ଅଫିସରେ ବସି ରହି ଗ୍ୟାସ ସମସ୍ୟା ହେଉଛି କି ? ଜାଣନ୍ତୁ ଏହି ଟିପ୍ସ

Sunday, September 1, 2019

 (ବେତାର ବ୍ୟୁରୋ)  କର୍ମଜୀବୀ ପୁରୁଷ ବା ମହିଳା, ଯେଉଁମାନେ ଦୀର୍ଘ ସମୟ ଧରି ଅଫିସରେ ବସି ରୁହନ୍ତି, ସେମାନେ ଅନେକ ସମୟରେ ଗ୍ୟାସଜନିତ ସମସ୍ୟାର ଶିକାର ହେବା ଦେଖାଯାଇଥାଏ । 

 

ପ୍ରତିଦିନ ଅଫିସ ଯିବା, ସେଠାରେ ସାରାଦିନ ବସିରହିବା, ଭୋକ ଲାଗିଲେ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା, ଏହା ବ୍ୟତୀତ ସମୟର ଧ୍ୟାନ ନ ଦେବା ଆଦି କାରଣରୁ ଗ୍ୟାସ ସମସ୍ୟା ଦେଖାଦେଇଥାଏ ଏବଂ ଆଜିକାଲି ଏହି ସମସ୍ୟା ସାଧାରଣ ହୋଇଗଲାଣି । କିନ୍ତୁ ଯଦି ଆପଣ ନିଜ ଦୈନନ୍ଦିନ ଅଭ୍ୟାସରେ କଛି ସୁଧାର କରିନେବେ ତେବେଯାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

 

ଅବଶ୍ୟ ସବୁ ଅଫିସ ଯାଉଥିବା ଲୋକଙ୍କ ଠାରେ ଏହା ଦେଖାଯାଏ ନାହିଁ। ତେବେ ଯଦି ଆପଣଙ୍କ ନିକଟରେ ଏସବୁ ସମସ୍ୟା ଦେଖାଯାଉଛି  ତେବେ ଏଭଳି କିଛି ଘରୋଇ ସାଧାରଣ ଉପାୟ ରହିଛି ଯାହାକୁ ବ୍ୟବହାର କରି ଆପଣ ନିଜକୁ ସୁସ୍ଥ ରଖିପାରିବେ ।

 

ଆସନ୍ତୁ ଜାଣିବା ସେ ସବୁ କଣ ।


● ଅଧିକ ସମୟ ପର୍ଯ୍ୟନ୍ତ ବସି ରହିବା ଦ୍ୱାରା ପେଟ ଫୁଲିଯିବା ଦେଖାଯାଇଥାଏ ଯାହାର କାରଣ ଗ୍ୟାସ ହୋଇଥାଏ । ପେଟ ଚାପି ବସିବା ଦ୍ଵାରା ହଜମ ପ୍ରକ୍ରିୟା ବା ପାଚନକ୍ରିୟା ଠିକ ସେ ସଂଘଟିତ ହୋଇ ପାରୁ ନ ଥିବାରୁ ଏପରି ହୋଇଥାଏ । ଗ୍ରୀନ ଟୀ ଏହି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।


● ଗ୍ୟାସହେବାର ମୁଖ୍ୟ କାରଣ ହେଉଛି ବହୁତ ସମୟ ବସି ରହିବା । ତେଣୁ ଅଫିସରେ ଏକ ଘଣ୍ଟାରୁ ଅଧିକ ସମୟ ବସି କାମ କରନ୍ତୁ ନାହିଁ । ମଝିରେ ମଝିରେ ଉଠି ଅଳ୍ପ ସମୟ ବୁଲିବା ଦ୍ୱାରା ପେଟକୁ ଆରାମ ମିଳିବା ସହ ମେରୁଦଣ୍ଡ ଏବଂ ଆଖିକୁ ମଧ୍ୟ ଆରାମ ମିଳିଥାଏ ।

● ଲଞ୍ଚ ଖାଇବା ପରେ ତୁରନ୍ତ ଚଉକିରେ ବସନ୍ତୁ ନାହିଁ । ଟିକେ ସମୟ ଏପଟ ସେପଟ ହୁଅନ୍ତୁ । ଏପରି କରିବା ଦ୍ୱାରା ଶରୀରରେ ଫୁର୍ତ୍ତି ରହିବା ସହ ନିଦ ମଧ୍ୟ ଲାଗିନଥାଏ । ଏହା ସହିତ ଗ୍ୟାସ ସମସ୍ୟା ମଧ୍ୟ ଦୂରେଇରହିଥାଏ ।

 

● ପ୍ରତିଦିନ ସକାଳୁ ତିନିକୋଲା ରସୁଣ ଏବଂ କିଛି ଖଣ୍ଡ ଅଦାକୁ ଖାଲିପେଟରେ ଖାଆନ୍ତୁ । ନଚେତ ଅଦାଖଣ୍ଡକୁ ଲେମ୍ବୁ ରସରେ ବୁଡ଼ାଇଖାଆନ୍ତୁ । ଏହା ବ୍ୟତୀତ ପ୍ରତିଦିନ ପୋଦିନା ପାଣିକୁ ଦିନରେ ତିନି ଚାରି ଥର ପିଅନ୍ତୁ । ଏହିସବୁ ଉପାୟ ପେଟ ସମସ୍ୟାକୁ ଦୂର ରଖିଥାଏ ।

 

● ଗୁଜୁରାତି ପାଉଡରକୁ ପାଣିରେ ଫୁଟାନ୍ତୁ ଏବଂ ଅଳ୍ପ ଉଷୁମ ଥିବା ଅବସ୍ଥାରେ ଭୋଜନ ପୂର୍ବରୁ ପିଅନ୍ତୁ । ଏପରି କରିବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

 

● ଖାଦ୍ୟଖାଇବା ପରେ ଲେମ୍ବୁପାଣି ବା କିଛି ଏସିଡ ଥିବା ପାନୀୟ  ପିଇବା ଦ୍ୱାରା ଶରୀରରେ ପାଚନ କ୍ରିୟା ଠିକ ରହିଥାଏ । ଏଣୁ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଅଳ୍ପ ଅମୃତଭଣ୍ଡାକୁ କାଟି ଟିଫିନରେ ନିଅନ୍ତୁ ଯାହା ଖାଦ୍ୟ ହଜମରେ ସହାୟକ ହେବା ସହ ଆପଣଙ୍କୁ ଗ୍ୟାସ ସମସ୍ୟାଠାରୁ ମଧ୍ୟ ଦୂରେଇଥାଏ

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon