ଜାଣନ୍ତୁ : ଫଳ ଖାଇବାର ଠିକ୍ ସମୟ ଓ ଏହାର ଉପକାରିତା

(ବେତାର ବ୍ୟୁରୋ) ଆମ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଅଧିକାଂଶରେ ସମଧାନ କରିଥାଏ ବିଭିନ୍ନ ପ୍ରକାର ଫଳମୂଳ । ପ୍ରତିଦିନ ଖାଦ୍ୟରେ ଫଳ ସାମିଲ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁନ୍ଦର ହୋଇଥାଏ । ବିଭିନ୍ନ ପ୍ରକାର ଭିଟାମିନ, ଫାଇବର, ପୋଟାସିୟମ ଆଦି ପ୍ରଚୁର ମାତ୍ରାରେ ଆମକୁ ଫଳ ଖାଇବା ଦ୍ୱାରା ମିଳିପାରି ଥାଏ । 

 

ହେଲେ ସବୁ ସମୟରେ ଫଳ ଖାଇବା ଆମ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଆଣିଥାଏ । ଫଳ ଆହାର ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରହିଥାଏ, ଯାହା ଆମେ ଜାଣିବା ଜରୁରୀ । ନ ହେଲେ କେତେକ ସ୍ୱାସ୍ଥ୍ୟଗତ ଅସୁବିଧା ଭୋଗିବାକୁ ପଡିପାରେ ବୋଲି ଗବେଷଣାରୁ ଜଣାପଡିଛି ।

 

ଖାଲି ପେଟରେ ଫଳ ଖାଇପାରିବେ
ଭିଟାମିନ ଓ ଫାଇବରରେ ଭରପୂର ବିଭିନ୍ନ ଫଳକୁ ଆମେ ଖାଲି ପେଟରେ ଖାଇଲେ ତାହା ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ । ବିଶେଷ କରି ସକାଳେ ଫଳ ଖାଇବା ଅଭ୍ୟାସ ରଖିବା ଭଲ । ଫଳ ସହ ଏକ ଗ୍ଲାସ ପାଣି ମଧ୍ୟ ପିଅନ୍ତୁ । ସକାଳେ ଆମ ଶରୀର ଅଧିକ ମାତ୍ରାରେ ଶକ୍ତି ଓ ଅନ୍ୟାନ୍ୟ ପୋଷଣ ଆବଶ୍ୟକ କରିଥାଏ, ଯାହା ଫଳରୁ ଆମକୁ ମିଳିଯାଇଥାଏ । ତେବେ ଅଙ୍ଗୁରୁ, କମଳା ଆଦିକୁ ସକାଳେ ଖାଇବା ଠିକ୍ ନୁହେଁ ।

 

ବାୟାମ କରିବା ପୂର୍ବରୁ ଓ ପରେ ଖାଇପାରିବେ
ବାୟାମ କରିବା ପାଇଁ ଆମକୁ ଏନର୍ଜି ବା ଶକ୍ତିର ଆବଶ୍ୟକତା ପଡିଥାଏ । ତେଣୁ ଜିମକୁ ଯିବା ପୂର୍ବରୁ ଆପଣ କଦଳୀ, ଆମ୍ବ ଆଦି ଖାଇପାରିବେ । ଏଥିରୁ ପ୍ରଚୁର ମାତ୍ରାରେ ଶକ୍ତି ଶରୀରକୁ ମିଳିଥାଏ । ବାୟାମ କରିବା ପରେ ମଧ୍ୟ ଆମ ଶରୀର ଏନର୍ଜି ଆବଶ୍ୟକ କରିଥାଏ । ତେଣୁ ଏକ୍ସରସାଇଜ ପରେ ମଧ୍ୟ ଏହି ଫଳ ଖାଇପାରିବେ ।

 

ରାତିରେ କିମ୍ବା ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ
ଅନେକ ସେମାନଙ୍କ ଡିନରରେ ଫଳ ସାମିଲ କରୁଥିବାର ଦେଖାଯାଏ । ହେଲେ ଏହା ଏକ ଖରାପ ଅଭ୍ୟାସ । ସେହିପରି ଶୋଇବା ପୂର୍ବରୁ ମଧ୍ୟ ଫ୍ରୁଟସ୍ ଖାଇବା ଅନୁଚିତ । ଏହା ଦ୍ୱାରା ଆମ ଶରୀରର ସୁଗାର ଲେଭଲ ବଢିଯାଏ । ସେହିପରି ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ମଧ୍ୟ ଫଳ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଆମ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon