ସାମ୍ବାଦିକଙ୍କ ସହ ଝଗଡା ପରେ କଙ୍ଗନାଙ୍କୁ ସୋନାଙ୍କ ସମାଲୋଚନା

Thursday, July 11, 2019

(ବେତାର ବ୍ୟୁରୋ) ଅପ୍ କମିଂ ଫିଲ୍ମ ‘ଜଜ୍ ମେଣ୍ଟାଲ ହୈ କ୍ୟା’ର ଏକ ଗୀତ ରିଲିଜ ଇଭେଣ୍ଟରେ ବଲିଉଡ କୁଇନ କଙ୍ଗନା ରାଣାୱତ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଘଟଣା ଏବେ ବଢିବାରେ ଲାଗିଛି । ‘ଏଣ୍ଟରଟେନମେଣ୍ଟ ଜର୍ନାଲିଷ୍ଟ ଗିଲ୍ଡ ଅଫ୍ ଇଣ୍ଡିଆ’ ଏହାକୁ ନିନ୍ଦା କରିବା ସହ ଏହି ଚଳଚ୍ଚିତ୍ରକୁ ମିଡିଆ କଭରେଜ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ଏହି ଘଟଣାରେ ଗାୟିକା ସୋନା ମହାପାତ୍ର କଙ୍ଗନାଙ୍କୁ ସମାଲୋଚନା କରିଛନ୍ତି ।

 

ସୋନାଙ୍କ ଟୁଇଟ
ଏହି ଘଟଣା ପରେ ସୋନା ଟୁଇଟ କରି କଙ୍ଗନାଙ୍କୁ ସମାଲୋଚନା କରିଛନ୍ତି । ଏଥିରେ ସୋନା ଲେଖିଛନ୍ତି, ଜଣେ ମହିଳା ଖରାପ ଶକ୍ତି, ପରିସ୍ଥିତି, ବାଧାବିଘ୍ନ ସହ ଲଢି ସଫଳତା ପାଇବା ସବୁଠାରୁ ବଡ କଥା । ହେଲେ ଏହା ପରେ ସେଥିରୁ କିଛି ନ ଶିଖି ‘ମନଷ୍ଟର’ ବା ରାକ୍ଷସ ଭଳି ସମାନ ଢଙ୍ଗରେ ଅନ୍ୟକୁ ବ୍ୟବହାର ଦେଖାଇବା ଦୁଃଖର କଥା । ଏଥିରୁ କଙ୍ଗନା ମୁକୁଳିବେ ବୋଲି ମୋର ଆଶା ।

 

କଙ୍ଗନାଙ୍କ ପରେ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ମଧ୍ୟ ସୋନା ସମାଲୋଚନା କରିଛନ୍ତି । କବୀର ସିଂ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ସମର୍ଥନରେ ବାହାରିଥିବା ରଙ୍ଗୋଲିଙ୍କ ଉଦ୍ଦେଶ୍ୟରେ ମଧ୍ୟ ସୋନା ସମାଲୋଚନା ପୂର୍ଣ୍ଣ ଲେଖା ଟୁଇଟ କରିଛନ୍ତି । ଘଟଣାରେ କଙ୍ଗନା ଆଦୌ କ୍ଷମା ମାଗିବେ ନାହିଁ ବୋଲି ରଙ୍ଗୋଲି କହିଥିଲେ ।

 

କ୍ଷମା ମାଗିଲେ ଏକତା କପୁର 
‘ଜଜ୍ ମେଣ୍ଟାଲ ହୈ କ୍ୟା’ର ଏକ ଗୀତ ରିଲିଜ ଇଭେଣ୍ଟରେ ସାମ୍ବାଦିକଙ୍କ ସହ ବିବାଦ ବେଳେ ସେଠାରେ ଉପସ୍ଥିତ ଥିଲେ ଫିଲ୍ମ ପ୍ରଡ୍ୟୁସର ଏକତା କପୁର । ‘ଏଣ୍ଟରଟେନମେଣ୍ଟ ଜର୍ନାଲିଷ୍ଟ ଗିଲ୍ଡ ଅଫ୍ ଇଣ୍ଡିଆ’ ସଂଘ ଘଟଣାକୁ ଗମ୍ଭୀରତାର ସହ ନେବା ଏକତା କ୍ଷମା ନ ମାଗିଲେ ଏହି ଚଳଚ୍ଚିତ୍ରକୁ ବୟକଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ତାଙ୍କ ଫିଲ୍ମରେ କୌଣସି ଅସୁବିଧା ନ ହେବାକୁ ଦୃଷ୍ଟିରେ ରଖି ଏକତା କ୍ଷମା ମାଗିନେଇଛନ୍ତି । ଏ ନେଇ ସେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।


ଏହି ଘଟଣା ପରେ ସଂଘ ପକ୍ଷରୁ ଏକତାଙ୍କ ନିକଟକୁ ଏକ ପତ୍ର ପଠାଯାଇଥିବା ଜଣାପଡିଛି । ଯେଉଁଥିରେ ଫିଲ୍ମର ଅନ୍ୟ କାଷ୍ଟକୁ ସମର୍ଥନ ଦେବାକୁ ସଂଘ ରାଜି ହୋଇଥିବାବେଳେ କଙ୍ଗନାଙ୍କୁ ଆଦୌ ସହଯୋଗ କରାଯିବ ନାହିଁ ନିଷ୍ପତ୍ତି ହୋଇଛି ।


 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon