ସେପ୍ଟେମ୍ବର ୮ରେ ସଂଯୁକ୍ତ ପୋଲିସ ସେବା ପ୍ରିଲିମ ପରୀକ୍ଷା

Friday, August 9, 2019

(ବେତାର ବ୍ୟୁରୋ) ସଂଯୁକ୍ତ ପୋଲିସ ସେବା ପରୀକ୍ଷା-୨୦୧୬ (Combined Police Service Exam) ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛି । ଆସନ୍ତା ସେପ୍ଟେମ୍ବର ୮ ତାରିଖ (ରବିବାର) ଏହାର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରରେ ଏହି କମ୍ବାଇନଡ୍ ପୋଲିସ ସର୍ଭିସ ପରୀକ୍ଷା-୨୦୧୬ ଅନୁଷ୍ଠିତ ହେବ ।

 

ଅଫଲାଇନରେ ହେବ ପରୀକ୍ଷା
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଡିସେମ୍ବର ୨୪ ତାରିଖ ୨୦୧୬ ମସିହାରେ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୪୧୭୦ ଅନୁସାରେ ଏହି ପୋଲିସ ସେବା ପରୀକ୍ଷା ଆସନ୍ତା ମାସ ୮ ତାରିଖରେ କରାଯିବ ବୋଲି ଜଣାପଡିଛି । ଅଫଲାଇନ ମାଧ୍ୟମରେ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । 

 

୧୦୦ ନମ୍ବରର ପରୀକ୍ଷା, ଓଏମଆର୍ ସିଟରେ ଉତ୍ତର
ସେପ୍ଟେମ୍ବରରେ ହେବାକୁ ଥିବା ପରୀକ୍ଷାରେ ପରୀକ୍ଷାର୍ଥୀ ମାନଙ୍କ ପାଇଁ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନପତ୍ର ଦିଆଯିବ । ଏହା ସମୁଦାୟ ୧୦୦ ନମ୍ବର ବିଶିଷ୍ଟ ରହିବ । ସମସ୍ତ ପ୍ରଶ୍ନ ଅବଜେକ୍ଟିଭ ଟାଇପ ରହିବ । ରବିବାର ସକାଳ ସାଢେ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ପରୀକ୍ଷାର୍ଥୀମାନେ ଓଏମଆର ସିଟରେ ଉତ୍ତର ଦେବେ ।

 

ଅଗଷ୍ଟ ୩୦ରୁ ଆର୍ଡମିଟ କାର୍ଡ ଡାଉନଲୋଡ
ଆବେଦନକାରୀ ପରୀକ୍ଷାର୍ଥୀ ପରୀକ୍ଷା ପୂର୍ବରୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ୱେବସାଇଟରୁ ସେମାନଙ୍କ ଆର୍ଡମିଟ କାର୍ଡ ଡାଉନଲୋଡ କରିବେ । ଅଗଷ୍ଟ ୩୦ ତାରିଖରୁ ଆର୍ଡମିଟ କାର୍ଡ ସମ୍ପୃକ୍ତ ୱେବସାଇଟରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ସେମାନଙ୍କ ଲଗ୍ ଇନ ଆଇଡି ଓ ପାସୱର୍ଡ ଦେଇ ଲଗ୍ ଇନ କରିବା ପରେ ସେଠାରୁ ଆର୍ଡମିଟ କାର୍ଡ ଡାଉନଲୋଡ କରିପାରିବେ ବୋଲି କମିଶନ ପକ୍ଷରୁ ବିଜ୍ଞପ୍ତି ମାଧ୍ୟରେ ସୂଚନା ଦିଆଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon