ଜାଣନ୍ତୁ : ନିୟମିତ ସେଭିଂ କଲେ ମିଳେ ଏହି ସବୁ ଫାଇଦା

Thursday, August 22, 2019

(ବେତାର ବ୍ୟୁରୋ) ଫ୍ରେଶ ଲୁକ୍ ପାଇଁ ଅଧିକାଂଶ ପୁରୁଷ ନିଶ, ଦାଢି ଆଦି ସେଭିଂ କରିବାକୁ ପସନ୍ଦ କରିଥାନ୍ତି । ପ୍ରାୟ ଅଧିକାଂଶ କିଛି ଦିନ ବ୍ୟବଧାନରେ ହିଁ ସେଭିଂ କରାଇଥାନ୍ତି । ହେଲେ ସେମାନଙ୍କ ମଧ୍ୟରୁ କ୍ୱଚିତଙ୍କୁ ନିୟମିତ ସେଭିଂର ଫାଇଦା ଜଣାଥାଏ । 

 

ପ୍ରତିଦିନ ସେଭିଂ କରିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ଆସନ୍ତୁ ଜାଣିବା ।


ଦାଢିରେ ଘନତ୍ୱ ନ ଥିବା ବ୍ୟକ୍ତିଙ୍କ ପାଇଁ ଲାଭଦାୟକ
ଯଦି ଆପଣଙ୍କ ମୁହଁରେ ଦାଢିର ଘନତ୍ୱ ନାହିଁ ତେବେ ନିୟମିତ ସେଭିଂ ଦ୍ୱାରା ଆପଣଙ୍କ ବହୁତ ଫାଇଦା ହେବ । ଏହା ଦ୍ୱାରା ନୂତନ ଦାଢି  ଉଠିବା ସହ ଆପଣ ଅଧିକ ହ୍ୟାଣ୍ଡସମ ଲୁକ୍ ପାଇପାରିବେ। ଯେତେବେଳେ ଦାଢି ରଖିବାକୁ ଚାହିଁବେ ଆପଣ ଏହାକୁ ମନ ମୁତାବକ ଷ୍ଟାଇଲ ଦେଇପାରିବେ ।

 

ସେଭିଂ ନ କଲେ ଉପୁଜିପାରେ ବ୍ରଣ ସମସ୍ୟା
ତେବେ ଅନ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ନିୟମିତ ସେଭିଂ କରିବା ଲାଭ ଦାୟକ ହୋଇଥାଏ । ଏହା ଦ୍ୱାରା ଚେହେରାରେ ସର୍ବଦା ଫ୍ରେଶ ଲୁକ୍ ରଖିପାରିବେ । ବିଶେଷ କରି ଖରାଦିନେ ନିୟମିତ ସେଭିଂ ଅଭ୍ୟାସ ରଖିବା ଆବଶ୍ୟକ । କାରଣ ଖରାଦିନେ ବାହାରୁଥିବା ଝାଳ  ମୁହଁରେ ଖରାପ ପ୍ରଭାବ ପକାଇପାରେ । ଏହା ଦ୍ୱାରା ବ୍ରଣ ସମସ୍ୟା ଉପୁଜିଥାଏ ।

 

ଡେଡ୍ ସ୍କିନ ଦୂର ହୁଏ
ନିୟମିତ ସେଭିଂ ହେବା ଦ୍ୱାରା ମୁହଁରେ ଡେଡ୍ ସ୍କିନ ଦୂର ହୋଇଥାଏ । ସେଭିଂବେଳେ ହାଲ୍କା ମସାଜ ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହାଦ୍ୱାରା ଚର୍ମରେ ଜମି ରହିଥିବା ମଇଳା ହଟିଥାଏ । ତ୍ୱଚାରେ ମେଲାନିନ ଓ କେରାଟିନର ମାତ୍ରା ବଢିଥାଏ । ସେଭିଂ କ୍ରିମ, ଜେଲ୍, ଅଏଲ ଆଦି ବ୍ୟବହାର ଦ୍ୱାରା ମୁହଁରେ ପିଏଚ୍ ଲେଭଲ କଣ୍ଟ୍ରୋଲ ହୋଇଥାଏ । ଯାହା ଆପଣଙ୍କୁ ଏକ ୟଙ୍ଗ ଲୁକ୍ ଦେଇଥାଏ ।


ନିତ୍ୟକର୍ମରେ ସାମିଲ କରନ୍ତୁ ସେଭିଂ
ସକାଳୁ ଉଠି ନିତ୍ୟକର୍ମରେ ସେଭିଂକୁ ସାମିଲ କରନ୍ତୁ । ଏହା ଦ୍ୱାରା ଦିନ ସାରା ଆପଣ ଫ୍ରେଶ ଅନୁଭବ କରିବେ । ଏଥିସହ କାମରେ ଫୂର୍ତ୍ତି ଲାଗିବ । ଫଳରେ ଆପଣଙ୍କ କାର୍ଯ୍ୟ ମଧ୍ୟ ବ୍ୟବସ୍ଥିତ ହୋଇପାରିବ । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon