ଦର୍ଶକଙ୍କ ପସନ୍ଦ ‘ଛିଛୋରେ’: ତିନି ଦିନରେ 35 କୋଟି ଆୟ

Monday, September 9, 2019

(ବେତାର ବ୍ୟୁରୋ) କଲେଜ ଲାଇଫ ଉପରେ ଆଧାରିତ କମେଡି ଡ୍ରାମା ଫିଲ୍ମ ‘ଛିଛୋରେ’ ପରଦାକୁ ଆସିଯାଇଛି । ଏଣ୍ଟରଟେନମେଣ୍ଟରେ ଭରା ଏହି ଫିଲ୍ମକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ । ଯାହାର ଝଲକ ଦେଖିବାକୁ ମିଳିଛି ବକ୍ସ ଅଫିସରେ । ଫିଲ୍ମଟି ତିନି  ଦିନରେ 35 କୋଟି ଟଙ୍କା ଆଦାୟ କରିସାରିଥିବାବେଳେ ଆଗାମୀ ଦିନରେ ଅଧିକ ସଫଳତା ହାସଲ କରିବାର ଆଶା ରହିଛି ।

 

ଓପନିଂ ଡେ ଅର୍ଥାତ ଶୁକ୍ରବାର ଫିଲ୍ମଟି ସାତ କୋଟି ଟଙ୍କା ଆଦାୟ କରିଥିଲା । ପରେ ଏହା ଶନିବାର ପ୍ରାୟ 12 କୋଟି ଓ ରବିବାର ପ୍ରାୟ 16 କୋଟି ଟଙ୍କା ଆୟ କରିସାରିଥିବା ବକ୍ସ ଅଫିସ୍ ରିପୋର୍ଟରୁ ଜଣାପଡିଛି ।

 

କମେଡି, ରୋମାନ୍ସ, ପ୍ରତିଶୋଧ

ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ, ଶ୍ରଦ୍ଧା କପୁର, ବରୁଣ ଶର୍ମା, ପ୍ରତୀକ ।ବର ପ୍ରମୁଖଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ଫୁଲ କମେଡି, ରୋମାନ୍ସ, ପ୍ରତିଶୋଧ ସହ ଏକ ଶିକ୍ଷା ସମାଜକୁ ଦେବାକୁ ଚାହିଁଛନ୍ତି ଏହାର ନିର୍ଦ୍ଦେଶକ ନିତେଶ ତିୱାରୀ । ଯାହାକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ ।

 

ଏହିପରି ରହିଛି ଫିଲ୍ମର କାହାଣୀ

ଫିଲ୍ମ ଆରମ୍ଭରେ ଆନି (ସୁଶାନ୍ତ ସିଂ ରାଜପୁତ)ଙ୍କ ପୁଅ ରାଘବ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତକାର୍ଯ୍ୟ ନ ହେବାରୁ ଏକ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରନ୍ତି । ଏଥିଯୋଗୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ପଡିଥିବାବେଳେ ଆନି ପୁଅ ରାଘବକୁ ନିଜ କଲେଜ ଲାଇଫର ଏକ କାହାଣୀ ଶୁଣାନ୍ତି ।

 

ସୁଶାନ୍ତଙ୍କ କଲେଜ ଲାଇଫରେ ଘଟିଥିବା ବିଭିନ୍ନ ଘଟଣା ହିଁ ଫିଲ୍ମର ମୁଖ୍ୟ ଷ୍ଟୋରୀ ରହିଛି । ଏ ସବୁକୁ ଶୁଣାଇ ନିଜ ପୁଅକୁ ଲୁଜରର ସଂଜ୍ଞା ବୁଝାଇବା ସହ ଆତ୍ମହତ୍ୟା ଭଳି ପଦକ୍ଷେପ ନ ନେବାକୁ କହୁଥିବା ଦେଖିବାକୁ ମିଳିଛି । ସେହି ସମୟରେ ପୁଣି କିପରି ସୁଶାନ୍ତ ଓ ତାଙ୍କ ସାଙ୍ଗମାନଙ୍କ ରିୟୁନିୟନ, ରାଘବର ଜଟିଳ ବ୍ରେନ ଅପରେଶନ କିପରି ସଫଳ ହେଉଛି ସେ ଉପରେ ଫିଲ୍ମଟି ଗତିଶୀଳ ହୋଇଛି।

 

ସାଜିଦ ନାଦିଆୱାଲା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ସଙ୍ଗୀତ ସଂଯୋଜନା କରିଛନ୍ତି ପ୍ରୀତମ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon