ଷ୍ଟିଲ ପ୍ଲାଣ୍ଟ ବନ୍ଦ ଯୋଗୁ ଓଡ଼ିଶାରେ ଚାକିରି ହରାଇଲେଣି ୯,୩୯୦

Tuesday, August 6, 2019

(ବେତାର ବ୍ୟୁରୋ) ଗତ ୮ ବର୍ଷରେ ରାଜ୍ୟରେ ବହୁ ଶିଳ୍ପ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି । ଏଥିଯୋଗୁ ସେଠାରେ କାମ କରୁଥିବା କର୍ମଚାରୀମାନେ ଚାକିରି ହରାଇଛନ୍ତି । ୨୦୧୦ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ପ୍ରାୟ ୧୭ ଶିଳ୍ପ ବନ୍ଦ ହୋଇଯିବାରୁ ୯,୩୯୦ ଜଣ ସେମାନଙ୍କ ଚାକିରି ହରାଇଛନ୍ତି। ଏ ନେଇ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏକ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ।

 

ବେଦାନ୍ତ ୟୁନିଟ୍ ବନ୍ଦ ଯୋଗୁ ୩,୩୫୦ ପ୍ରଭାବିତ
ଶିଳ୍ପ ମନ୍ତ୍ରୀଙ୍କ ତଥ୍ୟ ମୁତାବକ, ଲାଞ୍ଜିଗଡ ଅଞ୍ଚଳରେ ଥିବା ବେଦାନ୍ତ ୟୁନିଟ୍ ବନ୍ଦ ହୋଇଯିବାରୁ ସର୍ବାଧିକ ୩,୩୫୦ ଜଣ ସେମାନଙ୍କ ଚାକିରି ହରାଇଛନ୍ତି । ୨୦୧୩ ମସିହା ଜୁନ ମାସରେ ଏହି ୟୁନିଟ୍ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଥିଲା । 

 

 

ଚାଲି ପାରିଲାନି ସ୍ପଞ୍ଜ ଆଇରନ କାରଖାନା
ସେହିପରି କଞ୍ଚାମାଲ ଅଭାବ, ସର୍ବନିମ୍ନ ବଜାର ଦର କାରଣରୁ ୨୦୧୨ରେ ଓଡ଼ିଶା ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ହୋଇଯାଇଥିଲା । ଏଥିଯୋଗୁ ୯୬୪ ଜଣ ସେମାନଙ୍କ ଜୀବିକା ହରାଇଥିଲେ । ରଘୁନାଥ ପେପର ମିଲ ବନ୍ଦ ହେବା ଫଳରେ ମଧ୍ୟ ୯୬୪ କର୍ମଚାରୀ ଚାକିରି ହରାଇଥିଲେ । ଅନୁରୂପ ଭାବେ ମାହେଶ୍ୱରୀ ଇସ୍ପାତ ଲିମିଟେଡ ବନ୍ଦ ହୋଇଯିବା ଯୋଗୁ ୮ ଶହ ଜଣ, ଜର୍ଜ ଡିଷ୍ଟ୍ରିବ୍ୟୁଟର ବନ୍ଦ ହୋଇଯିବାରୁ ୫ ଶହ କର୍ମଚାରୀ ଚାକିରି ହରାଇଛନ୍ତି । 

 

ଏହା ବ୍ୟତୀତ ଗତ ୮ ବର୍ଷରେ କେତେକ ଛୋଟ ବଡ ଶିଳ୍ପ ବନ୍ଦ ହୋଇଯାଇଛି । ଆଇଆରସି ଟ୍ୟୁବ୍ସ, ଜେନ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ, ଦୀପକ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ, ଶିବଶକ୍ତି ସ୍ପଞ୍ଜ ଆଇରନ ଲିମିଟେଡ, ପୱନଜୟ ସ୍ପଞ୍ଜ ଆଇରନ ଲିମିଟେଡ, ଗଣେଷ ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ହୋଇଯିବା ଫଳରେ ୧୫ ଶହରୁ ଊଦ୍ଧ୍ୱର୍ କର୍ମଚାରୀ ଚାକିରି ହରାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

ଆରମ୍ଭ ହୋଇଛି ୯୫ ଶିଳ୍ପ
ଅନ୍ୟପକ୍ଷରେ ଗତ ୨୦୧୦ରୁ ୨୦୧୮ ମଧ୍ୟରେ ରାଜ୍ୟରେ ୯୫ଟି ଶିଳ୍ପ ଆରମ୍ଭ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଶିଳ୍ପଗୁଡିକ ୧ ଲକ୍ଷ ୬୬ ହଜାର ୬୧୩ ଜଣଙ୍କୁ ନିଯୁକ୍ତି ଦେବା ସହ ୨.୯୧ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିବା ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon