ବିଦେଶରେ ହୋଟେଲରୁ ଚୋରିକରି ଧରାପଡିଲେ ଭାରତୀୟ ପରିବାର: ଭିଡିଓ ଭାଇରାଲ

(ବେତାର ବ୍ୟୁରୋ) ଇଣ୍ଡୋନେସିଆ ବୁଲିବାକୁ ଯାଇଥିବା ଏକ ଭାରତୀୟ ପରିବାର ସେମାନେ ରହିଥିବା ହୋଟେଲ ରୁମରୁ ବିଭିନ୍ନ ସାମଗ୍ରୀ ଚୋରି କରି ଧରାପଡିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦେଶର ନାଁ ବାହାରେ ବଦନାମ କରିଥିବା କହି ବିଭିନ୍ନ ବର୍ଗର ଲୋକେ ସେମାନଙ୍କୁ କଡା ସମାଲୋଚନା କରିଛନ୍ତି । ୨.୨୦ ମିନିଟର ଏହି ଭିଡିଓ ଦୃଷ୍ଟିଗୋଚରକୁ ଆସିବା ପରେ ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ଛୁଟି କାଟିବାକୁ ବାଲି ଯାଇଥିଲେ
ଏହି ଭାରତୀୟ ପରିବାର ଛୁଟି କାଟିବାକୁ ଇଣ୍ଡୋନେସିଆ ଯାଇଥିବାବେଳେ ବାଲିର ଏକ ହୋଟେଲରେ ରହିଥିଲେ । ରୁମ ଛାଡିବା ପୂର୍ବରୁ ସେମାନେ ହୋଟେଲରେ ଥିବା ବିଭିନ୍ନ ଜିନିଷ ଯଥା ବେଡଶିଟ୍, ତକିଆ, ବିଭିନ୍ନ ବୈଦ୍ୟୁତିକ ଓ ଶୌଚାଳୟ ସାମଗ୍ରୀ ସହ ହ୍ୟାଙ୍ଗର ମଧ୍ୟ ବ୍ୟାଗରେ ପ୍ୟାକିଂ କରିଦେଇଥିଲେ । ପରେ ଲଗେଜ ଧରି ରୁମରୁ ବାହାରିଥିଲେ । 

 

ଚେକିଂବେଳେ ଧରା ପଡିଲେ
ହୋଟେଲରୁ ବାହାରିବା ପରେ ଷ୍ଟାଫମାନେ ରୁମର ତଲାସି ନେଇଥିଲେ । ସେଠାରେ ଅନେକ ଜିନିଷ ନ ଥିବା ଦେଖିବାପରେ ସିକ୍ୟୁରିଟି ଗାର୍ଡ ସମ୍ପୃକ୍ତ ପରିବାରର ଲଗେଜ ଯାଞ୍ଚ କରିଥିଲେ । ପ୍ରଥମେ ଚୋରି କରି ନ ଥିବା ଜଣେ ମହିଳା କହି ଏହାର ବିରୋଧ କରିବା ସହ ଯୁକ୍ତିତର୍କ କରିଥିଲେ ହେଁ ସେମାନଙ୍କ ବ୍ୟାଗ ତଲାସି ନିଆଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ପରେ ସେଥିରୁ ଚୋରି ସାମଗ୍ରୀ ସବୁ ବାହାରିବା ପରେ ହୋଟେଲ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 

 

ଚୋରି ଜିନିଷ ବାବଦରେ ଟଙ୍କା ଯାଚିଥିଲେ
ଚୋରି ଧରାପଡିବା ପରେ ମହିଳାଙ୍କ ସହ ଜଣେ ବ୍ୟକ୍ତି ମଧ୍ୟ ଫ୍ଲାଇଟ ଟାଇମ ହୋଇଯାଉଛି ବୋଲି କହି ସେହି ଚୋରି ଜିନିଷଗୁଡିକ ବାବଦରେ ହୋଟେଲ କର୍ମଚାରୀଙ୍କୁ ଟଙ୍କା ଯାଚିଥିଲେ । ହେଲେ ଟଙ୍କା ନେବାକୁ ହୋଟେଲ ଷ୍ଟାଫ ମନା କରିଦେଇଥିଲେ । 

 

ପାସପୋର୍ଟ ରଦ୍ଦ କରିବାକୁ ଦାବି
ଏ ସଂକ୍ରାନ୍ତୀୟ ଭିଡିଓ ହେମନ୍ତ ନାମକ ଜଣେ ବ୍ୟକ୍ତି ଟୁଇଟ କରିବା ପରେ ଅନେକ ଏହି ପରିବାରକୁ ସମାଲୋଚନା କରିଛନ୍ତି । ଏଭଳି ମାନସିକତା ଥିବା ବ୍ୟକ୍ତିମାନଙ୍କୁ ବାହାରେ ଆମ ଦେଶ ବିଶ୍ୱସନୀୟତା ହରାଉଥିବା କେତେଜଣ ଟୁଇଟ କରିଛନ୍ତି । ସରକାର ଏଭଳି ଲୋକମାନଙ୍କ ପାସପୋର୍ଟ ରଦ୍ଦ କରିବାକୁ ଅନେକେ ଦାବି କରିଛନ୍ତି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon