ଯୌତୁକ ପାଇଁ ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ କଲା ନୟାଗଡ ସ୍ଵାମୀ

Tuesday, July 23, 2019

(ବେତାର ବ୍ୟୁରୋ) ନିକଟରେ ନୟାଗଡ଼ ଜିଲାର ଜଣେ ଶିକ୍ଷୟତ୍ରୀ ତାଙ୍କର ଅଶ୍ଳୀଳ ଭିଡିଓ ଏବଂ ଫଟୋ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥିବା ବିଷୟରେ ତାଙ୍କ ସ୍ବାମୀଙ୍କ ନାମରେ ଥାନାରେ ଏଫଆଇଆର ଦାଖଲ କରିଛନ୍ତି । ଏବେ ମୋବାଇଲରୁ ମୋବାଇଲକୁ ବୁଲୁଛି ଶିକ୍ଷୟତ୍ରୀଙ୍କ ବେଡ ରୁମର ଅଶ୍ଳୀଳ ଭିଡ଼ିଓ ଏବଂ ଫୋଟୋ ଓ ଏହା  ହ୍ଵାଟସଆପରେ ଭାଇରାଲ ହେବାରେ ଲାଗିଛି।

 

ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ବଡ଼କୁମାରି ଅଞ୍ଚଳର ଏହି ମହିଳା ୨୦୧୭ ମସିହାରେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡା ଗାଁର ଜଣେ ଯୁବକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ସେମାନଙ୍କର ଏବେ ୧୧ ମାସ ର ଏକ ଶିଶୁ  ପୁତ୍ର ମଧ୍ୟ ରହିଛି ।

 

ତେବେ ମହିଳାଙ୍କୁ  ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକେ ଅନେକ ଥର ଅଧିକ ଯୌତୁକ ଦାବି କରି ମାଡ଼ ମାରିବା ସହ ନିର୍ଯାତନା ଦେଇ ଆସୁଥିଲେ ।

 

ତେଣୁ ବିଗତ ଏକ ସପ୍ତାହ ଧରି ନିର୍ଯାତନା ଅସହ୍ୟ ହେବାରୁ ମହିଳା ଜଣକ ନିଜ ବାପ ଘରେ ରହି ଆସୁଥିଲେ।ତାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ତାଙ୍କ ସ୍ୱାମୀ ମହିଳାଙ୍କ ବେଡ଼ରୁମର ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଉଥିଲେ ।

 

ଏନେଇ ମହିଳା ଜଣକ ଗତ ତିନି ଦିନ ତଳେ ନୂଆଗାଁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ପୁଲିସ ଏହାକୁ ଗୁରୁତ୍ୱ ଦେଇ ନଥିବା ଅଭିଯୋଗ ମହିଳା ଅଭିଯୋଗ କରିଛନ୍ତି । ଏବେ ମହିଳାଙ୍କ ସ୍ୱାମୀ ସମସ୍ତ ଅଶ୍ଳୀଳ ଭିଡିଓ  ହ୍ଵାଟସଆପରେ ରେ ଛାଡି ଭାଇରାଲ କରିଦେଇଛନ୍ତି।  ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ସ୍ବାମୀଙ୍କୁ ଖୋଜୁଛି।

 

ମହିଳା ଜଣକ ନୟାଗଡ ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon