ଡୋପିଂ ଟେଷ୍ଟରେ ପୃଥ୍ୱୀ ଶ’ ବିଫଳ: ୮ ମାସ ବାସନ୍ଦ କଲା ବିସିସିଆଇ

Wednesday, July 31, 2019

(ବେତାର ବ୍ୟୁରୋ) ଡୋପିଂ ଟେଷ୍ଟରେ ବିଫଳ ହୋଇଛନ୍ତି ଯୁବ କ୍ରିକେଟର ପୃଥ୍ୱୀ ଶ’ । ଡୋପିଂ ନିୟମ ଉଲ୍ଲଘଂନ କରିଥିବା ନେଇ ପ୍ରମାଣ ମିଳିବା ପରେ ବିସିସିଆଇ ତାଙ୍କୁ ୮ ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାରର କ୍ରିକେଟରୁ ବାସନ୍ଦ କରିଛି । 

 

ନଭେମ୍ବର ୧୫ ପର୍ଯ୍ୟନ୍ତ ଖେଳିପାରିବେନି
ଶକ୍ତିବର୍ଦ୍ଧକ ଔଷଧ ସେବନ କରିଥିବା ପ୍ରମାଣ ମିଳିବା ପରେ ବିସିସିଆଇ ୧୯ ବର୍ଷୀୟ ଶ’ଙ୍କୁ ଆସନ୍ତା ନଭେମ୍ବର ୧୫ ପର୍ଯ୍ୟନ୍ତ କ୍ରିକେଟର ସମସ୍ତ ଫର୍ମାଟରୁ ବାସନ୍ଦ କରାଯାଇଛି । ପିଛିଲା ଭାବେ ମାର୍ଚ୍ଚ ୧୬ ତାରିଖରୁ ଏହା ଲାଗୁ ହେବ । ଫଳରେ ଆଗାମୀ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ମ୍ୟାଚ ଶ’ ଖେଳିପାରିବେ ନାହିଁ । 

 

ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟରେ ସଂଗ୍ରହ ହୋଇଥିଲା ନମୁନା
ବିସିସିଆଇର ସୂଚନା ମୁତାବକ, ଗତ ଫେବୃୟାରୀ ମାସରେ ଖେଳା ଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ କପ କ୍ରିକେଟ ଅବସରରେ ପୃଥ୍ୱୀଙ୍କ ମୂତ୍ର ନମୁନା ସଂଗ୍ରହ କରାଯାଇଥିଲା । ସେଥିରେ ଟର୍ବୁଟାଲାଇନ ନାମକ ଶକ୍ତିବର୍ଦ୍ଧକ ଔଷଧର ମାତ୍ରା ଥିବା ଜଣାପଡିଥିଲା । 

 

ଟର୍ବୁଟାଲାଇନ ଉପରେ ୱାଡାର ପ୍ରତିବନ୍ଧକ
ଟର୍ବୁଟାଲାଇନ ଉପରେ ପୂର୍ବରୁ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା (ୱାଡା) ପ୍ରତିବନ୍ଧକ ଲଗାଇଛି । ମ୍ୟାଚ ପୂର୍ବରୁ କିମ୍ବା ମ୍ୟାଚ ବେଳେ କୌଣସି ଖେଳାଳି ଏହି ଔଷଧ ସେବନ କରିବାକୁ ୱାଡା ପକ୍ଷରୁ କଡା ନିର୍ଦ୍ଦେଶ ରହିଛି । 

 

ଭୁଲ ସ୍ୱୀକାର କଲେ ଶ’
ନିଷେଧାଦେଶ ବାବଦରେ ପୂର୍ବରୁ ଜାଣି ମଧ୍ୟ ଶ’ ଉକ୍ତ ମେଡିସିନ ଖାଇଥିଲେ । ଡୋପିଂ ଟେଷ୍ଟରେ ଧରାପଡିବା ପରେ ଶ’ ତାଙ୍କ ଭୁଲ ସ୍ୱୀକାର କରିଥିଲେ । ତେଣୁ ବିସିସିଆଇ ତାଙ୍କ ଦଣ୍ଡକୁ କୋହଳ କରିଥିବା ଜଣାପଡିଛି । 

 

ସୂଚନାଯୋଗ୍ୟ, ଆଘାତ ସମସ୍ୟା ଯୋଗୁ ପୃଥ୍ୱୀ ଶ’ ଦୀର୍ଘ ଦିନ ହେଲା କ୍ରିକେଟରୁ ଦୂରେଇ ରହିଛନ୍ତି । ୨୦୧୮ ଅକ୍ଟୋବରରେ ସେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଭାରତ ପାଇଁ ଦୁଇଟି ଟେଷ୍ଟ ଖେଳିଥିବା ଶ’ ଗୋଟିଏ ଶତକ ଓ ଗୋଟିଏ ÷ର୍ଦ୍ଧଶତକ ହାସଲ କରିଛନ୍ତି ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon