ବେତାର ଉତ୍ତର : ଚା' ସହିତ କାହିଁକି ଖିଆଯାଏ ବିସ୍କୁଟ

(ବେତାର ବ୍ୟୁରୋ) ଚା’ରେ ସାଧାରଣତଃ ଏସିଡିଟିର ମାତ୍ର ଯଥେଷ୍ଟ ଅଧିକ ରହିଥାଏ। ତେଣୁ ସକାଳୁ ଯେଉଁମାନଙ୍କର ବେଡ୍‌ ଟି ପିଇବାର ଅଭ୍ୟାସ ରହିଛି ସେମାନେ ଖାଲି ପେଟରେ ଚା’ ପିଇବା ଆଦୌ ଉଚିତ୍‌ ନୁହେଁ। କାରଣ ଏହା ଶରୀରରେ ଏସିଡ୍‌ର ମାତ୍ରାକୁ ବଢାଇ ଦେଇଥାଏ।

 

ଆସନ୍ତୁ ଜାଣିବା ଖାଲି ପେଟରେ ଚା’ ପିଇବା କାହିଁକି ବିପଦଜ୍ଜନକ ହେଇପାରେ ।

 

– ଗୋଟିଏ ଦିନରେ ଯେଉଁ ପୁରୁଷମାନେ ୪-୫ କପ୍‌ ଚା’ ପିଅନ୍ତି ସେମାନଙ୍କଠାରେ ପ୍ରୋଷ୍ଟେଟ୍‌ କ୍ୟାନସର ହେବାର ସମ୍ଭାବନା ରହିଥାଏ।

 

– ଖାଲି ପେଟରେ ବ୍ଲାକ୍‌ ଟି ପିଇଲେ ପେଟ ଫୁଲିଥାଏ।

 

– ଏହା ଖାଲିପେଟରେ ଗ୍ୟାଷ୍ଟ୍ରିକ୍‌ ମ୍ୟୁକସକୁ ବଢାଇ ଦେଉଥିବାରୁ ଭୋକ ଲାଗି ନ ଥାଏ।

 

– ଯେଉଁମାନଙ୍କର ଏସିଡିଟି ସମସ୍ୟା ଥାଏ ସେମାନେ ଖାଲି ପେଟରେ ଚା’ ପିଇଲେ ଏହା ବଢି ଯାଇଥାଏ।

 

– ବିଶେଷ କରି ଅଦା ଚା’ ଖାଲି ପେଟରେ ପିଇଲେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ବଢିଯାଏ।

 

– ଅନେକ ଲୋକ ଖାଲି ପେଟରେ ଚା’ ପିଇବା ଦ୍ୱାରା ବାନ୍ତି ଭଳି ସମସ୍ୟା ଉପୁଜିଥାଏ।ସବୁବେଳ ଚା’ ପିଇବା ସମୟରେ ବିସ୍କୁଟ କିମ୍ବା କିଛି ଲୁଣି ଜିନିଷ ଖାଇବା ଭଲ। ଆହୁରି ମଧ୍ୟ ଚା’ ସହ ମିଠା ଅବା ଲୁଣି ଜିନିଷ ଖାଇଲେ ଅର୍ଶ ସମସ୍ୟା ଦେଖାଦେଇ ନ ଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon