ଶପିଂ ମଲରେ ପାର୍କିଂ ଫି ଆଦାୟ ବେଆଇନ-କୋର୍ଟ

(ବେତାର ବ୍ୟୁରୋ) ଶପିଂ ମଲ୍, ମଲ୍ଟିପ୍ଲେକ୍ସ ଆଦିରେ ଯାନବାହନ ପାର୍କିଂ ପାଇଁ ଲୋକଙ୍କଠାରୁ ପାର୍କିଂ ଫି ଆଦାୟ କରିବା ବେଆଇନ ବୋଲି କହିଛନ୍ତି ଗୁଜରାଟ ହାଇକୋର୍ଟ । ସେଠାକାର ବିଲ୍ଡିଂ ଓ ଟାଉନ ପ୍ଲାନିଂ ନିୟମ ଅନୁଯାୟୀ ଶପିଂ ମଲଗୁଡିକ ଗ୍ରାହକଙ୍କ ପାଇଁ ଗାଡ଼ି ପାର୍କିଂର ସୁବିଧା ଯୋଗାଇ ଦେବା ନିୟମ ରହିଛି ବୋଲି ମୁଖ୍ୟ ବିଚାରପତି ଏ ଏସ୍ ଡାଭେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ।

 

ଅନୁମତି ନ ଦେଉ ଜିଡିସିଆର
ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଯୁକ୍ତିକୁ ଯଥାର୍ଥ ଦର୍ଶାଇ କହିଛନ୍ତି ଯେ, ବେସରକାରୀ ମଲ୍ଟିକମ୍ପେକ୍ସଗୁଡିକ ଯେପରି ଲୋକଙ୍କଠାରୁ ପାର୍କି ଫି ଆଦାୟ ନ କରେ ସେଥିପ୍ରତି ଜେନେରାଲ ଡେଭେଲପମେଣ୍ଟ କଣ୍ଟ୍ରୋଲ ରେଗୁଲେଶନ (ଜିଡିସିଆର୍) ଦୃଷ୍ଟି ରଖିବା ଦରକାର । ଏପରି ହେଉଥିଲେ ସମ୍ପୃକ୍ତ ଶପିଂମଲକୁ ପାର୍କି ଫି ଆଦାୟ ପାଇଁ ଅନୁମତି ନ ଦେବା ଆବଶ୍ୟକ । 

 

ସ୍ୱତନ୍ତ୍ର ଭାବେ ପାର୍କିଂ ବ୍ୟବସ୍ଥା କରିବେ ମଲ୍
ଏଥିସହ ଶପିଂ ମଲଗୁଡିକ ଯେପରି ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପାର୍କିଂ ସ୍ପେଶ ବାହାର କରିବେ ସେଥିପ୍ରତି ଜିଡିସିଆର ଧ୍ୟାନ ଦେବେ । ଅତିକମ୍ ରେ ପ୍ରଥମ ଘଣ୍ଟାଏ ପାଇଁ ଲୋକଙ୍କୁ ମାଗଣା ପାର୍କିଂ ଯୋଗାଯିବା ଉଚିତ ବୋଲି ପୂର୍ବରୁ ଏକ ନିମ୍ନ କୋର୍ଟ ଶୁଣାଣି କରି କହିଥିଲେ । ହେଲେ ପରେ ଏହାକୁ ଖଣ୍ଡପୀଠ ରଦ୍ଦ କରିଥିଲେ ।

 

ପୋଲିସ ଜାରି କରିଥିଲା ନୋଟିସ୍
ଗୁଜରାଟର ଏକ ଶପିଂ ମଲ ବେଆଇନ ଭାବେ ପାର୍କିଂ ଫି ଆଦାୟ କରିବାକୁ ବିରୋଧ କରିଥିଲା ସ୍ଥାନୀୟ ପୋଲିସ ଓ କେତେଜଣ ଲୋକ ପ୍ରତିନିଧି । ଏହାକୁ ନେଇ ପୋଲିସ ସମ୍ପୃକ୍ତ ଶପିଂ ମଲ୍ ବିରୋଧରେ ଏକ ନୋଟିସ୍ ଜାରି କରିଥିଲା । ପରେ ଶପିଂ ମଲର ମାଲିକ ଏ ନେଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି ଗଠିତ ଖଣ୍ଡପୀଠ ମଧ୍ୟ ପାର୍କିଂ ପି ଆଦାୟକୁ ବେଆଇନ ଦର୍ଶାଇଥିଲେ ।

 

ଅନ୍ୟପକ୍ଷରେ ସର୍ବସାଧାରଣ ସ୍ଥାନ ତଥା ରାସ୍ତାପାଶ୍ୱର୍ରେ ମଧ୍ୟ ପାର୍କିଂ ବାବଦରେ ଅର୍ଥ ଆଦାୟକୁ ବେଆଇନ କହିଥିଲେ ଖଣ୍ଡପୀଠ । ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଇ ଏପରି ପାର୍କି ଫି ଆଦାୟ ଉପରୋକ ଲଗାଇବାକୁ ସ୍ୱତନ୍ତ୍ର ନିୟମ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon