ଝାଳ ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

Sunday, September 8, 2019

 

(ବେତାର ବ୍ୟୁରୋ) ଖରା ହେଉ କି ବର୍ଷା ଦିନ । ଅଧିକାଂଶଙ୍କଠାରେ ଝାଳ ସମସ୍ୟା ପ୍ରାୟ ନିତି ଦିନିଆ। ଏଥିଯୋଗୁ ଦେହରୁ ଦୁର୍ଗନ୍ଧ ବାହାରିବା ସହ ଚିଡିଚିଡା ସ୍ୱଭାବ ବଢିଥାଏ । ଏଥିରୁ ଦୂରେଇ ରହିବାକୁ ଆପଣାନ୍ତୁ ଏପରି କିଛି ଉପାୟ ।

 

ନିୟମିତ ସେଭିଂ କରନ୍ତୁ

ଶରୀରରେ କେଶ ରହିବା ଦ୍ୱାରା ଝାଳ ବାହାରିଥାଏ । ତେଣୁ ଶରୀରରୁ କେଶ ହଟାଇବା ପାଇଁ ନିୟମିତ ସେଭିଂ କିମ୍ବା ୱାକ୍ସିଂ କରାନ୍ତୁ । ଏହା ଦ୍ୱାରା ଚର୍ମର ଛିଦ୍ର ସଫା ରହିଥାଏ । ଏଥିସହ ଝାଳ ସମସ୍ୟା ବହୁମାତ୍ରାରେ କମିଥାଏ ।

 

ଉପଯୁକ୍ତ ଲୋଶନ, କ୍ରିମ ବାଛନ୍ତୁ

ଚର୍ମକୁ ହାଇଡ୍ରେଟଡ ତଥା ଆର୍ଦ୍ର ରଖିବା ପାଇଁ ଆମେ ଅନେକ ପ୍ରକାର କ୍ରିମ, ଲୋଶନ ଆଦି ବ୍ୟବହାର କରିଥାଉ । ବେଳେବେଳେ ଏହି କ୍ରିମ ବା ଲୋଶନ ଯୋଗୁ ମଧ୍ୟ ଝାଳ ସମସ୍ୟା ଉପୁଜିଥାଏ । ତେଣୁ ଏପରି କ୍ରିମ ବାଛନ୍ତୁ ଯାହା ପାଣି କିମ୍ବା ଜେଲ୍ ପରି ହୋଇଥିବ । ଆପଣ ଆଲୋବେରା କିମ୍ବା ସମର ସ୍ପେଶିଆଲ ଲୋଶନ ବ୍ୟବହାର କରିପାରିବେ । ଏହା ଦ୍ୱାରା କମ୍ ମାତ୍ରାରେ ଝାଳ ବାହାରିଥାଏ ।

 

ହାଲକା ପୋଷାକ ପିନ୍ଧନ୍ତୁ

ଝାଳ ବାହାରିବାରେ ଅନେକ ସମୟରେ ଆମେ ପିନ୍ଧୁଥିବା କପଡା ମଧ୍ୟ କାରଣ ହୋଇଥାଏ । ହାଲକା କପଡା ପିନ୍ଧିବା ଦ୍ୱାରା ଝାଳ କମ ବାହାରିଥାଏ । ଏଥିସହ ଡାର୍କ କଲରର ପୋଷାକ ନ ପିନ୍ଧି ଲାଇଟ ବା ହାଲକା କଲର କପଡା ଥିବା ପୋଷାକ ପିନ୍ଧିଲେ ମଧ୍ୟ ଆରାମ ଲାଗିଥାଏ ।

 

ଶରୀର ଥଣ୍ଡା ରଖୁଥିବା ପାନୀୟ ପିଅନ୍ତୁ

ଝାଳ ନ ବାହାରିବା ପାଇଁ ଶରୀର ଭିତର ମଧ୍ୟ ଥଣ୍ଡା ରହିବା ଆବଶ୍ୟକ । ଏଥିପାଇଁ ପଇଡ ପାଣି, ଦହି, ଲସି, ତଟକା ଫଳ ରସ ଆଦି  ପରି ପାନୀୟ ଲାଭଦାୟକ ହୋଇଥାଏ । ଏଥିସହ ଅଧିକ ମାତ୍ରାରେ ପାଣି ପିିଇବା ଅଭ୍ୟାସ ରଖନ୍ତୁ । ସେହିପରି ଅଧିକ ତୈଳଯୁକ୍ତ, ମସଲା ଜାତୀୟ ଖାଦ୍ୟ, ଫାଷ୍ଟ ଫୁଡ, ଆଦି ଖାଇବା ଦ୍ୱାରା ମଧ୍ୟ ଝାଳ ସମସ୍ୟା ଉପୁଜିଥାଏ ।

 

ଚା' ପତିର କରନ୍ତୁ ବ୍ୟବହାର

ଏକ କପରେ ପାଣି ନେଇ ସେଥିରେ ଚା’ ପତି ପକାଇ ଫୁଟାନ୍ତୁ । ପରେ ଏହାକୁ ଛାଣି ପାଣିକୁ  ଥଣ୍ଡା କରନ୍ତୁ । ଥଣ୍ଡା ହୋଇସାରିବା ପରେ ସେହି ପାଣିକୁ ତୁଳାରେ ନେଇ ଅଧିକ ଝାଳ ବାହାରୁଥିବା ସ୍ଥାନରେ ଲଗାନ୍ତୁ । ଏହା ଦ୍ୱାରା ମଧ୍ୟ ଅନେକ ମାତ୍ରାରେ ଝାଳ ବାହାରିବା କମିଥାଏ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon