ଗରିବ ପ୍ରତିଭାଙ୍କ କାହାଣୀ 'ସୁପର-30' ରିଲିଜ: ଆରଂଭରୁ ଭଲ ବ୍ୟବସାୟ

Saturday, July 13, 2019

(ବେତାର ବ୍ୟୁରୋ) ବାୟୋଗ୍ରାଫିକାଲ ଡ୍ରାମା ବଲିଉଡ ଫିଲ୍ମ ସୁପର-୩୦ ଶୁକ୍ରବାର ପରଦାକୁ ଆସିଛି। ଚଳଚ୍ଚିତ୍ରରୁ ପ୍ରାୟ ୨ ବର୍ଷର ଗ୍ୟାପରେ ହ୍ରିତିକଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ବିକାଶ ଚହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ପ୍ରଖ୍ୟାତ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ । ତେବେ ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସ୍ରେ ଭଲ କଲେକ୍ସନ କରିଥିବା ଜଣାପଡିଛି। 

 

ସ୍କ୍ରିନରେ ଆନନ୍ଦଙ୍କ ସଂଘର୍ଷମୟ କାହାଣୀ
ଏହି ଫିଲ୍ମ ଜୀବନ୍ତ କିମ୍ବଦନ୍ତୀ ତଥା ଗଣିତଜ୍ଞ ଆନନ୍ଦ କୁମାରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ଉପରେ ଆଧାରିତ । ଜଣେ ମେଧାବୀ ଛାତ୍ର ଦାରିଦ୍ର‌୍ୟତା ଯୋଗୁ ଆଇଆଇଟିରେ ଶିକ୍ଷାଲାଭ କରିବାର ସୁଯୋଗ ହରାନ୍ତି । ସେବେଠାରୁ ଛାତ୍ର ଜଣକ କୌଣସି ଯୋଗ୍ୟ ଗରିବ ପିଲା ଯେପରି ତାଙ୍କ ଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଅନ୍ତି ସେ ନେଇ ଆନନ୍ଦ ଉଦ୍ୟମ କରନ୍ତି । 

 

ଏଥିପାଇଁ ସେ ସ୍ୱଚ୍ଛଳ ବର୍ଗର ପିଲାଙ୍କୁ ପାଠ ପଢାଇ ଆୟ କରୁଥିବା ଟଙ୍କା ଗରିବ ପିଲାଙ୍କ ପିଛା ଖର୍ଚ୍ଚ କରନ୍ତି । ପ୍ରତିବର୍ଷ ସେ କିପରି ୩୦ ପିଲାଙ୍କୁ ଶିକ୍ଷାଦେଇ ଆଇଆଇଟି ଭର୍ତ୍ତି କରୁଛନ୍ତି ତାହା ଏହି ଚଳଚ୍ଚିତ୍ରରେ ଦେଖାଦେଇଛି ।

 

ଆନନ୍ଦଙ୍କ ସ୍ତ୍ରୀ ଭୂମିକାରେ ମୃଣାଳ ଠାକୁର
ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ହ୍ରିତିକ ରୋଶନ ଥିବାବେଳେ ଆନନ୍ଦଙ୍କ ସ୍ତ୍ରୀ ରିତୁ ରଶ୍ମୀଙ୍କ ଭୂମିକା ନିଭାଇଛନ୍ତି ମୃଣାଲ ଠାକୁର । ଆନନ୍ଦଙ୍କ ପିତା ରାଜେନ୍ଦ୍ର କୁମାରଙ୍କ ଚରିତ୍ରରେ ଅଛନ୍ତି ବୀରେନ୍ଦ୍ର ସକ୍ସେନା ଓ ଭାଇ ପ୍ରଣବ

 

ଙ୍କ ଭୂମିକା ତୁଲାଇଛନ୍ତି ନନ୍ଦିଶ ସାନ୍ଧୁ । ଲାଖନ ଭାଇ ଚରିତ୍ରରେ ଜନି ଲିବର ରହିଥିବାବେଳେ ଆନନ୍ଦଙ୍କ ପ୍ରତିଦ୍ୱନ୍ଦ୍ୱୀ ଚରିତ୍ରରେ ରହିଛନ୍ତି ପଙ୍କଜ ତ୍ରିପାଠୀ ।

 

ଆଦିତ୍ୟ ଶ୍ରୀବାସ୍ତବଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ଫ୍ୟାଣ୍ଟମ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସଞ୍ଜୀବ ଦତ୍ତଙ୍କ ରଚିତ ପୈସା.. ଗୀତରେ କରିସ୍ମା ଶର୍ମାଙ୍କୁ ଦେଖିବାକୁ ମିଳିଛି ।

 

ଫିଲ୍ମ ସୁପର-୩୦ ବକ୍ସ ଅଫିସ୍ ରେ  ଭଲ ଓପନିଂ କରିଛି । ପ୍ରଥମ ଦିନରେ ଏହା ୧୨ କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଜଣାପଡିଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon