ବେତାର ରୋଷେଇ : ଛୁଟିରେ କରନ୍ତୁ ପପାୟା ହାଲୁଆ

Thursday, August 15, 2019

(ବେତାର ବ୍ୟୁରୋ) ଗାଜର ହାଲୁଆ ନାଁ ତ ନିଶ୍ଚିତ ଭାବେ ଶୁଣିଥିବେ । ତେବେ ଗାଜର ବ୍ୟତୀତ ଅନ୍ୟାନ୍ୟ ବହୁତ ଗୁଡିଏ ଜିନିଷ ଅଛି ଯେଉଁଥିରେ ହାଲୁଆ ପ୍ରସ୍ତୁତ ହୋଇପାରିବ ।

 

ମୂଳତଃ ଦେଖିବାକୁ ଗଲେ ପାଣିଚିଆ ଓ ହାଲୁକା ମିଠା ପାରିବା ବା ଫଳରେ ହାଲୁଆ ପ୍ରସ୍ତୁତ ହୋଇପାରିବ । ପଶ୍ଚିମ ଓ ଉତ୍ତର ଭାରତରେ କାକୁଡି, ସେଓ ତଥା ସପୁରିରେ ହାଲୁଆ ବିକ୍ରି ହେଉଥିବାର ଦେଖିବାକୁ ମିଳେ । ସେହିପରି ଅମୃତଭଣ୍ଡାରେ ମଧ୍ୟ ହାଲୁଆ ପ୍ରସ୍ତୁତ ହୋଇପାରିବ ।

 

ଯଦିଓ ହାଲୁଆ ପ୍ରସ୍ତୁତିର ମୂଳ ପ୍ରକ୍ରିୟା ସବୁ ପରିବା ବା ଫଳ ପାଇଁ ଏକ, ତେବେ ପରିବା ବା ଫଳ ଅନୁସାରେ ଏହା କେତେ ସମୟ କରେଇରେ ଭଜା ହେବ ତାହା ଗୁରୁତ୍ତ୍ୱପୂର୍ଣ୍ଣ । ସେହିଭଳି ପରିବା/ଫଳକୁ ଚାହିଁ କେତେ ପରିମାଣର ଚିନି ତଥା ଘିଅ ଆବଶ୍ୟକ ହେବ ତାହା ମଧ୍ୟ ଜାଣିବା ଜରୁରୀ ।  

ତେବେ ଏହିସବୁ ସାମଗ୍ରୀ ଆପଣ ନିଜ ସ୍ଵାଦ ଅନୁସାରେ ନିୟନ୍ତ୍ରିତ କରିପାରିବେ ।

 

ଆସନ୍ତୁ ଜାଣିବା ଅମୃତଭଣ୍ଡା ହାଲୁଆର ପ୍ରସ୍ତୁତି ପ୍ରଣାଳୀ ।

 

ଆବଶ୍ୟକ ସାମଗ୍ରୀ: ଅମୃତଭଣ୍ଡା (ଦର ପାଚିଲା ବା କଞ୍ଚା) , ଚିନି, କ୍ଷୀର, ଘିଅ, କାଜୁ, କିସ୍‌ମିସ୍‌ ଓ ଗୁଜୁରାତି

 

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅମୃତଭଣ୍ଡାଗୁଡ଼ିକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ। ବର୍ତ୍ତମାନ ଏହାକୁ କୋରି କରି ରଖନ୍ତୁ। ଏବେ ଏକ କଡ଼େଇରେ ଘିଅ ଗରମ କରି କୋରା  ହୋଇଥିବା ଅମୃତଭଣ୍ଡା ପକାଇ ଭାଜନ୍ତୁ।

 

ଏହା ଟିକେ ଭାଜି ହୋଇ ଆସିଲେ, ଏଥିରେ କ୍ଷୀର ମିଶାନ୍ତୁ। କ୍ଷୀର ଫୁଟିଗଲେ ଏଥିରେ ଚିନି, ଗୁଜୁରାତି ଗୁଣ୍ଡ, କାଜୁ ଓ କିସ୍‌ମିସ୍‌ ପକାନ୍ତୁ। ଏହାକୁ କଛି ସମୟ କମ୍‌ ଆଞ୍ଚରେ ଘାଣ୍ଟନ୍ତୁ।ହାଲୱା ଟିକେ ଶୁଖିଲା ହୋଇଗଲେ ଚୁଲି ବନ୍ଦ କରିଦିଅନ୍ତୁ।

 

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ଅମୃତଭଣ୍ଡା ହାଲୱା। ଏହାକୁ ଏକ ପ୍ଲେଟରେ କାଢ଼ି ଉପରେ କାଜୁ କିସ୍‌ମିସ୍‌ ସଜାଇ ଦୀପାବଳିରେ ଅତିଥିଙ୍କୁ ପରସି ପାରିବେ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon