ଗୁଗଲ ହୋମର ନୂଆ ଅବତାର ନେଷ୍ଟ ହବ୍: ଜାଣନ୍ତୁ ଫିଚର, ଦାମ

Tuesday, August 27, 2019

(ବେତାର ବ୍ୟୁରୋ) ଗୁଗଲ ତାର ନୂଆ ସ୍ମାର୍ଟ ଡିଭାଇସ ଗୁଗୁଲ ନେଷ୍ଟ ହବ୍ ଇଣ୍ଡିଆରେ ଲଞ୍ଚ କରିଛି । ଇଣ୍ଡିଆରେ ନେଷ୍ଟ ସିରିଜର ଏହା ପ୍ରଥମ ଡିଭାଇସ ଭାବେ ବଜାରକୁ ଆସିଛି । ଅନ୍ୟ ଦେଶଗୁଡିକରେ ଏହି ଡିଭାଇସ ପୂର୍ବରୁ ଉପଲବ୍ଧ ଥିବାବେଳେ ଏବେ ଏହାକୁ ଭାରତ ବଜାରରେ ଲଞ୍ଚ କରାଯାଇଛି ।

 

ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର 

ଗୁଗୁଲ ନେଷ୍ଟ ହବ୍ ଏକ ସ୍ମାର୍ଟ ଡିସପ୍ଲେ । ୨୦ କୋଟିରୁ ଊଦ୍ଧ୍ୱର୍ ୩,୫୦୦ ବ୍ରାଣ୍ଡ ଯଥା ସାଓମି, ଏଲଜି, ସିସକା, ଫିିଲିପ୍ସ ଆଦିର ବିଭିନ୍ନ ପ୍ରକାର ସ୍ମାର୍ଟ ଡିଭାଇସ ସହିତ ଏହାକୁ କନେକ୍ଟ କରାଯାଇପାରିବ । ଏଥିରେ ୭ ଇଞ୍ଚର ଡିସପ୍ଲେ ରହିଥିବାବେଳେ ବଡ଼ିରେ ଫାଇବର କୋଟିଂ କରାଯାଇଛି । ଡିଭାଇସରେ ଇନବିଲ୍ଟ ସ୍ପିକର ମଧ୍ୟ ରହିଛି ।

 

ଅଡିଓ କଲ୍, ୟୁ ଟ୍ୟୁବ ପରି ସୁବିଧା ପାଇବେ

ଏହି ଡିଭାଇସ ମାଧ୍ୟମରେ ଆପଣ ଅଡିଓ କଲ୍ କରିପାରିବେ । ଏଥିସହ ଗୁଗୁଲ ସର୍ଚ୍ଚ, ୟୁ ଟ୍ୟୁବ, ଗୁଗୁଲ ଫଟୋ, ଗୁଗୁଲ ଆସିଷ୍ଟାଣ୍ଟ ଆଦିର ବ୍ୟବହାର କରିହେବ ।

 

ଏଥିରେ ଥିବା ସ୍ମାର୍ଟ ସ୍ପିକର ଭଏସ କମାଣ୍ଡରେ ମଧ୍ୟ କାମ କରିବ । ଅର୍ଥାତ କମାଣ୍ଡ ଦେଇ ଏଥିରେ ଆପଣ ଗୀତ ଶୁଣିପାରିବା ସହ ଆଲାର୍ମ ସେଟ କରିବା, ଲାଇଟ ଅଫ୍/ଅନ କରିବା, ଫ୍ୟାନ ଟିଭି. ଏସି, ସିକ୍ୟୁରିଟି କ୍ୟାମେରା କଣ୍ଟ୍ରୋଲ, ମଧ୍ୟ କରିହେବ । ଏଥିପାଇଁ ଏହି ଡିଭାଇସ ସହ ଲାଇଟ, ଫ୍ୟାନ ଆଦିକୁ କନେକ୍ଟ କରିବାକୁ ପଡିବ ।

 

ଜାଣିହେବ ଟ୍ରାଫିକ

ଏହି ଡିଭାଇସ ଦ୍ୱାରା ଆପଣ ରାସ୍ତା ମ୍ୟାପ ଓ ଟ୍ରାଫିକ ବିଷୟରେ ମଧ୍ୟ ସୂଚନା ପାଇପାରିବେ । ବ୍ୟବହାରକାରୀଙ୍କ ପ୍ରାଇଭେସି ପାଇଁ ଏଥିରେ ଥିବା ମାଇକ୍ରୋଫୋନ ନିଜ ହିସାବରେ ବନ୍ଦ କରିବାକୁ ଏକ ନିର୍ଦ୍ଦିଷ୍ଟ ସୁଇଚ ରହିଛି ।

 

ଗୁଗୁଲ ନେଷ୍ଟ ହବ୍ daam

ଭାରତ ବଜାରରେ ଏହାର ମୂଲ୍ୟ ୯,୯୯୯ ଟଙ୍କା ରହିଛି । ଅଗଷ୍ଟ ୨୬ରୁ ଏହାର ବିକ୍ରି ଆରମ୍ଭ ହୋଇଛି । ଫ୍ଲିପକାର୍ଟ, କ୍ରୋମା, ରିଲାଏନ୍ସ, ଟାଟା କ୍ଲିକ ଆଦି ୱେବସାଇଟରୁ ଏହାକୁ ଅନଲାଇନ ଅର୍ଡର କରିପାରିବେ । ଚକ୍ ହ୍ୱାଇଟ ଏବଂ ଚାରକୋଲ ବ୍ଲାକ କଲରରେ ଏହା ଉପଲବ୍ଧ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon