ବଢୁଛି ସୁନା ଦର, ଆଗକୁ ଏପରି ରହିପାରେ ଅବସ୍ଥା

Tuesday, August 27, 2019

(ବେତାର ବ୍ୟୁରୋ) ସୁନା ଦର ଏବେ ହୁ ହୁ ହୋଇ ବଢି ଚାଲିଛି। ନିକଟରେ  ଏହା ପ୍ରାୟ ୪୦ ହଜାରରେ ପହଞ୍ଚିଛି ।

ନୂଆଦିଲ୍ଲୀରେ ଏବେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ୩୯,୮୧୦ ଟଙ୍କା ହୋଇଛି । ସେହିପରି ରବିବାର ରୂପା କିଲୋପ୍ରତି ୪୭,୮୪୫ ଟଙ୍କା ଥିବା ବେଳେ ସୋମବାର ବଢି ୪୮,୧୬୫ ଟଙ୍କା ହୋଇଛି ।

 

ସେହିପରି ଭୁବନେଶ୍ୱରରେ କିଛି ସ୍ଥାନରେ ସୁନା ଭରି  ପିଛା 40,400 ଦରରେ ବିକ୍ରି ହେଊଥିବା ବେଳେ କଟକରେ ସୁନାଦର  ଅପେକ୍ଷାକୃତ କମ ରହିଛି ।

 

ଏହିସବୁ ଦର 24 କ୍ୟାରେଟ ସୁନା ପାଇଁ ହୋଇଥବା ବେଳେ ବେଳେ 22 କ୍ୟାରେଟ ସୁନାଦର ମଧ୍ୟ ଅଳ୍ପବହୁତେ ବଢିଥିବାର ପରିଲକ୍ଷିତ ହୋଇଛି । 


ବିଶ୍ବ ବଜାରରେ ଯେବେ ବି ଅସ୍ଥିରତା ଦେଖା ଦିଏ ସେବେ ସେବେ ସୁନା ଦାମ ବଢିବା ଦେଖାଯାଇଛି। ସମ୍ପ୍ରତି ଦେଖାଦେଇଥିବା ଆମେରିକା-ଚୀନ ମଧ୍ୟରେ ବାଣିଜ୍ୟିକ ତିକ୍ତତା ଓ ଇସ୍ରାଏଲର ରକେଟ  ମାଡ଼ ଇତ୍ୟାଦି ଅସ୍ଥିରତାକୁ ଦର୍ଶାଉଥିବାରୁ ନିବେଶକମାନେ ଡଲାର ଠାରୁ ମୁହଁ ଫେରାଇ ସୁନାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ଏହାର ପ୍ରଭାବରେ ସୁନା ଦର ବଢ଼ି ଚାଲିଛି।

ସୂଚନାଯୋଗ୍ୟ, ଗତ ଏକ ଦଶନ୍ଧି ମଧ୍ୟରେ ସୁନା ଦରରେ ଅହେତୁକ ବୃଦ୍ଧି ଘଟିଛି । ୨୦୦୮ରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧୨,୫୦୦ ଟଙ୍କା ଥିବା ବେଳେ ଅଗଷ୍ଟ ୨୬ ସୋମବାର ଅର୍ଥାତ୍ ଆଜି ସୁନା ଦର ସର୍ବକାଳୀନ ରେକର୍ଡ ଭାଙ୍ଗି ପ୍ରାୟ ୪୦ ହଜାର ପହଞ୍ଚିଛି । ୨୦୧୮ରେ ସୁନା ଦର ୩୧,୪୩୮ ଟଙ୍କ ଥିଲା। ୧୯୬୪ମସିହାରେ ସୁନା ଦର ୧୦ ଗ୍ରାମ ପ୍ରତି ୬୩.୨୫ ଟଙ୍କା ଥିଲା ।

 

ସ୍ଥିର ରହିପାରେ
ତେବେ ଏହା ଆଗକୁ ବିଶେଷ ବଢିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ରିଲାଏନ୍ସ କମୋଡିଟିର ମୁଖ୍ୟ ଟ୍ରେଡ଼ ବିଶେଷଜ୍ଞଙ୍କ ମତରେ ସୁନାର ଦର ଭାରତରେ ଏହି ସ୍ତରରେ ରହିବ। ତେବେ ଏହା 38,000 ରୁ ତଳକୁ ନ ଯାଇ ପାରେ। ଅର୍ଥାତ ସୁନା ଦର 38000 ରୁ 40,000 ଟଙ୍କା ଭିତରେ ବର୍ତ୍ତମାନ ସୀମିତ ରହିବ ।

ଯଦି 40000 ଟଙ୍କାରୁ ଉର୍ଦ୍ଧକୁ ଯାଏ ତେବେ ଏହାର ଚାହିଦା କମିବା ଭୟରେ ନିବେଶକମାନେ ଏହାର ଦାମ ବଢାଇବାକୁ ଦେବେ ନାହିଁ ବୋଲି ବିଶେଷଜ୍ଞ ଜଣକ କହିଛନ୍ତି। 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon