ସ୍ମାର୍ଟ ମିଶନ : ରାଜଧାନୀରେ ଜନଗହଳି ସ୍ଥାନରେ ମିଳିବ ମାଗଣା ୱାଇଫାଇ

(ବେତାର ବ୍ୟୁରୋ) ସ୍ମାର୍ଟସିଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ମିଳିବ ମାଗଣା ୱାଇଫାଇ । ମିଶନ ସ୍ମାର୍ଟସିଟିରେ କାର୍ଯ୍ୟକାରୀ ହେଉଥିବା ୱାଇଫାଇ ସେବାକୁ ରାଜଧାନୀର ଜନଗହଳି ତଥା ପ୍ରମୁଖ ସ୍ଥାନଗୁଡିକରେ ଉପଲବ୍ଧ ହେବ । ଭୁବନେଶ୍ୱର ପ୍ରାୟ ଅଧିକାଂଶ ସ୍ଥାନରେ ୱାଇଫାଇ ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର ଟୁଇଟ କରି ଜଣାଇଛନ୍ତି । 

 

ଡିଜିଟାଲ ସଂଯୋଗ ବଢିବ
ପ୍ରମୁଖ ସ୍ଥାନଗୁଡିକରେ ୱାଇଫାଇ ବ୍ୟବସ୍ଥା ହେବା ଦ୍ୱାରା ଡିଜିଟାଲ ସଂଯୋଗ କ୍ଷେତ୍ରରେ ଆଗେଇବା ପାଇଁ ଏହା ଆଉ ଏକ ପାଦ ହେବ ବୋଲି ସଚିବ କହିଛନ୍ତି । ବିଶେଷ କରି ରାଜଧାନୀକୁ ଯୋଡୁଥିବା ପ୍ରମୁଖ ରାସ୍ତା ଓ ଜନଗହଳି ସ୍ଥାନରେ ଏହି ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି ।

 

ନଭେମ୍ବରରୁ ଆରମ୍ଭ ହୋଇଥିଲା ୱାଇଫାଇ ପ୍ରକଳ୍ପ
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଗତ ବର୍ଷ ନଭେମ୍ବର ୫ ତାରିଖରେ ଭୁବନେଶ୍ୱରରେ ୱାଇଫାଇ ପ୍ରକଳ୍ପ ଆରମ୍ଭ ହୋଇଥିଲା ।  ପ୍ରଥମ ଦିନରୁ ୧୦୦ଟି ହଟସ୍ପଟ ଓ ୨୭୫ଟି ଆକ୍ସେସ ପଏଣ୍ଟ କାର୍ଯ୍ୟକ୍ଷମ ହୋଇଥିଲା କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟ ବିହାର ଛକରୁ ଏଜି ଛକ, ଶିଶୁ ଭବନ ଛକରୁ ବାଣୀବିହାର, ନାଲ୍କୋ ଛକରୁ ଆଚାର୍ଯ୍ୟ ବିହାର ଛକ ମଧ୍ୟରେ ୱାଇଫାଇ ସେବା ଆରମ୍ଭ କରାଯାଇଥିଲା । 

 

ଚାଲିବ ୫୧୮ ହଟସ୍ପଟ, ୧୮୦୦ ଆକ୍ସେସ ପଏଣ୍ଟ
ରାଜଧାନୀ ଭୁବନେଶ୍ୱର ପାଇଁ ମୋଟ ୫୧୮ ହଟସ୍ପଟ ଓ ୧୮୦୦ ଆକ୍ସେସ ପଏଣ୍ଟ କାର୍ଯ୍ୟକ୍ଷମ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ପର୍ଯ୍ୟାୟ କ୍ରମେ ବିଭିନ୍ନ ସ୍ଥାନରେ ଚାଲୁ କରାଯିବ ।

 

ଦିନକୁ ମିଳିବ ୨୫୦ ଏମବି ମାଗଣା ଡାଟା
ପ୍ରତ୍ୟେକ ଦିନ ଜଣେ ବ୍ୟବହାରକାରୀ ଦିନକୁ ୨୫୦ ଏମବି ଡାଟା ମାଗଣା ବ୍ୟବହାର କରିପାରିବେ ବୋଲି ନିୟକ ରହିଛି । ୩୦ ମିନିଟ ପର୍ଯ୍ୟନ୍ତ ଏହି ଡାଟାକୁ ସେକେଣ୍ଡ ପ୍ରତି ୨ ଏମବି ସ୍ପିଡରେ ଉପଲବ୍ଧ ହେବ । ଗୋଟିଏ ୱାଇଫାଇ ସ୍ପଟ ୧୫୦ ଜଣ ଉପଭୋକ୍ତା ଇଣ୍ଟରନେଟ ବ୍ୟବହାର କରିପାରିବେ । ମାଗଣା ୱାଇଫାଇ ବ୍ୟବହାର କରି ସାରିବା ପରେ ବ୍ୟବହାରକାରୀ ଟପ୍ ଅପ୍ ରିଚାର୍ଜ କରି ନିରବଚ୍ଛିନ୍ନ ସେବା ପାଇପାରିବେ ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon