ଖାଇବାକୁ ରାଜି ନ ଥିବା ମହିଳାଙ୍କ ପେଟରୁ ଅପରେସନ ପରେ ବାହାରିଲା ଦେଢ଼ କେଜି ଗହଣା

(ବେତାର ବ୍ୟୁରୋ) ପଶ୍ଚିମବଙ୍ଗର ବୀରଭୂମ ଜିଲାର ଏକ ସରକାରୀ ଡାକ୍ତରଖାନାରେ ଜଣେ ମହିଳାଙ୍କ ପେଟରୁ ପ୍ରାୟ ଦେଢ଼ କେଜିର ଅଳଙ୍କାର ବାହାର କରାଯାଇଛି । ଡାକ୍ତର ପେଟ ଅସ୍ତ୍ରୋପଚାର କରି ଅଳଙ୍କାର ସହ ବିଭିନ୍ନ ମୁଦ୍ରା ବାହାର କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

 

ପେଟ ବଥା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ
୨୬ ବର୍ଷୀୟ ଏହି ମହିଳାଙ୍କ ପେଟ ବଥା ହେବାରୁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କର ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ । ପରେ ତାଙ୍କ ପେଟରେ ଅଳଙ୍କାର ସହ ଅନ୍ୟାନ୍ୟ ଧାତବୀୟ ଜିନିଷ ଥିବା ରିପୋର୍ଟରୁ ଜଣାପଡିଥିଲା । ସପ୍ତାହେ ଧରି ତଦାରଖରେ ରଖିବା ପରେ ମହିଳାଙ୍କ ଅପରେଶନ କରାଯାଇଥିଲା ।

 

ବାହାରିଲା ୫, ୧୦ ଟଙ୍କିଆ କଏନ
ଅପରେଶନ ବେଳେ ମହିଳାଙ୍କ ପେଟରୁ ଅଧିକ ସଂଖ୍ୟାରେ ତମ୍ବା ଓ ପିତ୍ତଳର ଗହଣା ସହ କିଛି ସୁନା ଅଳଙ୍କାର ବାହାରିଥିଲା । ଏହାର ଓଜନ ପ୍ରାୟ ଦେଢ କେଜି ହେବ ବୋଲି ଜଣାପଡିଛି । ଏଥିସହ ପେଟରୁ ୫ ଓ ୧୦ ଟଙ୍କିଆ କଏନ ମଧ୍ୟ ବାହାରିଥିଲା । ଏସବୁ ଦେଖି ଅପରେଶନ କରୁଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଥିଲେ ।

 

ମାନସିକ ଅସୁସ୍ଥତା ଥିବା କହିଲେ ମହିଳାଙ୍କ ମା’
ପେଟରୁ ଗହଣା ଓ କଏନ ବାହାରିଥିବା ସମ୍ପୃକ୍ତା ମହିଳାଙ୍କ ମାନସିକ ଅସୁସ୍ଥତା ସମସ୍ୟା ଥିବା ତାଙ୍କ ମା’ କହିଥିଲେ । ଧୀରେ ଧୀରେ ଘରୁ ଗହଣା ସବୁ ଗାଏବ ହୋଇଯାଉଥିବା ଲକ୍ଷ୍ୟ କରି ମହିଳାଙ୍କ ମା’ ସନ୍ଦେହ କରିଥିଲେ । ଏପରିକି ମହିଳା ଜଣକ ଭାଇଙ୍କ ଦୋକାନରୁ ୫ ଓ ୧୦ ଟଙ୍କିଆ କଏନ ନେଇ ଖାଇଦେଉଥିବା ଜଣାପଡିଛି । ମହିଳା ଜଣକ ଆଦୌ ଖାଦ୍ୟ ଖାଉବାକୁ ଆଗ୍ରହ ଦେଖାଉ ନ ଥିବା ତାଙ୍କ ମା’ କହିଛନ୍ତି । 


ଧୀରେ ଧୀରେ ତାଙ୍କ ଅସୁସ୍ଥତା ବଢିବା ସହ ପେଟରେ ବଥା ଲାଗି ରହିବାରୁ  ବିଭିନ୍ନ ସ୍ଥାନରେ ଚିକିତ୍ସିତ ହୋଇଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon