ଏଟିଏମ୍ ଠକେଇ ପାଇଁ ଚିନ୍ତିତ କି ? କାର୍ଡକୁ ଏମିତି କରନ୍ତୁ ସୁଇଚ ଅଫ୍

Saturday, August 31, 2019

(ବେତାର ବ୍ୟୁରୋ) ଦିନକୁ ଦିନ ବଢି ଚାଲିଥିବା ଏଟିଏମ୍ ଠକେଇରୁ  ବର୍ତ୍ତିବା ପାଇଁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ ଟେକ୍ନୋଲୋଜିର ଏମିତି ବ୍ୟବହାର, ଯାହାଦ୍ୱାରା ନିଜକୁ ଠକେଇର ଶିକାର ହେବାରୁ ବଞ୍ଚାଇପାରିବେ । ସ୍ମାର୍ଟଫୋନ ମାଧ୍ୟମରେ ଏହି କୌଶଳ ବ୍ୟବହାର କରି ଆପଣ ନିଜ ଏଟିଏମ୍ କାର୍ଡକୁ ସୁଇଚ ଅଫ୍ କିମ୍ବା ଅନ୍ କରି ଆବଶ୍ୟକତା ଅନୁସାରେ ଟଙ୍କା ଖର୍ଚ୍ଚ କରିପାରିବେ । ଷ୍ଟେଟ ବ୍ୟାଙ୍କ, ଆଇସିଆଇସିଆଇ, ଆକ୍ସିସ ବ୍ୟାଙ୍କ ଆଦି ଅନେକ ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ଅଛି ।

 

ଜାଣନ୍ତୁ କିପରି ସୁଇଚ ଅଫ୍/ଅନ୍ କରିବେ  ଷ୍ଟେଟ ବ୍ୟାଙ୍କ ଏଟିଏମ୍ କାର୍ଡ ।

 

ଷ୍ଟେଟ ବ୍ୟାଙ୍କ ଏଟିଏମ୍ କାର୍ଡ

ଷ୍ଟେଟ ବ୍ୟାଙ୍କ ଡେବିଟ କାର୍ଡ ସୁଇଚ ଅଫ୍ କିମ୍ବା ଅନ୍ କରିବା ପାଇଁ ଏସବିଆଇର କୁଇକ ଆପ୍ ଡାଉନଲୋଡ କରିବାକୁ ପଡିବ ।

 

- ପ୍ରଥମେ ପ୍ଲେ ଷ୍ଟୋରକୁ ଯାଇ ଏସବିଆଇର କୁଇକ ଆପକୁ ଡାଉନଲୋଡ କରନ୍ତୁ ।

 

- ପରେ ଏଟିଏମ୍ କାର୍ଡ କନଫିଗ୍ୟୁରେଶନକୁ ଯାଆନ୍ତୁ ।

 

- ଏଟିଏମ କନଫିଗ୍ୟୁରେଶନ ଉପରେ କ୍ଲିକ କରିବା ପରେ ସେଠାରେ ଏଟିଏମ କାର୍ଡ ବ୍ଲକିଂ, ଏଟିଏମ୍ କାର୍ଡ ସୁଇଚ ଅଫ୍/ସୁଇଚ ଅନ୍ ଏବଂ ଜେନେରେଟ ପିନ୍ ଆକାରରେ ୩ଟି ବିକଳ୍ପ ଦେଖିବାକୁ ମିଳିବ ।

 

୪- ସେଠାରେ ଏଟିଏମ୍ ସୁଇଚ ଅଫ/ଅନ ଉପରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କୁ କାର୍ଡର ଶେଷ ୪ଟି ନମ୍ବର ଏଣ୍ଟର କରାନ୍ତୁ ।

 

୫- ପରେ ଆପଣଙ୍କୁ ଚ୍ୟାନେଲ ଓ ୟୁସେଜକୁ ସିଲେକ୍ଟ କରିବାକୁ ହେବ । ସେଠାରେ ଆପଣଙ୍କ କାର୍ଡକୁ ଡୋମେଷ୍ଟିକ ଓ ଇଣ୍ଟରନ୍ୟାଶନାଲ ୟୁସେଜ ବିକଳ୍ପକୁ ଡିଜେବଲ ବା ଅକାମୀ କରିପାରିବେ ।

୬- ଏହାକୁ ଡିଜେବଲ ବା ଅକାମୀ କରିଦେବା ପରେ ଆଉ କେହି ଆପଣଙ୍କ କାର୍ଡକୁ ବ୍ୟବହାର କରିପାରିବେ ନାହିଁ । ଏଥିସହ ଆପଣ ଏଟିଏମକୁ ଇ-କମର୍ସ ଓ ପିଓଏସ ବ୍ୟବହାର ପାଇଁ ମଧ୍ୟ ଅକାମୀ କରିପାରିବେ ।

 

୭- ଆବଶ୍ୟକ ସମୟରେ ଆପଣ ପୁଣି ସମାନ ଉପାୟରେ ଏଟିଏମ କାର୍ଡ ସୁଇଚ ଅନ୍ କରିପାରିବେ ।

 

ଆପ୍ ଡାଉନଲୋଡ କରିବାକୁ ଚାହୁଁ  ନ ଥିଲେ ମେସେଜ ମାଧ୍ୟମରେ ମଧ୍ୟ ଆପଣ ଏଟିଏମ କାର୍ଡ ସୁଇଚ୍ ଅଫ କିମ୍ବା ଅନ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ମୋବାଇଲ ମେସେଜକୁ ଯାଇ ସେଠାରେ SWON/SWOFFATM/POS/ECOM/INTL/DOM XXXX ଟାଇପ କରି  09223966666 ନମ୍ବରରେ ପଠାଇବାକୁ ପଡିବ । ଛକି ଥିବା ସ୍ଥାନରେ ଆପଣ ଆପଣଙ୍କ କାର୍ଡର ଶେଷ ୪ଟି ନମ୍ବର ଲେଖିବେ । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon