ଜାରି ହେଲା ଓଟିଇଟି ଆଡମିଟ କାର୍ଡ, ଏମିତି ହେବ ଡାଉନଲୋଡ

Saturday, August 3, 2019

(ବେତାର ବ୍ୟୁରୋ) ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡିଶାର ସବୁଠୁ ବଡ ପରୀକ୍ଷା ଓଟିଇଟି (OTET)ର ଆଡମିଟ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ପ୍ରକାଶିତ ହେଇସାରିଛି । ଆବେଦନ କରିସାରିଥିବା ପ୍ରାର୍ଥୀମାନେ ଏହାର ୱେବସାଇଟକୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

 

ଉଭୟ ପେପର-୧ ଓ ପେପର-୨ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ଏହାକୁ ଡାଉନଲୋଡ କରିପାରିବେ ।

 

ସୂଚନାଯୋଗ୍ୟ ଯେ ସମସ୍ତ ପ୍ରାର୍ଥୀଙ୍କୁ ଆଡମିଟ ଡାଉନଲୋଡ କରିବାକୁ ପଡିବ , ବୋର୍ଡ କାହାକୁ ଚିଠି ଦ୍ଵାରା ଏହାକୁ ପଠାଇବେ ନାହିଁ  ।

 

ୱେବସାଇଟରେ ଏହ ଅଗଷ୍ଟ 5 ତାରିଖ ଯାଏଁ ଡାଉନଲୋଡ କରିବା ପାଇଁ ଉପାଲବ୍ଧ ହେବ । ପରୀକ୍ଷା ମଧ୍ୟ ସେହି ତାରିଖରେ ହେବ।

 

କିପରି କରିବେ ଡାଉନଲୋଡ

 

ପ୍ରଥମେ ମାଧ୍ୟମିକ ପରିଷଦର ୱେବସାଇଟ bseodisha.nic.in ଖୋଲନ୍ତୁ । ଏହାପରେ OTET Admit Card  ଲେଖଥିବା ଲିଙ୍କ ରେ କ୍ଲିକ କରନ୍ତୁ ।

 

ଏହାପରେ ନିଜର ରେଜିଷ୍ଟ୍ରେଶନ ନମ୍ବର, ଜନ୍ମ ତାରିଖ ବା ପାସୱାର୍ଡ ଓ ଚିତ୍ରରେ ଦର୍ଶାଅ ଯାଇଥିବା ସିକ୍ୟୁରିଟି  କୋଡ ଦେବାକୁ ପଡିବ ।

 

ଏହପରେ ଆପଣ ଲଗ ଇନ କରିପାରିବେ ଓ ଆଡମିଟ କାର୍ଡ ଦେଖିପାରିବେ। ଏହାପରେ ଏହାକୁ ଡାଉନଲୋଡ କରିହେବ।

 

ପ୍ରାର୍ଥୀମାନେ ଆଡମିଟ  କାର୍ଡର ଏକ ପରିଷ୍କାର ପ୍ରିଣ୍ଟ ନେବା ଆବଶ୍ୟକ, ଯାହା ତାଙ୍କୁ ପରୀକ୍ଷା କେନ୍ଦ୍ର ସମ୍ବନ୍ଧରେ ଅଧିକ ସୂଚନା ଦେବ  ତଥା ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଅନୁମତି ଦେବ ।

 

ପ୍ରଥମ ଥର ପାଇଁ ଅନଲାଇନ ପରୀକ୍ଷା
ସବୁବର୍ଷ ଓଟିଇଟି ପରୀକ୍ଷା ଅଫଲାଇନ ହେଉଥବାବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନଲାଇନରେ ପରୀକ୍ଷା ହେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରଶ୍ନପତ୍ର ଚୋରି ରୋକିବାକୁ ଏପରି ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon