ଜିଓ ଫାଇବର ପ୍ରଭାବ : ଶସ୍ତା ହେଲା ଏୟାରଟେଲ ଇଣ୍ଟରନେଟ ଟିଭି

Friday, August 16, 2019

(ବେତାର ବ୍ୟୁରୋ) ଶସ୍ତା ହେଲା ଏୟାରଟେଲ ଇଣ୍ଟରନେଟ ଟିଭି । ଏଣିକି ଗ୍ରାହକମାନେ ପୂର୍ବାପେକ୍ଷା କମ୍ ଟଙ୍କାରେ ଏହାକୁ କିଣି ପାରିବେ । ଏ ନେଇ ଭାରତୀ ଏୟାରଟେଲ ପକ୍ଷରୁ ଘୋଷଣା କରାଯାଇଛି । କିଛି ଦିନ ପୂର୍ବରୁ କମ୍ପାନୀ ଏସଡି ଓ ଏଚଡି ସେଟ୍ ଟପ୍ ବକ୍ସ ପ୍ରାଇସ କମାଇଥିଲା । ଇଣ୍ଟରନେଟ ଟିଭି ସହ ଏୟାରଟେଲ ତାର ଗ୍ରାହକମାନଙ୍କୁ ଆଉ କିଛି ଅଫର ପ୍ରଦାନ କରିଛି ।

 

୩,୪୯୯ ଟଙ୍କାରୁ ୨୨୬୯
ପୂର୍ବରୁ ଉପଭୋକ୍ତାମାନଙ୍କୁ ୩୪୯୯ ଟଙ୍କାରେ ଏୟାରଟେଲ ଇଣ୍ଟରନେଟ ଟିଭି କିଣିବାକୁ ପଡୁଥିଲା । ହେଲେ ଏବେ ଏଥିରେ ୧୨୩୦ ଟଙ୍କା ହ୍ରାସ କରାଯାଇଛି । ଏଣିକି ଏହି ଇଣ୍ଟରନେଟ ଟିଭି ପାଇଁ ୨୨୬୯ ଟଙ୍କା ଦେବାକୁ ପଡିବ । 

 

ପୂର୍ବରୁ ଏୟାରଟେଲ ୬୯୯ ଟଙ୍କାର ଏକ ମେଗା ଏଚଡି ଚ୍ୟାନେଲ ପ୍ୟାକ ଦେଉଥିଲା । କିନ୍ତୁ ନୂଆ ପ୍ରାଇସରେ ଇଣ୍ଟରନେଟ ଟିଭି କିଣୁଥିବା ଗ୍ରାହକଙ୍କୁ ଆଉ ଏହି ପ୍ୟାକ ମିଳିବ ନାହିଁ । ତେବେ ଅଧିକ ଚ୍ୟାନେଲ ପାଇଁ ଉପଭୋକ୍ତାମାନେ ଏୟାରଟେଲ ଇଣ୍ଟରନେଟ ଟିଭି ୱେବସାଇଟକୁ ଯାଇ ଟିଭି ଚ୍ୟାନେଲ ପାଇପାରିବେ ।

 

ମିଳିବ ଗୁଗୁଲ ହୋମ ମିନି ସ୍ମାର୍ଟ ସ୍ପିକର
ନୂଆ ପ୍ରାଇସରେ ଏୟାରଟେଲ ଇଣ୍ଟରନେଟ ଟିଭି କିଣୁଥିବା ଗ୍ରାହକଙ୍କ ପାଇଁ ୧୫ ଶହ ଡିସକାଉଣ୍ଟ ପରେ ଗୁଗୁଲ ହୋମ ମିନି ସ୍ମାର୍ଟ ସ୍ପିକର ଉପଲବ୍ଧ ହେବ । ତେବେ ଏହା ଅପସନାଲ ରହିବ । ଅର୍ଥାତ ଯେଉଁମାନେ ମିନି ସ୍ମାର୍ଟ ସ୍ପିକର ନେବାକୁ ଇଚ୍ଛା ନ କରିବେ ସେମାନଙ୍କୁ ଏହାକୁ କିଣିବାକୁ ବାଧ୍ୟ କରାଯିବ ନାହିଁ । 

 

ଅଧିକ ସଂଖ୍ୟାରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏୟାରଟେଲ ପକ୍ଷରୁ ସେଟଟପ୍ ବକ୍ସ ଓ ଇଣ୍ଟରନେଟ ଟିଭି ଆଦିରେ ଏହି ଅଫର ଲାଗୁ କରାଯାଇଛି । ରିଲାଏନ୍ସ ଜିଓ କିଛି ଦିନ ପୂର୍ବରୁ ଜିଓ ଫାଇବର ଲଞ୍ଚ କରିଛି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଠାରୁ ଏହି ସର୍ଭିସ ଆରମ୍ଭ ହେବ ବୋଲି ରିଲାଏନ୍ସ ପକ୍ଷରୁ ଘୋଷଣା କରାଯାଇଛି । ଏଥିରେ ମଧ୍ୟ ଜିଓ ଏହାର ଉପଭୋକ୍ତାମାନଙ୍କ ପାଇଁ ଅନେକ ପ୍ଲାନ ରଖାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon