ନୂଆ ଆଇନ : ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ଜେଲ, ୧୦ ଗୁଣା ଜରିମାନା

Thursday, August 1, 2019

(ବେତାର ବ୍ୟୁରୋ) ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଉଦ୍ଦିଷ୍ଟ ମୋଟର ଯାନ ସଂଶୋଧନ ବିଲ- ୨୦୧୯କୁ ରାଜ୍ୟ ସଭାରେ ମଞ୍ଜୁରି ମିଳିଯାଇଛି । ବେପରୁଆ ଗାଡ଼ି ଚାଳକ ତଥା ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଏହି ବିଲରେ କଡା ବ୍ୟବସ୍ଥା କରାଯାଇଛି । ବିଲରେ କଠୋର ଦଣ୍ଡବିଧାନ ସହ ଜରିମାନା ରାଶିକୁ ୧୦ ଗୁଣ ପର୍ଯ୍ୟନ୍ତ ବଢାଯାଇଛି । 

 

ହେଲମେଟ ନ ପିନ୍ଧିଲେ ୩ ମାସ ଜେଲ
ନୂଆ ବିଲ୍ ଅନୁସାରେ ବାଇକ୍ ଆରୋହୀ ହେଲମେ ନ ପିନ୍ଧିଲେ ଏଣିକି ୧ ହଜାର ଜରିମାନା ସହ ୩ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବେ । ଏଥିସହ ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ। ସେହିପରି ସିଟ୍ ବେଲ୍ଟ ନ ପିନ୍ଧିଥିବା ଚାଳକ ୧ ହଜାର ଟଙ୍କା ଜରିମାନା ଗଣିବେ । ପୂର୍ବରୁ ଏଥିପାଇଁ ଶହେ ଟଙ୍କା ଜରିମାନା ଦେବାକୁ ନିୟମ ଥିଲା ।

 

ଲାଇସେନ୍ସ ନ ଥିଲେ ୫ ହଜାର ଜରିମାନା
ବିନା ଲାଇସେନ୍ସରେ ଗାଡ଼ି ଚାଳନା କରୁଥିଲେ ଏଣିକି ୫ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଜେଲ କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ । ପୂର୍ବରୁ ଏଥିପାଇଁ ୫ ଶହ ଟଙ୍କା ଆଦାୟ କରୁଥିଲା । ଲଗାତାର ବିନା ଲାଇସେନ୍ସରେ ଗାଡ଼ି ଚାଳନା କରି ଧରାପଡିଲେ ୧୦ ହଜାର ଟଙ୍କା ଜରିମାନା/ ବର୍ଷେ ଜେଲ କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ । ଡିସକ୍ୱାଲିଫିକେଶନ ସତ୍ତେ୍ୱ ଡ୍ରାଇଭିଂ କଲେ ୧୦ ହଜାର ଜରିମାନା କିମ୍ବା ୩ ମାସ ଜେଲ କିମ୍ବା ଉଭୟ ଦଣ୍ଡ ମିଳିପାରେ ।

 

ଓଭର ଲୋଡିଂରେ ୨୦ ହଜାର ଫାଇନ୍
ଗାଡ଼ି ଓଭର ଲୋଡିଂବେଳେ ଧରାପଡିଲେ ୨୦ ହଜାର ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିବ । ପୂର୍ବରୁ ଏହା ୨ ହଜାର ଟଙ୍କା ରହିଥିଲା । ଧାର୍ଯ୍ୟ ଲିମିଟ ଠାରୁ ଅଧିକ ଓଜନର ଜିନିଷ ପରିବହନ କଲେ  ଟନ୍ ପିଛା ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ପୂର୍ବରୁ ଟନ୍ ପିଛା ୧ ହଜାର ଟଙ୍କା ଆଦାୟ କରାଯାଉଥିଲା ।

 

ନାବାଳକଙ୍କ ପାଇଁ ଦଣ୍ଡ ଭୋଗିବେ ଅଭିଭାବକ
କୌଣସି ନାବାଳକ ନିୟମ ଉଲ୍ଲଘଂନ କଲେ ଏଥିପାଇଁ ସେମାନଙ୍କ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କୁ ୨୫ ହଜାର ଟଙ୍କା ଜରିମାନା ସହ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏଥିସହ ସେହି ଗାଡ଼ିର ରେଜିଷ୍ଟ୍ରେଶନକୁ ବର୍ଷେ ପାଇ ରଦ୍ଦ କରିଦିଆଯିବ । ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ନ ହେବା ପର୍ଯ୍ୟନ୍ତ ଗାଡ଼ିଚାଳନା ପାଇଁ ଲାଇସେନ୍ସ ମିଳିବ ନାହିଁ ।

 

ମଦ୍ୟପ ଚାଳକଙ୍କ ପାଇଁ ୧୦ ହଜାର ଜରିମାନା
ମଦ୍ୟପାନ କରି ଗାଡ଼ି ଚାଳନା କଲେ ୧୦ ହଜାର ଟଙ୍କା ଜରିମାନା କିମ୍ବା ୬ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ଉଭୟ ଦଣ୍ଡ ବିଧାନ ହୋଇପାରେ । ଲଗାତାର ମଦ୍ୟପାନ କରି ଗାଡ଼ିଚାଳନା ବେଳେ ଧରାପଡିଲେ ୧୫ ହଜାର ଜରିମାନା କିମ୍ବା ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ ।

 

ସେହିପରି ଟ୍ରାଫିକ ସିଗନାଲ ନ ମାନିଲେ ୫ ହଜାର ଫାଇନ କିମ୍ବା ୬ରୁ ୧୨ ମାସ ପର୍ଯ୍ୟନ୍ତ ଜେଲ ହୋଇପାରେ । ଲଗାତାର ୨ ଥର ଏପରି ନିୟମ ଉଲ୍ଲଂଘନ କଲେ ୧୦ ହଜାର ଟଙ୍କା ଜରିମାନା କିମ୍ବା ୨ ବର୍ଷ ଜେଲ କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon