ଏଣିକି ଅନଲାଇନରେ ଟିକେଟ କାଟିବା ହେବ ମହଙ୍ଗା

Thursday, August 8, 2019

(ବେତାର ବ୍ୟୁରୋ) ବିମୂଦ୍ରୀକରଣ ପରେ ଡିଜିଟାଲ ଟଙ୍କା ଦେଣନେଣକୁ ବ୍ୟାପକ କରିବା ପାଇଁ ଇ-ଟିକେଟ ପାଇଁ ବନ୍ଦ କରାଯାଇଥବା ସର୍ଭିସ ଚାର୍ଜ ଏବେ ପୁନଃ ଆଦାୟ କରାଯିବ । ରେଲ ୱେ ମନ୍ତ୍ରାଳୟରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ଏ ସମ୍ପର୍କରେ ଜଣାପଡିଛି । ଏଣିକି ଯାତ୍ରୀମାନେ ପୁଣି ମାର୍କେଟିଂ ଓ ବିକ୍ରି ସେବା ପାଇଁ ଦେୟ ଦେବେ । ଫଳରେ ଅନଲାଇନରେ ରେଳ ଟିକେଟ କାଟିବା ପୂର୍ବାପେକ୍ଷା ମହଙ୍ଗା ହେବ । 

 

ସ୍ଲିପର ପାଇଁ ୨୦ ଓ ଏସି ସିଟ୍ ପାଇଁ ୪୦ ଟଙ୍କା
ବିମୂଦ୍ରୀକରଣ ଘୋଷଣା କରାଯିବା ପୂର୍ବରୁ ୨୦୧୬ ନଭେମ୍ବର ପର୍ଯ୍ୟନ୍ତ ଇ-ଟିକେଟ ବୁକିଂରେ ସର୍ଭିସ ଚାର୍ଜ ଲାଗୁ ହେଉଥିଲା । ସ୍ଲିପର କ୍ଲାସ ଟିକେଟ ଉପରେ ୨୦ ଟଙ୍କା ଓ ଏସି ବଗିରେ ସିଟ୍ ପାଇଁ ୪୦ ଟଙ୍କା ସର୍ଭିସ ଚାର୍ଜ ଆଦାୟ କରାଯାଉଥିଲା । ହେଲେ ଗତ ଅଗଷ୍ଟ ୩ ତାରିଖରେ ରେଲୱେ ପକ୍ଷରୁ ଏହି ଚାର୍ଜ ପୁନଃ ଆଦାୟ ପାଇଁ ନିଷ୍ପତ୍ତି ହୋଇଛି । ଇ-ଟିକେଟ ପରିଚାଳନା ପାଇଁ ଆବଶ୍ୟକ ଅର୍ଥ ଏହି ସର୍ଭିସ ଚାର୍ଜ ଦ୍ୱାରା ରେଲୱେ ପକ୍ଷରୁ ଆଦାୟ କରାଯାଉଛି ।

 

ଜୁନ ୨୦୧୭ ପର୍ଯ୍ୟନ୍ତ ଆଦାୟ ନ କରିବାକୁ ହୋଇଥିଲା ନିଷ୍ପତ୍ତି
ନୋଟବନ୍ଦୀ ପରେ ୨୦୧୭ ଜୁନ ମାସ ପର୍ଯ୍ୟନ୍ତ ଇ-ଟିକେଟରୁ ସର୍ଭିସ ଚାର୍ଜ ଆଦାୟ ନ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ କ୍ରମେ ଏହି ସମୟ ସୀମାକୁ ବଢାଯାଇଥିଲା । ପୂର୍ବରୁ ବିତ୍ତ ମନ୍ତ୍ରଣାଳୟ ପକ୍ଷରୁ ଇ-ଟିକେଟର ଫଣ୍ଡିଂ ବ୍ୟବସ୍ଥା କରାଯିବା ବୋଲି କୁହାଯିବା ସହ ଏହି ଚାର୍ଜ ଆଦାୟ ନ କରିବାକୁ ପରାମର୍ଶ ଦିଆଯାଇଥିଲା ।

 

ଆଇଆରସିଟିସି ଆୟରେ ହ୍ରାସ
ଯାତ୍ରୀଙ୍କଠାରୁ ସର୍ଭିସ ଚାର୍ଜ ଆଦାୟ ରେଳ ବିଭାଗ ଆୟର ଏକ ମୁଖ୍ୟ ପନ୍ଥା । ହେଳେ ଏହି ଚାର୍ଜ ଆଦାୟ ବନ୍ଦ ହୋଇଯିବା ଫଳରେ ବିଭାଗର ଆୟ ଯଥେଷ୍ଟ କମିଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ଚାର୍ଜ ବାବଦ ଟଙ୍କା ଆଦାୟ ଯୋଗୁ ଅତିକମରେ ବିଭାଗକୁ ୨ ଶହ କୋଟି ଟଙ୍କାର ମୁନାଫା ହୋଇଥାଏ । ଯାହା ବିଭାଗର ୱେବସାଇଟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥର ଭରଣା କରିଥାଏ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।


 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon