ଓଜନ କମାଇବା ଟିପ୍ସ : ସବୁଦିନ ଖାଆନ୍ତୁ ଅଣ୍ଡା

(ବେତାର ବ୍ୟୁରୋ) ଯେଉଁମାନେ ଓଜନ କାଇବାକୁ ଚାହୁଁଛନ୍ତି ବା ନିଜ ଓଜନକୁ ଆଉ ବଢିବାକୁ ଦେବାକୁ ଚାହୁଁ ନାହାନ୍ତି , ସେମାନେ ସବୁଦିନ ଅଣ୍ଡା ଖାଇବା ଦରକାର । ଆଶ୍ଚର୍ଯ୍ୟ ଲାଗୁଥିବ ଆପଣଙ୍କୁ । ହେଲେ ଏହା ଏକଦମ ସତ ।

 

ଅଣ୍ଡାରେ ଫ୍ୟାଟ ଅଛି ବୋଲି ଅନେକ ଲୋକ ଏହାକୁ ଖାଇ ନ ଥାନ୍ତି । ହେଲେ ଅଣ୍ଡାର କେଶର ବାଦ ଦେଲେ ଏଥିରେ କେବଳ ପ୍ରୋଟିନ  ହିଁ ଥାଏ, ଯାହା ଓଜନକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ।

 

ପୋଷାକତତ୍ତ୍ଵବିଦମାନଙ୍କ ମତରେ  ଅଣ୍ଡାରେ ଅଧିକ ପରିମାଣରେ ପ୍ରୋଟିନ, ସ୍ୱାସ୍ଥ୍ୟକର ଫ୍ୟାଟ୍‌, ଭିଟାମିନ୍‌ ଏବଂ ମିନେରାଲ୍ସ ରହିଥାଏ। ଏହା ଶରୀରକୁ ଶକ୍ତି ଦେବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ ।

 

କେଉଁ କେଉଁ ଗୁଣ ପାଇଁ ଦୈନିକ ଅଣ୍ଡା ଖାଇବା ଜରୁରୀ ଆସନ୍ତୁ ଜାଣିବା ।

 

-ଯେଉଁମାନେ ନିଜ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, ସେମାନେ ପ୍ରତିଦିନ ଅଣ୍ଡା ଖାଇବା ଆରମ୍ଭ କରିବା ଦରକାର । କାରଣ ଅଣ୍ଡା ଖାଇବା ଦ୍ୱାରା ପେଟ ଭରି ରହିଥାଏ । ଏହାଦ୍ୱାରା ଆପଣ ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନାହିଁ । 

 

-ଅଣ୍ଡା ଶରୀରର ମେଟାବଲିଜିମ୍‌କୁ ନିୟନ୍ତ୍ରିତ କରିଥାଏ । ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଶରୀରରୁ ୮୦-୧୦୦କ୍ୟାଲୋରି କମ ହୋଇଥାଏ ।

 -ଏମିତି ଅନେକ ଖାଇବା ଜିନିଷ ରହିଛି, ଯାହାକୁ ଯେତେ ଖାଇଲେ ବି ପେଟ ଭରି ନଥାଏ । କାରଣ ସେ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା କମ ରହିଥାଏ । ଏଭଳି ପରିସ୍ଥିତିରେ ଆପଣ ଅଣ୍ଡା ଖାଇ ପାରିବେ । ଯାହାଦ୍ୱାରା ଆପଣଙ୍କ ପେଟ ଭରି ରହିବା ସହ ଓଜନ କମ ହେବ ।

 

-ଓଜନ କମ୍‌ କରିବା ପାଇଁ କମ୍‌ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଅଣ୍ଡାରେ କମ୍‌ କ୍ୟାଲୋରୀ ଥିବାରୁ ଆପଣ ଏହାକୁ ପ୍ରତିଦିନର ଖାଦ୍ୟରେ ଖାଇ ପାରିବେ । ଗୋଟେ ଅଣ୍ଡାରେ ମାତ୍ର ୭୮କ୍ୟାଲୋରୀ ରହିବା ସହ ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଗୋଟେ ଦିନରେ ଆପଣମାନେ ୨-୩ ଅଣ୍ଡା ଖାଇ ପାରିବେ ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon