ୟର୍କର କିଙ୍ଗ ମାଲିଙ୍ଗାଙ୍କ ଚମକ: ୪ ବଲରେ ୪ ୱିକେଟ

Saturday, September 7, 2019

(ବେତାର ବ୍ୟୁରୋ) ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଘାତକ ବୋଲିଂ କରି ରେକର୍ଡ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ଟି ୨୦ ମ୍ୟାଚରେ ମାଲିଙ୍ଗା ଶହେ ୱିକେଟ ହାସଲ କରିବାରେ ପ୍ରଥମ ବୋଲର ହେବା ସହ ୪ ବଲରେ ୪ ୱିକେଟ ଅକ୍ତିଆର କରି ନୂଆ ରେକର୍ଡ ନିଜ ନାଁରେ ସୃଷ୍ଟି କରିଛନ୍ତି ।

 

ନ୍ୟୁଜିଲାଣ୍ଡ ସ୍କୋର ୧୫/୦ରୁ ୧୫/୪

ଶ୍ରୀଲଙ୍କାରେ ଚାଲିଥିବା ୩ ଟିକିଆ ଟି ୨୦ ଶୃଙ୍ଖଳାର ଶେଷ ମ୍ୟାଚରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ମାଲିଙ୍ଗା । ମ୍ୟାଚରେ ନିଜର ଦ୍ୱିତୀୟ ଓଭରର ଶେଷ ୪ ବଲରେ ଲଗାତାର ୪ ଟି ୱିକେଟ ନେଇଥିଲେ । ସେତେବେଳକୁ ନ୍ୟୁଜିଲାଣ୍ଡର ସ୍କୋର ୧୫/୦ରୁ ୧୫/୪କୁ ଚାଲିଆସିଥିଲା ।

 

କଲିନ ମୁନରୋ (୧୨), ହାମିସ ରଦରଫୋର୍ଡ(୦), କଲିନ ଡି’ ଗ୍ରାଣ୍ଢୋମ(୦), ଏବଂ ରସ୍ ଟେଲର(୦) ମାଲିଙ୍ଗାଙ୍କ ଆକ୍ରମଣର ଶିକାର ହୋଇ ନିଜ ନିଜର ୱିକେଟ ହରାଇଥିଲେ । ଏତିକିରେ ମାଲିଙ୍ଗା ଥମି ନ ଥିଲେ । ନିଜ ତୃତୀୟ ଓଭରରେ ଟିମ୍ ସେଇଫର୍ଟ(୮)ଙ୍କ ୱିକେଟ ନେଇ ଆଉ ଏକ ସଫଳତା ନିଜ ନାଁରେ ଯୋଡିଥିଲେ ।

 

ରେକର୍ଡ ଦୋହରାଇଲେ

ଗୋଟିଏ ଓଭରରେ ଲଗାତାର ୪ ୱିକେଟ ନେବା ମାଲିଙ୍ଗାଙ୍କ ପାଇଁ ଦ୍ୱିତୀୟ ସଫଳତା । ଏହା ପୂର୍ବରୁ ୨୦୦୭ରେ ଦିନିକଆ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଭଳି ସଫଳତା ହାସଲ କରିଥିଲେ । ଟି ୨୦ରେ ଦ୍ୱିତୀୟ ତଥା ଅନ୍ତର୍ଜାତୀୟ କ୍ରିକେଟରେ ଏହା ତାଙ୍କର ୫ମ ହାଟ୍ରିକ ଥିଲା । ମାଲିଙ୍ଗାଙ୍କ ପରେ ପାକିସ୍ତାନର ୱସିମ ଆକ୍ରମଙ୍କ ନାଁ ରହିଛି । ଆକ୍ରମଙ୍କ ନାମରେ ୪ ହାଟ୍ରିକ (୨ଟି ଟେଷ୍ଟ ଏବଂ ୨ଟି ୱାନଡେ) ରହିଛି ।

 

ସୂଚନାଯୋଗ୍ୟ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିôତବା ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ ହରାଇ ୧୨୫ ରନ୍ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୬ ଓଭରରେ ୮୮ ରନ୍ କରି ସମସ୍ତ ୱିକେଇ ହରାଇଥିଲା । ତେବେ ପୂର୍ବର ୨ଟି ମ୍ୟାଚ ଜିତି ନ୍ରୁ୍ୟଜିଲାଣ୍ଡଏହି ଟି ୨୦ ଶୃଙ୍ଖଳା କବଜା କରିନେଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon