ବକ୍ସ ଅଫିସ ରିପୋର୍ଟ ‘ସାହୋ’: ଜାଣନ୍ତୁ ପ୍ରଥମ ଦିନର ଆୟ, ଦର୍ଶକଙ୍କ ମତ

Saturday, August 31, 2019

(ବେତାର ବ୍ୟୁରୋ) ଚଳିତ ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ବାହୁବଲୀ ହିରୋ ପ୍ରଭାସ ଓ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ସାହୋ’ । ପ୍ରିଣ୍ଟ ବିଳମ୍ବରେ ପହଂଚିଥିବାରୁ ଉତ୍ତର ଭାରତର କେତେକ ଜାଗାରେ ଫିଲ୍ମର ସ୍କ୍ରିନିଂ ହୋଇପାରି ନ ଥିଲା। ଏହା ଫିଲ୍ମର ବକ୍ସ ଅଫିସରେ ପ୍ରଥମ ଦିନର ବ୍ୟବସାୟ ଉପରେ ପ୍ରଭାବ ପକାଇଛି।

 

ବର୍ଷର ତୃତୀୟ ବଡ ଫିଲ୍ମ 

ପ୍ରଥମ ଦିନରେ ସାରା ଦେଶରେ ଫିଲ୍ମଟି 24 କୋଟିର ବ୍ୟବସାୟ କରିଥିବା ଜଣା ପଡ଼ିଛି। ଓପନିଂ ପରେ ବଲିଉଡରେ ‘ସାହୋ’ ଚଳିତବର୍ଷର ତୃତୀୟ ବଡ ଫିଲ୍ମର ସ୍ଥାନ ନେଇଛି । 

 

ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲର ଓ ଗୀତଗୁଡିକୁ ଦର୍ଶକ ଯେତେ ପସନ୍ଦ କରିଥିଲେ ସେହି ତୁଳନାରେ ଚଳଚ୍ଚିତ୍ରକୁ ସିନେ ସମାଲୋଚକଙ୍କ ସହ ଦର୍ଶକ ସେତେ ପସନ୍ଦ କରି ନାହାନ୍ତି । ଏହା ସତ୍ତ୍ୱେ ଫିଲ୍ମଟି ପ୍ରଥମ ଦିନରେ ଭଲ ଆୟ କରିପାରିଛି ।

 

ମୁମ୍ବାଇ, ଗୁଜରାଟରେ ଭଲ ଆୟ

ପ୍ରଥମ ଦିନରେ ମୁମ୍ବାଇ, ଗୁଜରାଟରେ ଫିଲ୍ମ ଭଲ ବ୍ୟବସାୟ କରିଛି । ତେବେ ରିଲିଜ ଯୋଗୁ ସମସ୍ୟା ହେବାରୁ ଉତ୍ତର ଭାରତରେ ଫିଲ୍ମର କଲେକ୍ସନ କମିଛି । ତେବେ ଦୁର୍ବଳ ସ୍କ୍ରିପ୍ଟ ଓ କନଫ୍ୟୁଜିଂ କାହାଣୀ ଯୋଗୁ ଆଶା ଅନୁଯାୟୀ ଦର୍ଶକ ଏହାକୁ ଉପଭୋଗ କରିପାରିନାହାନ୍ତି ବୋଲି ଅନେକ ସମୀକ୍ଷକ  ଓ ଦର୍ଶକ ସୋସିଆଲ ମିଡିଆରେ କହିଛନ୍ତି।

 

୩୫୦ କୋଟିର ବଜେଟ

ଭି. କ୍ରିଷ୍ଣା ରେଡ୍ଡି ପ୍ରଯୋଜିତ, ସୁଜିତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ ଥ୍ରିଲର ଫିଲ୍ମ ୩୫୦ କୋଟି ଟଙ୍କାର ବଜେଟରେ ନିର୍ମାଣ କରାଯାଇଛି । ତେଣୁ ଏଥିରୁ ଭରପୂର ମନୋରଞ୍ଜନ କରିବାର ସୁଯୋଗ ମିଳିବ ବୋଲି ଦର୍ଶକଙ୍କ ଆଶା ରହିଥିଲା । ତେବେ ଆଗକୁ ଫିଲ୍ମ କେତେ ଆୟ କରିପାରୁଛି ତାହା ଦେଖିବା ବାକି ରହିଲା ।

 

ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ବ୍ୟତୀତ ଜ୍ୟାକି ସ୍ରଫ, ନୀଲ ନିତୀନ ମୁକେଶ, ମନ୍ଦିରା ବେଦୀ, ଚଙ୍କି ପାଣ୍ଡେ, ମହେଶ ମଞ୍ଜରକର, ଅରୁଣ ବିଜୟ, ମୁରଲୀ ଶର୍ମା ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଏଥିରେ ଶ୍ରଦ୍ଧା କପୁରଙ୍କୁ ଆକ୍ସନ ମୁଡରେ ଦେଖିବାକୁ ମିଳିଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon