ଟ.20 ଚୋରି ମାମଲା: 41 ବର୍ଷ ପରେ ଏମିତି ଆସିଲା ଫଇସଲା

Tuesday, July 16, 2019

(ବେତାର ବ୍ୟୁରୋ) ଜଣେ ବ୍ୟକ୍ତି ୨୦ ଟଙ୍କା ଚୋରି କରିବା ସମ୍ପର୍କିତ ମାମଲା କୋର୍ଟରେ ପହଞ୍ଚିବା ଏବଂ ଦୀର୍ଘ ୪୧ ବର୍ଷ ପରେ ଏହାର ଫଇସଲା କରାଯିବା ଘଟଣା ଏବେ ମଧ୍ୟପ୍ରଦେଶ ସ୍ଥିତ ଗ୍ୱାଲିୟରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ଅଭିଯୁକ୍ତ ଜଣକ ଏଥିପାଇଁ ୪ ମାସ ଜେଲ ମଧ୍ୟ କାଟିଥିବା ଜଣାପଡିଛି ।

 

ଜାଣନ୍ତୁ କ’ଣ ଥିଲା ପୂରା ଘଟଣାବଳୀ ।


ବସ୍ ଟିକେଟ କାଟିବାବେଳେ ହୋଇଥିଲା ଚୋରି
ମଧ୍ୟପ୍ରଦେଶରେ ୧୯୭୮ ମସିହାରେ ବାବୁଲାଲ ନାମକ ଜଣେ ବ୍ୟକ୍ତି ବସ୍ ଟିକେଟ କାଟିବା ପାଇଁ ଲାଇନରେ ଛିଡା ହୋଇଥିବାବେଳେ ତାଙ୍କ ପକେଟରୁ କେହି ୨୦ ଟଙ୍କା ଚୋରି କରି ନେଇଥିଲେ । ତାଙ୍କ ନିକଟରେ ଥିବା ଇସ୍ମାଇଲ ଖାନ ସେହି ଟଙ୍କା ଚୋରି କରିଥିବା ନେଇ ବାବୁଲାଲ ଥାନାରେ ଏତଲା ଦେଇଥିଲେ।

 

ଇସ୍ମାଇଲଙ୍କୁ ୪ ମାସ ଜେଲ
ଥାନାରେ ମାମଲା ପରେ ଇସ୍ମାଇଲ ବେଲରେ ଆସିଥିଲେ । ତେବେ କୋର୍ଟ ପକ୍ଷରୁ ଧାର୍ଯ୍ୟ ତାରିଖରେ ତାଙ୍କୁ ହାଜିର ହେବାକୁ ପଡୁଥିଲା ।  କିନ୍ତୁ ୨୦୦୪ରେ ସେ ଆଉ କୋର୍ଟରେ ହାଜିର ହୋଇ ନ ଥିଲେ । ପରେ ଏପ୍ରିଲ ୨୦୧୯ରେ ଇସ୍ମାଇଲଙ୍କ ନାମରେ ୱାରେଣ୍ଟ ଇସ୍ୟୁ ହୋଇଥିଲା । ପରେ ତାଙ୍କୁ ୪ ମାସ ଜେଲରେ ରହିବାକୁ ପଡିଥିଲା ।

 

ଲୋକ ଅଦାଲତରେ ସମାଧାନ
ଗ୍ୱାଲିୟରଠାରେ ଅନୁଷ୍ଠିତ ଲୋକ ଅଦାଲତରେ ଏହି ମାମଲା ଫଇସଲା କରାଯାଇଛି । ଜେଏମଏଫସି କୋର୍ଟ ମାମଲାର ଶୁଣାଣି କରି ଇସ୍ମାଇଲଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ କୌଣସି ବେଆଇନ କିମ୍ବା ଅପରାଧିକ କାର୍ଯ୍ୟ ନ କରିବା ପାଇଁ ଇସ୍ମାଇଲଙ୍କଠାରୁ ଲିଖିତ ଭାବେ ରଖାଯାଇଛି ।

 

ଇସ୍ମାଇଲଙ୍କର କେହି ପରିବାର ନ ଥିବା ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେ ବେଲରେ ଆସି ପାରି ନ ଥିବା ବାବୁଲାଲ କହିଛନ୍ତି । ଜେଏମଏଫସି ଉଭୟଙ୍କୁ ଅଦାଲତକୁ ଡାକି ମାମଲାର ଫଇସଲା କରିଥିବା ବାବୁଲାଲ ପ୍ରକାଶ କରିଛନ୍ତି ।

 

 

ଏବେ ବାବୁଲାଲଙ୍କୁ ୬୧ ବର୍ଷ ହୋଇଥିବାବେଳେ ଇସ୍ମାଇଲଙ୍କ ବୟସ ୬୮ ବର୍ଷ ହେବ ବୋଲି ଜଣାପଡିଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon