ଏମିତି ଡାଉନଲୋଡ କରନ୍ତୁ ହ୍ୱାଟ୍ସ ଆପ ଷ୍ଟାଟସ୍ ଫଟୋ ଓ ଭିଡିଓ

Tuesday, August 6, 2019

(ବେତାର ବ୍ୟୁରୋ) ହ୍ୱାଟ୍ସ ଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଷ୍ଟାଟସ୍ ସେୟାରର ବ୍ୟବସ୍ଥା ରଖିଛି। ଏଥିରେ ଜଣେ କିଛି ଫଟୋ, ଭିଡିଓ ଆଦି ନିଜ କଣ୍ଟାକ୍ଟ କିମ୍ବା ଅନ୍ୟ ହ୍ୱାଟ୍ସ ଆପ ବ୍ୟବହାରକାରୀ ଦେଖିପାରିବେ । ହେଲେ ଏହି ଷ୍ଟାଟସ ଫଟୋ, ଭିଡିଓ ଅପଲୋଡ ହେବାର ୨୪ ଘଣ୍ଟା ପରେ ଆପେ ଆପେ ଡିଲିଟ ହୋଇଯାଇଥାଏ । ଏଥିସହ ହ୍ୱାଟ୍ସ ଆପରେ ସିଧାସଳଖ ଏହାକୁ ଡାଉନଲୋଡ କରିବାର ସୁବିଧା ନ ଥିବାରୁ ଷ୍ଟାଟସ ଡିଲିଟ ହେବା ପରେ ଅନ୍ୟଜଣେ ଏହାକୁ ଦେଖିପାରି ନ ଥାଏ । 

 

ହେଲେ ଫୋନର ଫିଚର ବ୍ୟବହାର ଦ୍ୱାରା ପସନ୍ଦର ଭିଡିଓ କିମ୍ବା ଫଟୋ ଆପଣ ହ୍ୱାଟ୍ସ ଆପରୁ ଡାଉନଲୋଡ କରିପାରିବେ । ସାମସଙ୍ଗ, ଏଲଜି, ୱାନପ୍ଲସ, ଓପୋ, ଭିଭୋ ଆଦି ବ୍ରାଣ୍ଡର ଫୋନରେ ଉପଲବ୍ଧ ଫାଇଲ ମ୍ୟାନେଜରର ବ୍ୟବହାର ଦ୍ୱାରା ହ୍ୱାଟ୍ସ ଆପ ଷ୍ଟାଟସ ସେଭ କରିହେବ ।

 

ଜାଣନ୍ତୁ କିପରି ଫୋନ ଦ୍ୱାରା ଡାଉନଲୋଡ କରିପାରିବେ ଷ୍ଟାଟସ ଫଟୋ ଓ ଭିଡିଓ ।

 

- ପ୍ରଥମେ ହ୍ୱାଟ୍ସ ଆପକୁ ଯାଇ ଡାଉନଲୋଡ କରିବାକୁ ଚାହୁଁଥିବା ଭିଡିଓ, ଫଟୋ ଷ୍ଟାଟସକୁ ଦେଖନ୍ତୁ। ଏହା ଆପଣଙ୍କ ଫୋନର ଲୋକାଲ ଷ୍ଟୋରେଜରେ ଏକ ଅସ୍ଥାୟୀ ଫାଇଲ ସୃଷ୍ଟି କରିବ । 

 

- ପରେ ଫାଇଲ ମ୍ୟାନେଜର ଆପ୍ ଖୋଲନ୍ତୁ । 

 

- ସେଟିଂକୁ ଯାଇ ସେଠାରେ ଶୋ ହିଡିନ ଫାଇଲ ବିକଳ୍ପକୁ ଅନ୍ କରନ୍ତୁ ।

 

୪- ପରେ ବ୍ୟାକ କରି ମାଇ ଫାଇଲରେ ଇଣ୍ଟରନାଲ ଷ୍ଟୋରେଜରେ ଥିବା ହ୍ୱାଟ୍ସ ଆପ ମିଡିଆ ଖୋଲନ୍ତୁ ।

 

- ସେଠାରେ ଉପରେ ଥିବା ଷ୍ଟାଟସେସ୍ ଅପସନରେ କ୍ଲିକ କରନ୍ତୁ ।

 

- ଆପଣଙ୍କ ହ୍ୱାଟ୍ସ ଆପରେ ଥିବା ବିଭିନ୍ନ ଷ୍ଟାଟସ ଭିଡିଓ ଓ ଫଟୋ ଫାଇଲ ମ୍ୟାନେଜରର ସେହି ଅପସନରେ ଦେଖିବାକୁ ମିଳିବ । 

 

- ସେଠାରୁ ଆପଣ ଚାହୁଁଥିବା ଫଟୋ ଓ ଭିଡିଓକୁ ଅଲଗା ଫୋଲ୍ଡରକୁ ଆଣିପାରିବେ ।

 

ଯଦି ଆପଣଙ୍କ ଫୋନରେ ଫାଇଲ ମ୍ୟାନେଜର ଆପ୍ ନାହିଁ ତେବେ ଗୁଗୁଲ ଷ୍ଟୋରକୁ ଯାଇ ଏହି ଆପ୍ଲିକେଶନ ଡାଉନଲୋଡ କରିପାରିବେ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon