ରଣବୀରଙ୍କୁ କପିଲ ଦେବଙ୍କ ଲୁକ ପାଇଁ ଲାଗିଛନ୍ତି ୧୦ ଏକ୍ସପର୍ଟ

Wednesday, July 10, 2019

(ବେତାର ବ୍ୟୁରୋ) ୧୯୮୩ରେ ଭାରତ ହାସଲ କରିଥିବା କ୍ରିକେଟ ବିଶ୍ୱକପ ଉପରେ ଆଧାରିତ ଫିଲ୍ମ ‘୮୩’ରେ ସେତେବେଳର ଅଧିନାୟକ କପିଲ ଦେବଙ୍କ ଭୂମିକାରେ ରଣବୀର ସିଂଙ୍କୁ ଦେଖିବାକୁ ମିଳିବ । କପିଲଙ୍କ ନେତୃତ୍ୱରେ ଭାରତ କିପରି ବିଶ୍ୱକପ ହାତେଇଥିଲା ତାହା ଏହି ଚଳଚ୍ଚିତ୍ରର କାହାଣୀ ରହିଛି । ଇତି ମଧ୍ୟରେ ଫିଲ୍ମରେ କପିଲ ଦେବଙ୍କ ଲୁକରେ ରଣବୀରଙ୍କ ଏକ ଫଟୋ ପ୍ରକାଶ ପାଇଛି ଯେଉଁଥିରେ ରଣବୀର ଅବିକଳ କପିଲଙ୍କ ଭଳି ଦେଖାଯାଉଛନ୍ତି । 

 

୧୦ ଏକ୍ସପର୍ଟଙ୍କ କମାଲ
ଗତ ଜୁଲାଇ ୬ ତାରିଖରେ ରଣବୀର ତାଙ୍କ ୩୪ ତମ ଜନ୍ମଦିନ ଅବସରେ ଏହି ଫଟୋ ପୋଷ୍ଟ କରିଛନ୍ତି । ତେବେ ରଣବୀରଙ୍କୁ ଏହି ଲୁକ୍ ଦେବା ଏତେ ସହଜ ନ ଥିଲା । ଏଥିପାଇଁ ୧୦ ଜଣ ଏକ୍ସପର୍ଟ ଲାଗିଥିବା  ଜଣାଯାଇଛି । କପିଲଙ୍କ ଲୁକ୍ ପାଇଥିବା ରଣବୀର ଚଳଚ୍ଚିତ୍ରରେ ତାଙ୍କ ଚରିତ୍ରକୁ ମଧ୍ୟ ଜୀବନ୍ତ କରିବାକୁ ଲାଗିପଡିଛନ୍ତି ।

 

ମପାଯାଇଥିଲା ରଣବୀରଙ୍କ ଉଚ୍ଚତା
ଏହି ଚରିତ୍ର ପାଇଁ ରଣବୀରଙ୍କୁ ବଛାଯିବା ପୂର୍ବରୁ ତାଙ୍କ ଉଚ୍ଚତା ମପାଯାଇଥିଲା । କପିଲଙ୍କ ଉଚ୍ଚତା ୧.୮୩ ମିଟର ଓ ରଣବୀରଙ୍କ ୧.୭୭ ମିଟର ରହିଛି । ତେବେ ଉଭୟଙ୍କ ଉଚ୍ଚତାରେ ସେତେ ତାରତମ୍ୟ ନ ଥିବାରୁ ରଣବୀରଙ୍କୁ ଚୟନ କରାଯାଇଥିଲା । ଏଥିସହ ରଣବୀର ପଞ୍ଜାବୀ ହେବା ମଧ୍ୟ ତାଙ୍କୁ ଏହି ଚରିତ୍ର ଦିଆଯିବାର ଏକ ବଡ କାରଣ ଥିଲା । 

 

କପିଲଙ୍କ ଘରେ ରହିଲେ ୧୦ ଦିନ
କ୍ରିକେଟ ଓ କପିଲଙ୍କୁ ବୁଝିବା ପାଇଁ ରଣବୀର ଏବେ ପୂରା ଦମ୍ ରେ ଲାଗି ପଡିଛନ୍ତି । ଏଥିପାଇଁ ସେ ନିଜେ କ୍ରିକେଟ ମଧ୍ୟ ଖେଳୁଛନ୍ତି । କପିଲଙ୍କୁ ଭଲ ଭାବେ ବୁଝିବା, ତାଙ୍କ ଚାଲିଚଳଣ, ଗେଟଅପ, କଥାବାର୍ତ୍ତା, ପର୍ସନାଲ ଲାଇଫ, ପସନ୍ଦ ନାପସନ୍ଦ ଆଦି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ରଣବୀର କପିଲଙ୍କ ଘରେ ୧୦ ଦିନ ମଧ୍ୟ ରହିଛନ୍ତି ।

 

ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ୱିଗ୍
କପିଲଙ୍କ ପରି ହେୟାର ଷ୍ଟାଇଲ ପାଇଁ ଏକ ସ୍ୱତନ୍ତ୍ର ୱିଗ ପ୍ରସ୍ତୁତ କରାଯାଇଛି । ସେହିପରି ଅବିକଳ ନାକ ପାଇଁ ପ୍ରୋସଥେଟିକର ବ୍ୟବହାର କରାଯାଇଛି ।  ଆଇବ୍ରୋ ଓ ନିଶ ଉପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ସେହିପରି ରଣବୀରଙ୍କ ସହ ଅନ୍ୟମାନେ ମଧ୍ୟ କିପରି ଖେଳାଳିଙ୍କ ଭଳି ଦେଖାଯିବେ ସେ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଇଂଲଣ୍ଡର କିଛି ଆର୍ଟିଷ୍ଟଙ୍କ ମଧ୍ୟ ଇନପୁଟ ନିଆଯାଇଛି ।


ଜୋତା ପାଇଁ ସ୍ୱତନ୍ତ୍ର ମେଶିନ 
ଫିଲ୍ମରେ କଳାକାରଙ୍କ ପାଇଁ ସ୍ୱତନ୍ତ୍ର ଜୋତା ତିଆରି କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ମେଶିନ ମଧ୍ୟ ବନାଯାଇଛି । ୧୯୮୩ରେ ଖେଳାଳିମାନେ ପିନ୍ଧୁଥିବା ଜୋତା ଏବେ ମାର୍କେଟରେ ଉପଲବ୍ଧ ନ ଥିବାରୁ ଏହି ବ୍ୟବସ୍ଥା କରାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon