ବାତିଲ ଓଟିଇଟି ପରୀକ୍ଷା ଏଥର ଅନଲାଇନରେ ହେବ,ଏମିତି ହେବ ଆବେଦନ

(ବେତାର ବ୍ୟୁରୋ) ଓଟିଇଟି (ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ପାଇଁ ମାଧ୍ୟମିକ  ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଆଶାୟୀ ଛାତ୍ରୀଛାତ୍ରମାନେ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ । 

 

ଜୁଲାଇ ୨୯ ଫି ପେମେଣ୍ଟ ଶେଷ ତାରିଖ
ଚଳିତ ବର୍ଷ ଅନଲାଇନରେ ହିଁ ପରୀକ୍ଷାର୍ଥୀମାନେ ଆବେଦନ କରିବାକୁ ବ୍ୟବସ୍ଥା କରାଯାଇଛି । ଜୁଲାଇ ୨୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଆଦେନକାରୀ ଅନଲାଇନରେ ଫି ପେମେଣ୍ଟ କରିବେ । ଅଗଷ୍ଟ ପ୍ରଥମ ସପ୍ତାହରେ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ପେପର-୧ ଓ ପେପର-୨ ପାଇଁ ପରୀକ୍ଷାର୍ଥୀ ଅଲଗା ଅଲଗା ଆବେଦନ କରିବେ । ଏଥିପାଇଁ ଅଲଗା ଫି ମଧ୍ୟ ଦେବାକୁ ପଡିବ ।

 

ସାନି ଆବେଦନ କରିବେ ପୁରୁଣା ପରୀକ୍ଷାର୍ଥୀ
ପ୍ରଶ୍ନପତ୍ର ଲିକ୍ ଯୋଗୁ ଗତ ଜାନୁୟାରୀ ୧୬ ତାରିଖରେ ୨୦୧୮ ଓଟିଇଟି ପରୀକ୍ଷା ବାତିଲ ହୋଇଥିଲା। ତେଣୁ ଗତବର୍ଷ ପରୀକ୍ଷା ଦେଇ ନ ଥିବା ପରୀକ୍ଷାର୍ଥୀ ସାନି ଆବେଦନ କରିବେ । ଏଥିପାଇଁ ସେମାନଙ୍କୁ କୌଣସି ଫି ଦେବାକୁ ପଡିବନି । ସେମାନଙ୍କ ପୁରୁଣା ରୋଲ ନମ୍ବର ତଥା ଆପ୍ଲିକେଶନ ଆଇଡି ଦେବାପରେ ଆବେଦନ କରିପାରିବେ ।

 

ପ୍ରଥମ ଥର ପାଇଁ ଅନଲାଇନ ପରୀକ୍ଷା
ସବୁବର୍ଷ ଓଟିଇଟି ପରୀକ୍ଷା ଅଫଲାଇନ ହେଉଥବାବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନଲାଇନରେ ପରୀକ୍ଷା ହେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରଶ୍ନପତ୍ର ଚୋରି ରୋକିବାକୁ ଏପରି ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । 

 

କେଉଁମାନେ ଏହି ପରୀକ୍ଷା ଦେବାକୁ ଯୋଗ୍ୟ


ପେପର-୧
- ଯୁକ୍ତ ୨ କିମ୍ବା ସମାନ ପାଠ୍ୟକ୍ରମରେ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଏଥିସହ ସିଟି (ଡିପ୍ଲୋମା ଇନ ଏଲିମେଣ୍ଟାରି ଏଜୁକେଶନ) କିମ୍ବା କୌଣସି ସ୍ୱତନ୍ତ୍ର ଏଜୁକେଶନରେ ୨ ବର୍ଷର କୋର୍ସ କରିଥିବା ଦରକାର ।

 

-  ଗ୍ରାଜୁଏସନ ଡିଗ୍ରୀଧାରୀ ପରୀକ୍ଷାର୍ଥୀ ୨ ବର୍ଷର ସିଟି କୋର୍ସ କିମ୍ବା ସ୍ୱତନ୍ତ୍ର ଏଜୁକେଶନରେ ଡିପ୍ଲୋମା କରିଥିବା ଆବଶ୍ୟକ ।

 

ପେପର-୨
ଗ୍ରାଜୁଏଶନ ସମ୍ପୂର୍ଣ୍ଣ କରିଥିବା ପରୀକ୍ଷାର୍ଥୀ ସ୍ପେଶିଆଲ ଏଜୁକେଶନ କିମ୍ବା ଗୋଟିଏ ବର୍ଷ ବିଇଡି କରିଥିବା ଆବଶ୍ୟକ । ଯୁକ୍ତ ୨ କିମ୍ବା ସମାନ ପାଠ୍ୟକ୍ରମ କରିଥିବା ଛାତ୍ରଛାତ୍ରୀ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିବା ସହ ୪ ବର୍ଷର ବିଏଇଡି କିମ୍ବା ବିଏସ୍ସିଇଡି କୋର୍ସ କରିଥିବା ଦରକାର ।

 

ଏସସି/ଏସଟି/ଏସସିବିସି/ପିଏଚ୍ କାଟାଗୋରି ପିଲାଙ୍କ ପାଇଁ କ୍ୱାଲିଫାଇଂ ମାର୍କରେ ୫ ପ୍ରତିଶତ ଛାଡ କରାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon