ଡିଗ୍ରୀ ପରୀକ୍ଷାର ବଦଳିବ ପ୍ରଶ୍ନପତ୍ର ଢାଞ୍ଚା: ଏମିତି ରହିବ ସେଟ

Wednesday, September 4, 2019

(ବେତାର ବ୍ୟୁରୋ) ଏଣିିକି ବଦଳିବ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଢାଞ୍ଚା । ୨୦୧୯-୨୦ ଶିକ୍ଷା ବର୍ଷରୁ ଡିଗ୍ରୀ ପିଲାଙ୍କ ପାଇଁ ନୂତନ ଶୈଳୀରେ ପରୀକ୍ଷା କରାଯିବ । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପାଠପଢାରେ ଛାତ୍ରଛାତ୍ରୀ ଯେପରି ଅଧିକ ମନୋନିବେଶ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ଏପରି ନିୟମ ଆଣିବାକୁ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି ।

 

ଜାଣନ୍ତୁ କ’ଣ ରହିଛି ଏହି ନୂଆ ନିୟମରେ ।

 

ସବୁ ୟୁନିଟରୁ  ଆସିବ ପ୍ରଶ୍ନ

ନୂଆ ନିୟମ ଅନୁଯାୟୀ ଏକକ ଆଦର୍ଶ ସିଲାବସ୍ ଅନୁସାରେ ପାଠ ପଢାଯିବ । ସେହି ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ ।ଏଥିସହ ପରୀକ୍ଷାରେ ଏକ ବିଷୟର ସବୁ ୟୁନିଟରୁ ପ୍ରଶ୍ନପତ୍ର ଆସିବ । 

 

ସେଥିପାଇଁ ଏକାଧିକ ପ୍ରଶ୍ନପତ୍ର ସେଟ ପ୍ରସ୍ତୁତି କରାଯାଇ ରଖାଯିବ। ପ୍ରତି ବିଷୟକୁ ୪ଟି ୟୁନିଟରେ ବଣ୍ଟାଯିବ । ୪ଟି ୟୁନିଟକୁ ନେଇ ପ୍ରଶ୍ନପତ୍ର ଆସିବ ।

 

ପୂର୍ବରୁ ଗୋଟିଏ ବିଷୟରେ ସବୁ ୟୁନିଟରେ ପ୍ରଶ୍ନ ଆସୁ ନ ଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ବିଷୟ ବାଛି ପ୍ରସ୍ତୁତ ହେଉଥିଲେ । ନୂଆ ପଦ୍ଧତି ଲାଗୁ ହେଲେ ଏଣିକି ସବୁ ବିଷୟର ସମସ୍ତ ୟୁନିଟ୍ ପଢିବାକୁ ପିଲାମାନେ ବାଧ୍ୟ ହେବେ । ଏହାଦ୍ୱାରା ସେମାନଙ୍କ ଶିକ୍ଷା ଲାଭର ମାନ ବଢିବ ।

 

ତେବେ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ଇଂରାଜୀ ଆଦି ଭାଷାଗତ ବିଷୟରେ ପର ପୂର୍ବ ପରି ପ୍ରଶ୍ନପତ୍ର ତିଆରି ହେବ ।

 

ତିଆରି ହେବ ପ୍ରଶ୍ନପତ୍ର ବ୍ୟାଙ୍କ

ଏଣିକି ପ୍ରତିବର୍ଷ ପ୍ରସ୍ତୁତ କରାଯାଉଥିବା ପ୍ରଶ୍ନପତ୍ରକୁ ତିଆରି ହେବ ପ୍ରଶ୍ନପତ୍ର ବ୍ୟାଙ୍କ । ଏହି ପ୍ରଶ୍ନପତ୍ରକୁ ଅନଲାଇନରେ ଗଚ୍ଛିତ କରାଯିବ । ପାଞ୍ଚ ବର୍ଷ ପରେ ଏହି ପ୍ରଶ୍ନପତ୍ରକୁ ବ୍ୟବହାର କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଗାମୀ ପରୀକ୍ଷା ପାଇଁ ପ୍ରଶ୍ନ ତିଆରି କରିପାରିବେ । 

 

ମୂଲ୍ୟାଙ୍କନକାରୀଙ୍କ ପାଉଣା ବଢିବ

ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଅଧ୍ୟାପକମାନଙ୍କ ପାଉଣା ମଦ୍ୟ ବୃଦ୍ଧି କରାଯିବ । ସବୁ ବିଶ୍ୱ ବିଦ୍ୟାଳୟ ମୂଲ୍ୟାଙ୍କନକାରୀଙ୍କ ପାଉଣା ଅତି କମରେ ୩୦ ଟଙ୍କା କରିବେ । ସେହିପରି ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ଦେୟ ମଧ୍ୟ ବଢିବ । ସେମାନଙ୍କୁ ଅତି କମରେ ୧ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ଥିର ହୋଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon