କ୍ୟାରିୟର ରେ ଶାନ୍ତି ଓ ସମୃଦ୍ଧି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

Wednesday, August 7, 2019

(ବେତାର ବ୍ୟୁରୋ) ଜଣେ ବ୍ୟକ୍ତିର କ୍ୟାରିୟର ଓ ସମୃଦ୍ଧିରେ ଘରର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସାଜସଜା ମଧ୍ୟ ଏ ଦିଗରେ ପ୍ରଭାବ ରଖିଥାଏ । ବାସ୍ତୁ ଅନୁଯାୟୀ ପରିସ୍ଥିତି ଅନୁସାରେ ଘରର ଜିନିଷପତ୍ର ଠିକ୍ ସ୍ଥାନରେ ରହିବା ଆବଶ୍ୟକ । ଅନୁଚିତ ସ୍ଥାନରେ ଜିନିଷ ରଖିବା, ଭୁଲ ରଙ୍ଗ ଚୟନ କରିବା ମଧ୍ୟ କେତେକାଂଶରେ ନକାରାତ୍ମକ ପ୍ରଭାବ ପକାଇଥାଏ । 

 

ଅସଜଡା ଜିନିଷପତ୍ର ସକାରାତ୍ମକ ଶକ୍ତିକୁ ରୋକିଥାଏ
ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ ଆଣୁଥିବା ସମସ୍ତ ସାମଗ୍ରୀକୁ ସଫାସୁତୁରା ସହ ସଜାଡି ରଖିବା ଆବଶ୍ୟକ । ଏଣେତେଣ ଜିନିଷ ପତ୍ର ପଡି ରହିଲେ ଏହା ଘରକୁ ପ୍ରବେଶ କରୁଥିବା ସକାରାତ୍ମକ ଶକ୍ତିର ପ୍ରତିବନ୍ଧକ ହୋଇଥାଏ । 

 

ଆଲମିରାରେ ରଖନ୍ତୁନି ଅନାବଶ୍ୟକ ଜିନିଷ
ଘରର ଲିଭିଂ ରୁମ୍ରେ କେବଳ ଆବଶ୍ୟକ ଓ କେତେକ ସାଜସଜା ସାମଗ୍ରୀ ରଖନ୍ତୁ । ଆକର୍ଷଣୀୟ ଜିନିଷ, ଟିଭି ଆଦିକୁ ଉଚିତ ସ୍ଥାନରେ ରଖନ୍ତୁ । ବିଶେଷ କରି ନିଜ ଆଲମିରାକୁ ସର୍ବଦା ପରିଷ୍କାର ଓ ସଜେଇ ରଖନ୍ତୁ । ଅନାବଶ୍ୟକ ଜିନିଷ ଆଲମିରାରୁ ବାହାର କରିଦିଅନ୍ତୁ । 

 

କବାଟ ଦେଖାଯିବା ଭଳି ସ୍ଥାନରେ ରଖନ୍ତୁ ସୋଫା
ବାସ୍ତୁ ମୁତାବକ, ଘରର ବିଭିନ୍ନ ଫର୍ଣ୍ଣିଚରକୁ ରଖିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି । ସୋଫା ସେଟକୁ ଏପରି ରଖିବା ଦରକାର ଯେପରି ବସିବା ଲୋକଙ୍କୁ ଘରର କବାଟ ଦେଖାଯିବ । ଯଦି ସାମନରେ ଝରକା ଦେଖାଯିବା ଭଳି ସ୍ଥାନରେ ସୋଫା ସେଟ ରହିଛି ତେବେ ଏହାର ସ୍ଥାନ ବଦଳାଇ ଦିଅନ୍ତୁ ।

 

ପୂର୍ବପଟ କାନ୍ଥରେ ଲଗାନ୍ତୁ ଫଟୋ
ଘରର ପୂର୍ବ ପଟ କାନ୍ଥରେ ପାରିବାରିକ କିମ୍ବା ଗଛ ଥିବା ଫଟୋ ଲଗାନ୍ତୁ । ଏହା ଦ୍ୱାରା ପରିବାରରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟି ହୋଇଥାଏ ଏବଂ ଘରେ ବିବାଦ ନ ଉପୁଜିବାରେ ସହାୟକ ହୋଇଥାଏ । ଏଥିସହ କାନ୍ଥରେ ଆପଣ କୌଣସି ଜଳଉତ୍ସ ଯେପରି ଝରଣା, ଜଳ ପ୍ରପାତ, ପୋଖରୀ ଆଦି ଫଟୋ ମଧ୍ୟ ଲଗାଇପାରିବେ । ଏହା ଦ୍ୱାରା ପିଲାଙ୍କ କ୍ୟାରିୟର ଉପରେ ଭଲ ପ୍ରଭାବ ପଡିଥାଏ।

 

ପୂର୍ବ, ଉତ୍ତର ଦିଗରେ ଲଗାନ୍ତୁ ଦର୍ପଣ
ବାସ୍ତୁ ଅନୁସାରେ ସବର୍ଦା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଦର୍ପଣ ରଖନ୍ତୁ । ଦର୍ପଣରେ ଯେପରି ସିଡି, କିଚେନ କିମ୍ବା ଟଏଲେଟ ଦେଖା ନ ଯାଏ ସେ ଦିଗରେ ବିଶେଷ ଧ୍ୟାନ ଦେବା ଜରୁରୀ । ଏଥିସହ ଲିଭିଂ ରୁମର ବିପରୀତ ଦିଗରେ ମଧ୍ୟ ଦର୍ପଣ ଲଗାନ୍ତୁ ନାହିଁ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon