ରାଶିଫଳ ସେପ୍ଟେମ୍ବର 9-15 : ଏ ସପ୍ତାହରେ ଦୁଇଟି ଗ୍ରହ ଚଳନ, ଏମିତି ମିଳିବ ଫଳ

Monday, September 9, 2019

(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ଧନୁ ରାଶିର ଉତ୍ତରଷାଢା ନକ୍ଷତ୍ରରୁ ଗତି ଆରମ୍ଭ କରି ମୀନ ରାଶିର ଉତ୍ତରଭାଦ୍ରପଦ ନକ୍ଷତ୍ର ଯାଏଁ ଭ୍ରମଣ କରିବେ । ଏହି ସମୟରେ ଧନୁ, ମକର, କୁମ୍ଭ ଓ ମୀନ ରାଶିରେ ପ୍ରଭାବ ପଡିବା ସହିତ ମିଥୁନ, କର୍କଟ, ସିଂହ ତଥା କନ୍ୟା ରାଶି ଉପରେ ଚନ୍ଦ୍ର ଚଳନର ପ୍ରଭାବ ପଡିବ ।

 

ସେହିପରି ଏହି ସପ୍ତାହରେ ଶୁକ୍ର ଗ୍ରହ ଓ ବୁଧ ଗ୍ରହ ନୂଆ ରାଶିକୁ ଗମନ କରୁଥିବାରୁ ଏହାର ପ୍ରଭାବ ମଧ୍ୟ ସମସ୍ତ ରାଶି ଉପରେ ଉନାଧିକ ଅନୁଭୂତ ହେବ ।

 

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ : ସପ୍ତାହ ଆରମ୍ଭ – କର୍ମକ୍ଷେତ୍ରରେ ଖୁସିବାସର ସମୟ ଆସିବ । ଆପଣଙ୍କ ସପକ୍ଷରେ ଥିବାରୁ ଚାହୁଁଥିବା କାମରେ ସଫଳତା ପାଇବେ । ସପ୍ତାହ ମଝି – ଯଦି ପରିଶ୍ରମ କରିବେ ତେବେ ନୂଆ ଯୋଜନା ସଫଳ ହେବ । ସପ୍ତାହାନ୍ତ – ସ୍ଥିତି ଅଧିକ ଭଲ ହେବ ।

ବୃଷ :ସପ୍ତାହ ଆରମ୍ଭ – ଆର୍ଥିକ ଦୃଷ୍ଟିକୋଣରୁ ଲାଭ ହୋଇପାରେ । ସପ୍ତାହ ମଝି – ନୂଆ କିଛି କରିବାକୁ ଚାହୁଁ ଥିଲେ ନିଜ ମନ କଥା ହିସାବରେ କାର୍ଯ୍ୟ କରନ୍ତୁ, ସଫକତା ମିଳିବ । ସପ୍ତାହାନ୍ତ – କାର୍ଯ୍ୟକ୍ଷେତ୍ରରେ ଅସୁବିଧା ହୋଇପାରେ ।


ମିଥୁନ :ସପ୍ତାହ ଆରମ୍ଭ – ପରିବାର ନିମନ୍ତେ କିଛି ବଡ ନିଷ୍ପତ୍ତି ନେଇପାରନ୍ତି । ସପ୍ତାହ ମଝି – କୌଣସି କାରଣରୁ ମନରେ ବ୍ୟଥା ଓ ବିରକ୍ତି ଆସିପାରେ । ସପ୍ତାହାନ୍ତ – ଅଧିକ ଖର୍ଚ୍ଚ ଯୋଗ ରହିଛି ।


କର୍କଟ : ସପ୍ତାହ ଆରମ୍ଭ – କର୍ମକ୍ଷେତ୍ରରେ ସହକର୍ମୀ , ଉଚ୍ଚ ଅଧିକାରୀଙ୍କ ଦ୍ଵାରା ପ୍ରଶଂସିତ ହେବେ । ସପ୍ତାହ ମଝି – ଭାବିଚିନ୍ତି ନିର୍ଣ୍ଣୟ ନେଲେ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ସପ୍ତାହାନ୍ତ – ପରିବାରରେ ସୁଖଶାନ୍ତିର ସମୟ ରହିବ ।


ସିଂହ : ସପ୍ତାହ ଆରମ୍ଭ – କର୍ମକ୍ଷେତ୍ରରେ ସୁଖଶାନ୍ତିର ପରିବେଶ ରହିବ । ସପ୍ତାହ ମଝି – ନିଜର ଆର୍ଥିକ ସ୍ଥିତି ସୁଦୃଢ କରିବା ଲାଗି ଯେଉଁସବୁ ପଦକ୍ଷେପ ନେବେ ତାହା ଆଗକୁ ସଫଳ ହେବ । ସପ୍ତାହାନ୍ତ – ଯଦି ଯାତ୍ରାର କାର୍ଯ୍ୟକ୍ରମ ରହିଛି ତେବେ ଏହାକୁ ସ୍ଥଗିତ କରିପାରିଲେ ଭଲ । କଥାବାର୍ତ୍ତା ଦ୍ଵାରା ସମସ୍ୟାର ସମାଧାନ କରନ୍ତୁ ।


କନ୍ୟା : ସପ୍ତାହ ଆରମ୍ଭ – କର୍ମକ୍ଷେତ୍ରରେ ସ୍ଥିତି ଉନ୍ନତ ହେବ । ସପ୍ତାହ ମଝି – କୌଣସି ଆଇନଗତ ମାମଲା ଫସି ରହିଥିଲେ ସେଥିରେ ସଫଳତା ପାଇବେ । ସପ୍ତାହାନ୍ତ – ଖର୍ଚ୍ଚ ଯୋଗ ବଢିପାରେ , ଯାତ୍ରା ଦୂରେଇପାରିଲେ ଭଲ ।

 

ତୁଳା : ସପ୍ତାହ ଆରମ୍ଭ – ଆର୍ଥିକ ଲାଭ ଓ ଅନ୍ୟାନ୍ୟ ସୁଖ ମିଳିବ । ସପ୍ତାହ ମଝି – କୌଣସି କାର୍ଯ୍ୟନିମନ୍ତେ ଯାତ୍ରା କରିବାକୁ ପଡୁଥିଲେ ସଫଳ ହେବେ । ସପ୍ତାହାନ୍ତ – କର୍ମକ୍ଷେତ୍ରରେ ଅନ୍ୟକୁ ଭଲ ନ ଲାଗିଲେ ବି ନିଜ କଥା ସମସ୍ତଙ୍କ ସାମ୍ନାରେ ରଖନ୍ତୁ ।


ବିଛା : ସପ୍ତାହ ଆରମ୍ଭ – କର୍ମକ୍ଷେତ୍ରରେ ସଫଳ ହେବେ ଓ ପୂର୍ବରୁ ଲାଗିରହିଥିବା ଅସୁବିଧାର ସମାଧାନ ଖୋଜିପାରିବେ । ସପ୍ତାହ ମଝି – କୌଣସି ଏକ କାମ ଅସୁବିଧାରେ ପକାଇପାରେ , ତେବେ ସେଥିରୁ ମୁକୁଳିବାର ବାଟ ମଧ୍ୟ ମିଳିବ । ସପ୍ତାହାନ୍ତ – ଉଚ୍ଚ ଅଧିକାରୀଙ୍କ ସହିତ ବାଦବିବାଦରୁ ବଞ୍ଚନ୍ତୁ , ପର କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ ।

ଧନୁ : ସପ୍ତାହ ଆରମ୍ଭ – ଆତ୍ମବିଶ୍ଵାସ ବୃଦ୍ଧି ପାଇବ ତଥା ମନ ପ୍ରଫୁଲ୍ଲ ରହିବ । ସପ୍ତାହ ମଝି – ଯେ କୌଣସି କାମରେ ସଫଳତା ପାଇବେ । ସପ୍ତାହାନ୍ତ – ପରିଶ୍ରମ ଅନୁସାରେ ଫଳ ପାଇବେ ।


ମକର : ସପ୍ତାହ ଆରମ୍ଭ – ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ , ଏଣୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ସପ୍ତାହ ମଝି – ଠିକ ଭାବେ କାମ କଲେ ମଧ୍ୟ କୌଣସି କାମରେ ବାଧା ଆସିପାରେ । ସପ୍ତାହାନ୍ତ – ଆର୍ଥିକ ଲାଭର ସମୟ , ପାରିବାରିକ ସୁଖଶାନ୍ତି ମିଳିବ ।

 

କୁମ୍ଭ : ସପ୍ତାହ ଆରମ୍ଭ – କୌଣସି କାମ ଆରମ୍ଭ କରିବାକୁ ଚାହୁଁଥିଲେ ସେଥିରେ ସଫଳ ହେବେ । ସପ୍ତାହ ମଝି – ସମୟ ସେତେଟା ଭଲ ନ ରହିପାରେ , ତେବେ ଭାବିଚିନ୍ତି ବିବେକର ସହିତ କାର୍ଯ୍ୟ କଲେ ସଫଳତା ମିଳିବ । ସପ୍ତାହାନ୍ତ – ପରିସ୍ଥିତି ସୁଧୁରିବା ସହିତ ସଫଳତା ମିଳିବ ।

 

ମୀନ : ସପ୍ତାହ ଆରମ୍ଭ – ପରିଶ୍ରମ ଅନୁସାରେ ଫଳ ମିଳିବ । ସପ୍ତାହ ମଝି – କାର୍ଯ୍ୟରେ ସଫଳତା ପାଇ ଆନନ୍ଦିତ ହେବେ । ସପ୍ତାହାନ୍ତ – କୌଣସି ଟଙ୍କା ଡେଣନେଣ ମାମଲାରେ ଭାବିଚିନ୍ତି କାରବାର କରନ୍ତୁ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon