ଚଳିତ ବର୍ଷରୁ ଆରମ୍ଭ ହେବ ହ୍ୱାଟସ୍ ଆପ୍ ପେମେଣ୍ଟ

(ବେତାର ବ୍ୟୁରୋ) ଭାରତର ପେମେଣ୍ଟ ବଜାରରେ ପାଦ ଥାପିବାକୁ ଯାଉଛି ଲୋକପ୍ରିୟ ଚାଟିଂ ଆପ୍ଲିକେଶନ ହ୍ୱାଟସ୍ ଆପ୍ । ଚଳିତ ବର୍ଷରୁ ହିଁ ହ୍ୱାଟସ୍ ଆପରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଏହି ଆପର ଗ୍ଲୋବାଲ ହେଡ ୱିଲ କାଥକାର୍ଟ କହିଛନ୍ତି । ସମସ୍ତ ନିୟାମକ ସଂସ୍ଥାର ନିୟମ ପୂରଣ କରିବା ପରେ ଏହି ସେବା ଆରମ୍ଭ ହେବ ବୋଲି ଜଣାପଡିଛି । ଏହା ହେଲେ ଏଣିକି ହ୍ୱାଟସ୍ ଆପରେ ମେସେଜିଂ ସୁବିଧା ସହ ଟଙ୍କା ନେଣଦେଣର ସୁବିଧା ପାଇପାରିବେ ।

 

ଗତବର୍ଷ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଥିଲା
ହ୍ୱାଟସ୍ ଆପ୍ ଏହି ପେମେଣ୍ଟ ସୁବିଧା ଆଣିବାକୁ ଗତ ବର୍ଷ ଜୁନରୁ ଘୋଷଣା କରିଥିଲା । ଏଥିସହ ପ୍ରାୟ ୧୦ ଲକ୍ଷ ବ୍ୟବହାରୀଙ୍କ ସହ ପରୀକ୍ଷାମୂଳକ ଭାବେ ମଧ୍ୟ ଏହି ସେବା ଆରମ୍ଭ କରିବା ପାଇଁ କମ୍ପାନୀକୁ ଅନୁମତି ମିଳିଥିଲା । ଏବେ ହ୍ୱାଟସ୍ ଆପର ସମସ୍ତ ବ୍ୟବହାରକାରୀ ପେମେଣ୍ଟ ସେବା ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

 

ବଜାର ଅଂଶ ପାଇଁ କଡା ପ୍ରତିଯୋଗିତା
ପୂର୍ବରୁ ବଜାରରେ ପେଟିଏମ୍, ଗୁଗୁଲ ପେ, ଫୋନ ପେ, ଆମାଜନ ପେ ଭଳି କମ୍ପାନୀ ବଜାରରେ ସେମାନଙ୍କ ସ୍ଥିତି ଜାହିର କରିସାରିଛନ୍ତି । ତେଣୁ ଏବେ ନୂଆ କରି ବଜାରରେ ପ୍ରବେଶ କରି କାରବାର ମଜଭୁତ କରିବା ପାଇଁ ହ୍ୱାଟସ୍ ଆପକୁ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡିପାରେ । 

 

୪୦ କୋଟିରୁ ଊଦ୍ଧ୍ୱର୍ ବ୍ୟବହାରକାରୀ
ଭାରତରେ ପ୍ରାୟ ୪୦ କୋଟି ହ୍ୱାଟସ୍ ଆପ ବ୍ୟବହାରକାରୀ ରହିଛନ୍ତି । ଯଦି ସମସ୍ତ ୟୁଜର୍ସ ଏହି ଆପର ପେମେଣ୍ଟ ବିକଳ୍ପକୁ ବାଛନ୍ତି ତେବେ ଏହା କମ ଦିନରେ ପେଟିଏମ୍ ବ୍ୟବହାରକାରୀଙ୍କୁ ଟପି ଯିବ ବୋଲି ଅନୁମାନ କରାଯାଉଛି । ଭାରତରେ ୨୩ କୋଟିରୁ ଊଦ୍ଧ୍ୱର୍ ପେଟିଏମ୍ ଗ୍ରାହକ ରହିଛନ୍ତି ।

 

ଭାରତରେ ପୂରାମାତ୍ରାରେ ହ୍ୱାଟସ୍ ଆପ ସେବା ଆରମ୍ଭ ପୂର୍ବରୁ ଡାଟା ସଂରକ୍ଷଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କରିଥିବା ନିୟମକୁ ପାଳନ କରିବାକୁ ପଡିବ ବୋଲି ସୁପ୍ରିମକୋର୍ଟ ଏହି କମ୍ପାନୀକୁ ଜଣାଇଦେଇଥିଲେ ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon