ଫୋନ ହଜିଯାଇଛି! ଏମିତି ପାଇହେବ ଚାଟ୍ ମେସେଜ

Thursday, July 25, 2019

(ବେତାର ବ୍ୟୁରୋ) ଏବେ ହ୍ୱାଟ୍ସ ଆପ ଏକ ବହୁଳ ବ୍ୟବହାର ହେଉଥିବା ଚାଟିଂ ଆପ୍ଲିକେଶନ । ଏଥିରେ କେବଳ ଚାଟିଂ ନୁହେଁ ଫଟୋ, ଭିଡିଓ ଓ ଅନ୍ୟାନ୍ୟ ତଥ୍ୟ ସେୟାର କରିବାର ସୁବିଧା ମଧ୍ୟ ରହିଛି । ଏହି ଆପ୍ଲିକେଶନର ବ୍ୟବହାର ପାଇଁ ସ୍ମାର୍ଟଫୋନ ରହିବା ଜରୁରୀ । ହେଲେ ଯଦି କେବେ ଫୋନ ହଜିଯାଏ ତେବେ ହ୍ୱାଟସ୍ ଆପରେ ଚାଟ୍ ମେସେଜ, ମିଡିଆ ଫାଇଲ ଓ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ପାଇବାକୁ ଚାହୁଁଥିଲେ ଆପଣ ଏହି ଉପାୟ ଆପଣାଇ ପାରିବେ ।
 
ଜାଣନ୍ତୁ କ’ଣ ସେହି ଉପାୟ।

 

ସିମ୍ କାର୍ଡ ଲକ୍ କରାଇନିଅନ୍ତୁ
ଫୋନ ହଜିଯିବା ପରେ ପ୍ରଥମେ ଆପଣ ବ୍ୟବହାର କରୁଥିବା ସିମ୍ କାର୍ଡର କମ୍ପାନୀକୁ ଫୋନ କରି ସେହି ସିମଟିକୁ ଲକ୍ କରାଇନିଅନ୍ତୁ ।  ସିମ୍ ଲକ୍ ହେବା ପରେ କେହି ଆପଣଙ୍କ ନମ୍ବର ଭେରିଫାଏ କରିପାରିବେ ନାହିଁ । ତେଣୁ ବିନା ଭେରିଫିକେଶନରେ କେହି ହ୍ୱାଟସ୍ ଆପ ଆକାଉଣ୍ଟ ଆକ୍ଟିଭେଟ କରିପାରିବେ ନାହିଁ । ପରେ ଆପଣ ସେହି ନମ୍ବରରେ ଏକ ନୂଆ ସିମ୍ ଆଣନ୍ତୁ । ନମ୍ବର ଆକ୍ଟିଭେଟ ହେବା ପରେ ସେହି ନମ୍ବରରେ ହ୍ୱାଟସ୍ ଆପ ଆକାଉଣ୍ଟ ଖୋଲିବା ଦ୍ୱାରା ପୁରୁଣା ମେସେଜ ପାଇହେବ ।

 

୩୦ ଦିନ ମଧ୍ୟରେ ଆକାଉଣ୍ଟ ଆକ୍ଟିଭେଟ କରନ୍ତୁ
ସେହିପରି ଫୋନ ଚୋରି ପରେ ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ଆସୁଥିବା ମେସେଜ ରିସିଭ ନ ହେବାର ୩୦ ଦିନ ପର୍ଯ୍ୟନ୍ତ ରହିଥାଏ । ନୂଆ ସିମ୍ ଆଣିବା ପରେ ଆପଣ ସେହି ମେସେଜଗୁଡିକୁ ମଧ୍ୟ ଦେଖିପାରିବେ । ଯଦି ଆପଣ ୩୦ ଦିନ ମଧ୍ୟରେ ଆକାଉଣ୍ଟ ଆକ୍ଟିଭେଟ ନ କରନ୍ତି ତେବେ ପୁରୁଣା ମେସେଜ ଫେରିପାଇବା ସମ୍ଭବ ହୋଇ ନ ଥାଏ ।

 

ଇମେଲ କରନ୍ତୁ
ଯଦି ଆପଣ ନୂଆ ସିମ୍ ଆଣିବାକୁ ଚାହୁଁନାହାନ୍ତି ତେବେ ହ୍ୱାଟସ୍ ଆପକୁ ଆପଣ  support@whatsapp.com ID ରେ ଇମେଲ କରିପାରିବେ । ଇମେଲରେ ଆପଣଙ୍କ ଆକାଉଣ୍ଟ ଡିଆକ୍ଟିଭେଟ କରିବାକୁ ଲେଖିପାରିବେ । ସେଠାରେ ଆପଣଙ୍କ ହ୍ୱାଟସ୍ ଆପ୍ ନମ୍ବର କଣ୍ଟ୍ରି କୋଡ ସହ ଲେଖିବାକୁ ହେବ । ଇମେଲର ସବଜେକ୍ଟ ଲାଇନରେ ଲଷ୍ଟ କିମ୍ବା ଷ୍ଟୋଲେନ ଲେଖାଯିବ।

 

ଗୁଗୁଲ ଡ୍ରାଇଭ

ପୁରୁଣା ଚାଟ୍ ଦେଖିବାକୁ ଚାହୁଁଥିଲେ ଆପଣ ଗୁଗୁଲ ଡ୍ରାଇଭ, ଆଇ କ୍ଲାଉଡ କିମ୍ବା ୱାନ ଡ୍ରାଇଭର ବ୍ୟବହାର କରି ମେସେଜ ବ୍ୟାକ୍ ଅପ କରିପାରିବେ ।  

 

ସିମ୍ କାର୍ଡ କାମ କରୁ ନ ଥିଲେ ତଥା ଆଉଟ୍ ଅଫ୍ ସର୍ଭିସ୍ ହୋଇଯାଇଥିଲେ ବି ସେହି ନମ୍ବରରେ ଆପଣ ଇଣ୍ଟରନେଟ କନେକ୍ସନ ମାଧ୍ୟମରେ ହ୍ୱାଟସ୍ ଆପ୍ ବ୍ୟବହାର କରିପାରିବେ । ଯଦି ଆକାଉଣ୍ଟ ଡିଲିଟ ପାଇଁ ରିକ୍ୟୁଏଷ୍ଟ ପଠାଇ ଦିଅନ୍ତି ତେବେ କାମ କରୁ ନ ଥିବା ନମ୍ବରରେ ହ୍ୱାଟସ୍ ଆପ ବ୍ୟବହାର କରିହେବ ନାହିଁ ।


 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon