ନିଜ ପସନ୍ଦର ଚ୍ୟାନେଲ ବାଛିବା ପାଇଁ ସରକାର ଆଣିବେ ଆପ୍

Saturday, August 10, 2019

 

(ବେତାର  ବ୍ୟୁରୋ) ଏଣିକି ଟିଭିରେ ନିଜ ମନ ପସନ୍ଦର ଚ୍ୟାନେଲ ଦେଖିବାରେ କୌଣସି ଅସୁବିଧା ଉପୁଜିବନାହିଁ । ଏ ଦିଗରେ ଗୁରୁତ୍ୱ ଦେଇ ଟ୍ରାଇ (ଟେଲିକମ ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ) ଆଣିବାକୁ ଯାଉଛି ନୂଆ ବ୍ୟବସ୍ଥା । ଚ୍ୟାନେଲ ଯୋଗାଣକାରୀ ଟିଭି କେବଲ ତଥା ଡିଟିଏଚ୍ ସର୍ଭିସ ଏଣିକି ନିଜ ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ଚ୍ୟାନେଲ ବାଛିବାକୁ ସାହାଯ୍ୟ କରିବାକୁ ଟ୍ରାଇ ନିର୍ଦ୍ଦେଶ ଦେଇଛି । 

 

ଏମିତି ଲାଭବାନ ହେବେ ଗ୍ରାହକ
ଟ୍ରାଇର ଏହି ନୂଆ ଯୋଜନା ମୁତାବକ, କଷ୍ଟମରମାନେ ସେମାନଙ୍କ ଇଚ୍ଛା ମୁତାବକ ଚ୍ୟାନେଲ ବାଛିବେ । ଏଥିପାଇଁ ଡିଟିଏଚ୍ ସର୍ଭିସ ପକ୍ଷରୁ ସ୍ୱତନ୍ତ୍ର ଆପ୍ଳିକେଶନ ପ୍ରସ୍ତୁତ କରାଯିବ । ଏହି ଆପ୍ ମାଧ୍ୟମରେ ଲୋକେ ଚ୍ୟାନେଲ ଚଏସ୍ କରିବେ । ଯେତେ ଚ୍ୟାନେଲ ଗ୍ରାହକ ବାଛିବେ ସେହି ଅନୁସାରେ ସେମାନେ ଅର୍ଥ ପଇଠ କରିବେ।

 

ରହିବ ଅଧିକ ବିକଳ୍ପ ସୁବିଧା
ଏବେ ଦର୍ଶକମାନେ ଡିଟିଏଚ୍ ଦ୍ୱାରା ପ୍ରଦତ୍ତ କୌଣସି ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡୁଛି । ଏହି ସୁବିଧା ହୋଇଯିବା ପରେ ଆଉ ଦର୍ଶକ ଏଭଳି ବିକଳ୍ପ ବାଛିବାକୁ ବାଧ୍ୟ ହେବେ ନାହିଁ । ଆପ୍ ମାଧ୍ୟମରେ ଲୋକେ ନିଜ ପସନ୍ଦର ଚ୍ୟାନେଲକୁ ଚଏସ କରିପାରିବେ । ଦର୍ଶକ ଯେତିକି ଚ୍ୟାନେଲ ବାଛିବେ କେବଳ ସେହି ଅନୁସାରେ ଟଙ୍କା ଦେବେ ।

 

୩ ମାସ ଧରି ଚାଲିଥିଲା ପ୍ରକ୍ରିୟା
ଚ୍ୟାନେଲ ସଂକ୍ରାନ୍ତୀୟ ସମସ୍ୟାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ମନ ମୁତାବକ ଚ୍ୟାନେଲ ଦେଖିପାରୁ ନ ଥିବାରୁ ଅଧିକାଂଶ ଏହା ଭିତରେ ସ୍ୱତନ୍ତ୍ର ପ୍ଲାନ ଛାଡି କମ୍ପାନୀର ବେସିକ ପ୍ଲାନକୁ ସବସ୍କ୍ରାଇବ କରିଥିବା ଦେଖାଦେଇଥିଲା । ଏହାକୁ  ଦୃଷ୍ଟିରେ ରଖି ଟ୍ରାଇ ପକ୍ଷରୁ ଏହି ନୂଆ ସୁବିଧା ଲୋକଙ୍କୁ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରାୟ ୩ ମାସ ଧରି ବିଚାର କରିବା ପରେ ଏପରି ଆପ୍ଲିକେଶନ ଡେଭେଲପ କରିବାକୁ ନିଷ୍ପତ୍ତି ହୋଇଛି । ଏହା ଦ୍ୱାରା ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରହିବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon