ବାସ୍ତୁଟିପ୍ : ମନିପର୍ସରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ

Friday, August 30, 2019

(ବେତାର ବ୍ୟୁରୋ) ଅଧିକାଂଶ ଲୋକେ ନିଜ ପର୍ସକୁ କେବଳ ଟଙ୍କା ନୁହେଁ ଅନ୍ୟାନ୍ୟ ଜିନିଷ ରଖିବାକୁ ମଧ୍ୟ ବ୍ୟବହାର କରିଥାନ୍ତି । ହେଲେ ବାସ୍ତୁଶାସ୍ତ୍ରରେ ଏପରି କରିବାକୁ ବାରଣ କରାଯାଇଛି । ପର୍ସରେ କେତେକ ନିର୍ଦ୍ଦିଷ୍ଟ ଜିନିଷକୁ ରଖିବାକୁ ସମ୍ପୂର୍ଣ୍ଣ ଭାବେ ମନା କରାଯାଇଛି । ଏହାଦ୍ୱାରା ଆର୍ଥିକ ସଙ୍କଟ ଉପୁଜିପାରେ ବୋଲି ବାସ୍ତୁରେ କୁହାଯାଇଛି ।

 

ପର୍ସରେ ରଖନ୍ତୁନି ଚାବି

ବାସ୍ତୁଶାସ୍ତ୍ର ଅନୁସାରେ ପର୍ସରେ କୌଣସି ଚାବି ରଖିବା ଉଚିତ ନୁହେଁ । ତାହା ଘର ଚାବି ହେଉ କିମ୍ବା ଅଫିସ ଚାବି । ଏହା ରଖିବା ଦ୍ୱାରା ଅନେକ ସମୟରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

 

କାଗଜ ପତ୍ର, ବିଲ୍ ଭର୍ତ୍ତି କରନ୍ତୁ ନାହିଁ

ଅନେକ ଲୋକ ସେମାନଙ୍କ ପର୍ସରେ ଟଙ୍କା ପଇସା ଛଡା ଅନେକ କାଗଜ ପତ୍ର, ବିଲ୍ ଆଦି ରଖିଥିବା ଦେଖାଯାଏ । ଏହା ଦ୍ୱାରା ନକରାତ୍ମକ ପ୍ରଭାବ ବଢିଥାଏ । ଫଳରେ ଅନକେ ସମୟରେ ଅଯଥା ଖର୍ଚ୍ଚ କରିବାକୁ ପଡିପାରେ ।

 

ଶୋଇବାବେଳେ ବେଡରେ ରଖନ୍ତୁନି

ଶୋଇବା ସମୟରେ ପର୍ସକୁ ବେଡରେ ରଖିବାକୁ ବାସ୍ତୁଶାସ୍ତ୍ରରେ ମନା କରାଯାଇଛି । ଏହା ଦ୍ୱାରା ଆର୍ôଥକ ସଙ୍କଟ ଦେଖାଦେଇପାରେ । ଏଥିସହ ପର୍ସ ଫାଟିଗଲେ କିମ୍ବା କଟିଗଲେ ଏହାକୁ ତୁରନ୍ତ ବଦଳାଇଦେବା ଆବଶ୍ୟକ । ଫଟା ପର୍ସର ବ୍ୟବହାର ନ କରିବାକୁ ବାସ୍ତୁରେ କୁହାଯାଇଛି ।

 

କରଜ ଟଙ୍କା ପର୍ସରେ ପୂରାନ୍ତୁ ନାହିଁ

ଯଦି ଆପଣ କାହାଠାରୁ ଟଙ୍କା କରଜ କରିଛନ୍ତି ଏବଂ ଏହାକୁ ସୁଝିବାକୁ ଯାଉଛନ୍ତି ତେବେ ସେହି ଟଙ୍କାକୁ ପର୍ସରେ ନ ନେଇ ଅଲଗା ନିଅନ୍ତୁ । କରଜ ଟଙ୍କା ପର୍ସରେ ରଖିବା ଦ୍ୱାରା ଋଣ ବଢିଥାଏ ଏବଂ ଅର୍ଥ ହାନି ହେବାର ଆଶଙ୍କା ରହିଥାଏ ।

 

କାଚ, ଚାନ୍ଦି ରଖନ୍ତୁ

ପର୍ସରେ କାଚ କିମ୍ବା ଚାନ୍ଦିର ଅଂଶ ରଖିବା ଶୁଭଙ୍କର ବୋଲି ବାସ୍ତୁରେ କୁହାଯାଇଛି । ଏହା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ଏବଂ ଖର୍ଚ୍ଚ କମିବାର ବାଟ ଫିଟିଥାଏ ।

 

ଆଶୀର୍ବାଦ ରୂପକ ଅର୍ଥ ଖର୍ଚ୍ଚ କରନ୍ତୁନି

ବଡ ଲୋକ ତଥା ଗୁରୁଜନଙ୍କଠାରୁ ଆଶୀର୍ବାଦ ଭାବେ ମିଳିଥିବା ଅର୍ଥକୁ ଖର୍ଚ୍ଚ ନ କରି ପର୍ସରେ ସାଇତି ରଖନ୍ତୁ । ଏହା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon