ଆଇସିସି ବୈଠକ : ସ୍ଲୋ ଓଭର, ଖେଳାଳୀ ବଦଳକୁ ନେଇ ଏପରି ଆସିଲା ନିୟମ

(ବେତାର ବ୍ୟୁରୋ) ଆଇସିସି ତରଫରୁ ନିକଟରେ କ୍ରିକେଟ ଖେଳକୁ ନେଇ ସ୍ଲୋ ଓଭର, ନୋ ବଲ୍ ଓ ଖେଳାଳୀ ବଦଳ ନେଇ ନିୟମ ପ୍ରକାଶ ପାଇଛି ଯାହାକି ଆଗକୁ କ୍ରିକେଟ ଖେଳର ଫଳାଫଳକୁ ପ୍ରଭାବିତ କରିପାରେ । ନିକଟରେ ସମାପ୍ତ ହେଇଥିବା କ୍ରିକେଟ ବିଶ୍ଵକପ ପରେ  ଇଣ୍ଟରନାସନାଲ କ୍ରିକେଟ କାଉନସିଲ (ଆଇସିସି) ର ବୈଠକ ଲଣ୍ଡନରେ ଅନୁଷ୍ଠିତ ହେଇଥିଲା , ଯେଉଁଥିରେ ଏହିସବୁ ନିଷ୍ପତ୍ତି ନିଆଯାଇଥିଲା ।

 

ଆଇସିସିର ଅନ୍ୟ ଏକ ନିଷ୍ପତ୍ତି କ୍ରମେ ଜିମ୍ବାୱେ କ୍ରିକେଟ ଦଳକୁ ଆନ୍ତର୍ଜାତିକ କ୍ରିକେଟରୁ ବାସନ୍ଦ କରାହେଇଛି ।

 

ଖେଳାଳୀ ବଦଳ

ଆନ୍ତର୍ଜାତୀୟ କ୍ରିକେଟ ଖେଳରେ ମ୍ୟାଚ ସମୟରେ କୌଣସି ଖେଳାଳୀ ଆହତ ହେଲେ ସେ ପଡିଆରୁ ଚାଲିଗଲେ ମଧ୍ୟ ଖେଳରୁ ବାହାରୁ ନ ଥିଲେ । ଫୁଟବଲ ଖେଳରେ ମ୍ୟାଚ ଚାଲୁଥିବା ସମୟରେ ଖେଳାଳୀଙ୍କୁ ବଦଳ କରିବାର ବ୍ୟବସ୍ଥା ଥିବାରୁ କ୍ରିକେଟ ଖେଳରେ ମଧ୍ୟ ଏହିପରି ସମାନ ନିୟମ ଆଣିବାକୁ ଦାବି ହେଇଥିଲା ।

ଅନେକ ବିଚାର ପରେ ଆଇସିସି ଘରୋଇ କ୍ରିକେଟ, ଅର୍ଥାତ ରଣଜୀ ପରି ଟୁର୍ଣ୍ଣାମେଣ୍ଟମାନଙ୍କରେ ଏହିପରି ଖେଳାଳୀ ବଦଳ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲା । ଦୀର୍ଘ ଦୁଇବର୍ଷ ଧରି ଘରୋଇ କ୍ରିକେଟରେ ଏହାର ପ୍ରଚଳନ ପରେ ଏବେ ଏହାକୁ ଆନ୍ତର୍ଜାତୀୟ କ୍ରିକେଟରେ ଓ ପ୍ରଥମ ଶ୍ରେଣୀ କ୍ରିକେଟରେ ଲାଗୁ କରିବାକୁ ଆଇସିସି ନିଷ୍ପତ୍ତି ନେଇଛି ।

 

ଏହି ନିୟମ ଆସନ୍ତା ଅଗଷ୍ଟ 21ରୁ ଲାଗୁ ହେବ । ଏହି ନିୟମ ଅନୁସାରେ କୌଣସି ଦଳର ଖେଳାଳୀ ଆହତ ଓ ଖେଳାଳୀ ମ୍ୟାଚ ଖେଳିବାକୁ ଅନୁପଯୁକ୍ତ ସେ ବିଷୟରେ ଏକ ମେଡିକାଲ ଟିମ ନିଷ୍ପତ୍ତି ନେବ । ଖେଳାଳୀ ଅନୁପଯୁକ୍ତ ଘୋଷଣା ହେବା ପରେ ଉକ୍ତ ଖେଳାଳୀଙ୍କ ପ୍ରଦର୍ଶନ ଭଳି ସମାନ କ୍ଷମତା ଥିବା ଖେଳାଳୀଙ୍କୁ ମ୍ୟାଚ ରେଫରିଙ୍କ ତତ୍ତ୍ବାବଧାନରେ ବଦଳାଇହେବା ।

 

ସ୍ଲୋ ଓଭର

ପୂର୍ବରୁ ସ୍ଲୋ ଓଭର ପାଇଁ ଦଳର କ୍ୟାପଟେନଙ୍କୁ  ଦଣ୍ଡ ବିଧାନ ହେଉଥିଲା ଓ ଏପରିକି ସସପେଣ୍ଡ କରାଯିବାର ନିୟମ ରହିଥିଲା । ଏବେ ସ୍ଲୋ ଓଭର ନିମନ୍ତେ କ୍ୟାପଟେନଙ୍କ ସସପେଣ୍ଡ ହେବା ନିୟମକୁ ଆଇସିସି ଉଠାଇ ଦେଇଛି ଓ କହିଛି ଯେ ଏଣିକି ସ୍ଲୋ ଓଭର ପାଇଁ ଉଭୟ କ୍ୟାପଟେନ ଓ ଦଳର ସମସ୍ତ ଖେଳାଳୀ ଦଣ୍ଡିତ ହେବେ ।

ସେହିପରି ଟେଷ୍ଟ ମ୍ୟାଚରେ ସ୍ଲୋ ଓଭର ନିମନ୍ତେ ବୋଲିଂ କରୁଥିବା ଦଳ ନିର୍ଦ୍ଧାରିତ ସମୟ ଠାରୁ ଯେତିକି ଓଭର ପଛରେ ଥିବ , ସେହି ହିସାବରେ ଓଭର ପିଛା ସେତିକି ଦୁଇ ମ୍ୟାଚ ପଏଣ୍ଟ କଟାଯିବ ।

 

ନୋ ବଲ୍

ପୂର୍ବରୁ ଖେଳାଳୀ ଆଉଟକୁ ନେଇ ଅମ୍ପାୟାରଙ୍କ  ଡିସିସନ ରିଭଯୁ କରିବାର ଅଧିକାର ଦଳକୁ ମିଳିସାରିଛି । ନୂଆ ନିଷ୍ପତ୍ତି ଅନୁସାରେ ଏହି ନିୟମରେ ନୋ ବଲ କୁ ସାମିଲ କରାଯିବାର ପ୍ରସ୍ତାବ ଆଗତ ହେଇଛି । ଏଣିକି ଖେଳାଳୀମାନେ  ନୋ ବଲ ପାଇଁ ଭିଡିଓ ରିପ୍ଲେ ଦେଖିବାର ଆବେଦନ କରିପାରିବେ । ତେବେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ଓ କିଛିଟା ପରୀକ୍ଷା ନିରୀକ୍ଷା ପରେ ଏହାକୁ ଲାଗୁ କରାହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon