ମହେଶ ବାବୁଙ୍କ ଜନ୍ମ ଦିନରେ ଆସିଲା ନୂଆ ଫିଲ୍ମର ଟିଜର

Friday, August 9, 2019

(ବେତାର ବ୍ୟୁରୋ) ତେଲୁଗୁ ଫିଲ୍ମ ସୁପରଷ୍ଟାର ମହେଶ ବାବୁ ଅଗଷ୍ଟ ୯ରେ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ୪୪ ବର୍ଷରେ ପହଞ୍ଚି ଥିବା ଏହି ସୁପରଷ୍ଟାରଙ୍କ ନୂଆ ଫିଲ୍ମ “ସାରିଲେରୁ ନିକେଭରୁ”ର ଟିଜର ରିଲିଜ ହୋଇଛି । “ସାରିଲେରୁ ନିକେଭରୁ”ର ଅର୍ଥ ହେଉଛି କେହି ତୁମର ମୁକାବିଲା କରିପାରିବେ ନାହିଁ ।

 

ଆର୍ମି ଅଫିସର ଭୂମିକାରେ ମହେଶ
ଜନ୍ମ ଦିନରେ ନିଜ ଫ୍ୟାନ ମାନଙ୍କୁ ମହେଶ ବାବୁ ତାଙ୍କ ନୂଆ ଫିଲ୍ମର ଟିଜର ଗିଫ୍ଟ କରିଛନ୍ତି । ଏହି ଫିଲ୍ମରେ ତାଙ୍କୁ ଜଣେ ଆର୍ମୀ ଅଫିସରଙ୍କ ଭୂମିକାରେ ଦେଖିବାକୁ ମିଳିବ ବୋଲି ଟ୍ରେଲରରୁ ଜଣାପଡିଛି । ଏଥିରେ ତାଙ୍କ ନାମ ମେଜର ଅଜୟ କ୍ରିଷ୍ଣା ରହିଛି । କୌଣସି ଆର୍ମି ଅଫିସର ଭୂମିକାରେ ମହେଶଙ୍କୁ ଦର୍ଶକ ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ ପାଇବେ । 

 

ଟିଜର ଭିଡିଓ ଅପଲୋଡ ହେବାର କିଛି ସମୟ ମଧ୍ୟରେ ହିଁ ବହୁ ଦର୍ଶକ ଏହାକୁ ଦେଖିବା ସହ ମହେଶ ବାବୁଙ୍କ ଆର୍ମି ପୋଷାକରେ ଡ୍ୟାଶିଂ ଲୁକକୁ ବେଶ ପସନ୍ଦ କରିଛନ୍ତି । “ସାରିଲେରୁ ନିକେଭରୁ”ର ଟିଜରରେ ମହେଶ ବାବୁ ନିଜ ୟୁନିଟ ସହ ଲଢେଇକୁ ବାହାରୁ ଥିବା ଦେଖିବାକୁ ମିଳିଛି। ଏଥିରେ ମହେଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଦିଆଯାଇଛି ।

 

କଶ୍ମୀରରେ ହୋଇଛି ସୁଟିଂ
ଫିଲ୍ମର କିଛି ଭାଗ କଶ୍ମୀରରେ ସୁଟିଂ ହୋଇଥିବା ଜଣାପଡିଛି । ଯେଉଁଠାରୁ ମହେଶ ବାବୁଙ୍କ କିଛି ଫଟୋ ପୂର୍ବରୁ ଲିକ୍ ହୋଇଥିଲା ।  ଏ. କେ. ଏଣ୍ଟରଟେନମେଣ୍ଟ ଦ୍ୱାରା ଏହି ଫିଲ୍ମର ନିର୍ମାଣ କରାଯାଇଛି । ଅନିଲ ରବିପୁଡ୍ଡି ଏହି ଫିଲ୍ୱର ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଥମ ଥର ପାଇଁ ରବିପୁଡ୍ଡି ଓ ମହେଶ ଏହି ଫିଲ୍ମରେ କାମ କରିଛନ୍ତି ।

 

ଗତ ମେ’ ରେ ଫିଲ୍ମ ନେଇ ହୋଇଥିଲା ଘୋଷଣା
ଗତ ମେ ମାସରେ ହିଁ ଏହି ଫିଲ୍ମର ଟିଜର ରିଲିଜ ସମ୍ପର୍କରେ ଘୋଷଣା କରାଯାଇଥିଲା । ମୁଖ୍ୟ ରୋଲରେ ମହେଶ ବାବୁଙ୍କ ସହ ରଶ୍ମିକା ମନ୍ଦାନା, ପ୍ରକାଶ ରାଜ, ବିଜୟଶାନ୍ତି, ରାମ୍ୟା କ୍ରିଷ୍ଣନ, ରାଜେନ୍ଦ୍ର ପ୍ରସାଦ ପ୍ରମୁଖଙ୍କୁ ଦେଖିବାକୁ ମିଳିବ ।  ଆସନ୍ତା ବର୍ଷ ଚଳଚ୍ଚିତ୍ର ପରଦାକୁ ଆସିପାରେ ବୋଲି ଜଣାପଡିଛି ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon