ରେଡମି 7A: ମାତ୍ର କିଛି ସେକେଣ୍ଡରେ ଏହି ₹5,999 ମୂଲ୍ୟର ଫୋନ ଷ୍ଟକ ଶେଷ

(ବେତାର ବ୍ୟୁରୋ) ଚାଇନାର ମୋବାଇଲ ନିର୍ମାଣ କମ୍ପାନୀ ସାଓମୀ ଗୁରୁବାର ଏହାର ଶସ୍ତା ସ୍ମାର୍ଟଫୋଟ ଏମଆଇ ୭ଏର ଭାରତ ବଜାର ପ୍ରବେଶ କରାଇଛି । ତେବେ ଲଞ୍ଚ ହେବାର ମାତ୍ର କିଛି ସେକେଣ୍ଡରେ ହିଁ ଏହି ମଡେଲର ସମସ୍ତ ଫୋନ ଅନଲାଇନରେ ବିକ୍ରି ହୋଇସାରିଛି । 

 

୧୮ ଜୁଲାଇରେ ଆସିବ ପରବର୍ତ୍ତୀ ସେଲ
କମ୍ପାନୀ ପକ୍ଷରୁ ଅଧିକ ପରିମାଣରେ ଫୋନ ଷ୍ଟକ ରଖାଯାଇ ନ ଥିବାରୁ ଶୀଘ୍ର ଏହି ମଡେଲ ବିକ୍ରି ହୋଇଯାଇଥିବା ଗ୍ରାହକମାନେ କହୁଥିବା ଜଣାଯାଇଛି । ତେଣୁ ସେମାନଙ୍କ ପାଇଁ ଏହି ଫୋନର ଦ୍ୱିତୀୟ ସେଲ ଆସିବ ବୋଲି ସାଓମି ମ୍ୟାନେଜିଂ ଡାଇରେକ୍ଟର ସୂଚନା ଦେଇଛନ୍ତି । ଆସନ୍ତା ୧୮ ଜୁଲାଇରେ ଅନଲାଇନରେ ପୁଣି ଏହାର ଷ୍ଟକ ରହିବ । ଫ୍ଲିପକାର୍ଟ ଓ ଏମଆଇ.କମ୍ ସାଇଟରୁ ଲୋକେ ଏହି ମଡେଲ କିଣିପାରିବେ ବୋଲି ଡାଇରେକ୍ଟର ମନୁ କୁମାର ଜୈନ ଟୁଇଟ ମାଧ୍ୟମରେ ଜଣାଇଛନ୍ତି ।

 

ବଜାରରେ ଫୋନର ମୂଲ୍ୟ
ଏହି ଫୋନ ୨ଟି ଭାରିଆଣ୍ଟରେ ବଜାରରେ ଉପଲବ୍ଧ । ଗୋଟିଏରେ ୨ ଜିବି ରାମ ଓ ୧୬ ଜିବି ଇଣ୍ଟରନାଲ ମେମୋରି ରହିଥିବାବେଳେ ଏହାର ଦାମ୍ ୫,୯୯୯ ଟଙ୍କା ରଖାଯାଇଛି । ସେହିପରି  ୩ ଜିବି ରାମ ଓ ୩୨ ଜିବି ଇଣ୍ଟରନାଲ ମେମୋରି ଥିବା ମଡେଲର ଦାମ୍ ୬,୧୯୯ ଟଙ୍କା ରହିଛି ।

 

ପ୍ରୋସେସର, ଶକ୍ତି ସମ୍ପନ୍ନ ବ୍ୟାଟେରି ଚାହିଦା ବଢାଇଛି
ରେଡ ମି ୪ଏ, ୫ଏ, ୬ଏ ଠାରୁ ଏହି ଫୋନରେ ଅଧିକ ଶକ୍ତିଶାଳୀ ପ୍ରୋସେସର ରହିଛି । ଏମଆଇ ୭ଏ କ୍ୱାଲକମ ସ୍ନାପଡ୍ରାଗନ ୪୩୯ ଅକ୍ଟାକୋର ଚିପ୍ସେଟରେ ଏହା ଉପଲବ୍ଧ । ଏଥିସହ ଏହି ଫୋନରେ ୪୦୦୦ ଏମଏଚ କ୍ଷମତା ସମ୍ପନ୍ନ ବ୍ୟାଟେରି ରହିିଥିବା ଯୋଗୁ ଅଧିକ ସଂଖ୍ୟାରେ ଏହାର ଚାହିଦା ରହିଛି ।

 

ସେହିପରି ଫୋନରେ ଫ୍ରଣ୍ଟ ଓ ବ୍ୟାକ କ୍ୟାମେରାରେ ସିଙ୍ଗଲ ସେନସର ରହିଛି । ଝକ୍ଟଦ୍ଭଚ୍ଚ ଓଗଢ୪୮୬ ସେନସର ଓ ଚଊଇୠ  ଲେନ୍ସ ସହ ଏହାର ରିଅର କ୍ୟାମେରା ୧୨ ମେଗାପିକ୍ସେଲ ରହିଛି । ସମ୍ମୁଖ କ୍ୟାମେରା ୫ ଏମପି ବିଶିଷ୍ଟ ଥିବା ଜଣାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon