ହ୍ୱାଟସଆପ ମେସେଜ ଡିଲିଟ ହେଇଯାଇଛି ! ଏମିତି ହେବ ଦେଖି

Saturday, July 13, 2019

(ବେତାର ବ୍ୟୁରୋ) ଭୁଲବଶତଃ ହ୍ୱାଟସ ଆପରୁ ଆପଣ କୌଣସି ବ୍ୟକ୍ତି କିମ୍ବା ଗ୍ରୁପରେ କରିଥିବା ମେସେଜ ଡିଲିଟ ବା କାଟି ଦେଇଛନ୍ତି କି? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ଲୋକପ୍ରିୟ ମେସେଜିଂ ଆପ୍ଲିକେଶନ ୟୁଜର୍ସମାନଙ୍କ ପାଇଁ କଟିଯାଇଥିବା ମେସେଜ ପଢିବାର ସୁବିଧା ରଖିଛି । 

 

ଆସନ୍ତୁ ଜାଣିବା କିପରି ରିକଭର କରିହେବ ପୁୁରୁଣା ମେସେଜ ।

 

ହ୍ୱାଟସ ଆପରୁ ଡିଲିଟ କରାଯାଉଥିବା ମେସେଜ ପ୍ରକୃତରେ ଫୋନରେ ହିଁ ଷ୍ଟୋର ହୋଇ ରହିଥାଏ । ତେଣୁ ଏହି ଆପ୍ଲିକେଶନର ରିକଭରି ଫିଚର ସାହାଯ୍ୟରେ ପୁରୁଣା ମେସେଜ ଦେଖି ହୋଇପାରିବ । ଚାଟ ହିଷ୍ଟ୍ରି ହ୍ୱାଟସ ଆପ ସର୍ଭରରେ ଷ୍ଟୋର ହୋଇ ନ ଥାଏ । ମେସେଜଗୁଡିକ ବ୍ୟାକ ଅପ୍ ହୋଇ ଅଲଗା ଭାବେ ରହିଥାଏ ।

 

ଅନଇନଷ୍ଟଲ କରି ପୁଣି ଡାଉନଲୋଡ କରିନିଅନ୍ତୁ
ଯଦି ଆପଣ କୌଣସି କଣ୍ଟାକ୍ଟକୁ କରିଥିବା ମେସେଜ କିମ୍ବା ସମ୍ପୂର୍ଣ୍ଣ ଚାଟକୁ କ୍ଲିଅର କରି ଦେଇଛନ୍ତି ତେବେ ସହଜରେ ଆପଣ ଏହାକୁ ପୁନର୍ବାର ଫୋନରେ ପାଇପାରିବେ । ହ୍ୱାଟସ ଆପ ପ୍ରତିଦିନ, ପ୍ରତି ସପ୍ତାହରେ କିମ୍ବା ପ୍ରତି ମାସରେ ଲୋକାଲ ଡିଭାଇସ ବ୍ୟାକଅପ୍ ରଖିଥାଏ । 

 

ଯଦି ଡେଲି ବ୍ୟାକଅପକୁ ଆକ୍ଟିଭେଟ କରିଛନ୍ତି ତେବେ ହ୍ୱାଟସ ଆପକୁ ଅନଇନଷ୍ଟଲ କରି ପୁଣି ଇନଷ୍ଟଲ କରି ନିଅନ୍ତୁ । ଏହା ପରେ ଲଗ୍ ଇନ୍ ପ୍ରକ୍ରିୟାକୁ ଅନୁସରଣ କରନ୍ତୁ । ଆପ୍ ଦ୍ୱାରା ଦିଆଯାଇଥିବା ରିଷ୍ଟୋର ବ୍ୟାକଅପ୍ ମେସେଜ ବିକଳ୍ପ ଉପରେ କ୍ଲିକ କରନ୍ତୁ । 

 

- ଯଦି ମେସେଜ ବ୍ୟାକଅପ୍ କ୍ରିଏଟ ହେବା ପରେ ଆପଣ ମେସେଜ ଡିଲିଟ କରିଦେଇଛନ୍ତି ତେବେ ସେହି ମେସେଜଗୁଡିକ ରିକଭର ପାଇଁ ଏହି ଆପ୍ କୌଣସି ଫିଚର ରଖିନାହିଁ । ଉଦାହରଣ, ଯଦି ଆପଣଙ୍କ ବ୍ୟାକଅପ୍ ସନ୍ଧ୍ୟା ୫ଟାରେ ହେଉଛି ତେବେ ସେହିଦିନ ରାତି ୯ଟାରେ ଡିଲିଟ କରିଥିବା ମେସେଜ ପାଇପାରିବେ ନାହିଁ । କିନ୍ତୁ ସନ୍ଧ୍ୟା ୫ଟା ପୂର୍ବରୁ କାଟିଦେଇଥିବା ମେସେଜ ରିକଭର କରିହେବ ।

 

ଅଲଗା ଆପ୍ଲିକେଶନ ଇନଷ୍ଟଲ କରିପାରିବେ
ଯଦି ଆପଣଙ୍କୁ ମେସେଜ ପଠାଇଥିବା ବ୍ୟକ୍ତି ଜଣକ ମେସେଜ କାଟି ଦେଇଥାନ୍ତି ତେବେ ଆପଣ ଅଲଗା ଆପ୍ଲିକେଶନ ମାଧ୍ୟମରେ ଏହାକୁ ଦେଖିପାରିବେ । ପ୍ଲେ ଷ୍ଟୋରକୁ ଯାଇ Notification History କିମ୍ବା Notif Log Notification History ଆପ୍ ଡାଉନଲୋଡ କରିପାରିବେ । ଏପରି ଆପ୍ଲିକେଶନ ସମସ୍ତ ନୋଟିଫିକେଶନ ଓ ରିସିଭ ହୋଇଥିବା ମେସେଜର ଡାଟା ରଖିଥାଏ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon