯିବ । ତେଣୁ ମ୍ୟାଚ ପୂର୍ବରୁ ଟସ୍ ଜିତିବା ପାକିସ୍ତାନ ପାଇଁ ଜରୁରୀ ହୋଇପଡିଛି । ଏହା ହେଲେ ହିଁ ସେମି ଆଶା ସାମାନ୍ୟ ରହିବ । ଦ୍ୱିତୀୟରେ ବ୍ୟାଟିଂ କଲେ ବାଂଲଦେଶକୁ ହରାଇ ମଧ୍ୟ ସେମିକୁ ପାକିସ୍ତାନ ଯାଇପାରିବ ନାହିଁ ।


ବଡ ବ୍ୟବଧାନରେ ବିଜୟ ଜରୁରୀ
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଏକ ବୃହତ ସ୍କୋର କରିବାକୁ ପଡିବ । ଦଳ ଯଦି ୩୫୦ ରନ୍ କରେ ତେବେ ବାଂଲାଦେଶକୁ ୩୧୧ ରନରେ ହରାଇବାକୁ ପଡିବ । ସେହିପରି ପାକିସ୍ତାନ ୪୦୦ ରନ କଲେ ୩୧୬ ବ୍ୟବଧାନ, ୪୫୦ ରନ କରି ବାଂଲାଦେଶକୁ ୩୨୧ ରନରେ ହରାଇପାରିଲେ ହିଁ ନ୍ୟୁଜିଲାଣ୍ଡଠାରୁ ଅଧିକ ରନ୍ ରେଟ୍ ପାଇପାରିବ । ଏହି ଗାଣିତିକ ହିସାବ ନାମକୁ ମାତ୍ର ଆଶା ସୃଷ୍ଟି କରିଛି ଯାହା ଏକ ପ୍ରକାର ଅସମ୍ଭବ ।

 

ୱେଷ୍ଟଇଣ୍ଡିଜଠାରୁ ଶୋଚନୀୟ ପରାଜୟ ମହଙ୍ଗା ପଡିଲା
ଚଳିତ ବିଶ୍ୱକପରେ ପାକିସ୍ତାନ ଏହାର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିଥିଲା । ହେଲେ ଏହି ମ୍ୟାଚରେ ପାକିସ୍ତାନ ମାତ୍ର ୧୦୫ ରନ୍ କରି ୨୧.୪ ଓଭରରେ ସମସ୍ତ ୱିକେଟ ହରାଇଥିଲା । ଏôତସହ ୧୩.୪ ଓଭରରେ ୱେଷ୍ଟଇଣ୍ଡିଜଠାରୁ ଶୋଚନୀୟ ପରାଜୟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । 

 

ପାକିସ୍ତାନ ଏ ପର୍ଯ୍ୟନ୍ତ ତାର ବଡ ସ୍କୋର ଇଂଲଣ୍ଡ ବିପକ୍ଷରେ ୩୪୮ ରନ୍ କରିବାରେ ସକ୍ଷମ ହୋଇଛି। ଚଳିତ ବିଶ୍ୱକପର ସର୍ବାଧିକ ସ୍କୋର ଇଂଲଣ୍ଡ ନାମରେ ରହିଛି । ଆଫଗାନିସ୍ତାନ ବିରୋଧରେ ଇଂଲଣ୍ଡ ୩୯୭/୬ ରନ୍ କରିଥିଲା ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon