ୟୁଟ୍ୟୁବରେ ଭିଡିଓ ସ୍ଲୋ ଚାଲୁଅଛି ? ଏମିତି କରନ୍ତୁ ସମାଧାନ

Tuesday, September 10, 2019

(ବେତାର ବ୍ୟୁରୋ) ମନ ପସନ୍ଦର ଭିଡିଓ ଦେଖିବାକୁ ୟୁଟ୍ୟୁବ ସବୁଠାରୁ ଲୋକପ୍ରିୟ ମାଧ୍ୟମ । ସବୁବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ଭିଡିଓ ଏଥିରେ ଉପଲବ୍ଧ । ହେଲେ ବେଳେବେଳେ ଦୁର୍ବଳ ନେଟୱର୍କ କିମ୍ବା ଅନ୍ୟ କୌଣସି କାରଣରୁ  ଭିଡିଓ ଚାଲିଲାବେଳେ  ଏହା ଅଟକି ଯାଇଥାଏ । କିଛି ସମୟରେ ପରେ ଏହା ପୁଣି ଚାଲିଥାଏ ଯାହକୁ ଆମେ ବଫରିଂ ବୋଲି ମଧ୍ୟ କହିଥାଉ । ତେବେ ଏଥିରୁ ମୁକୁଳି କ୍ରମାଗତ ଭିଡିଓ ଦେଖିବାକୁ ହେଲେ ରହିଛି କିଛି ଟେକ୍ନିକାଲ କୌଶଳ, ଯାହା ଦ୍ୱାରା ଆପଣ ବଫରିଂ ସମସ୍ୟାରୁ ମୁକ୍ତି ପାଇପାରିବେ ।

 

ଜାଣନ୍ତୁ ବଫରିଂ ନ ହେବା ପାଇଁ କ’ଣ କରିବେ ।

୧- ୟୁଟ୍ୟୁବର କାଚେ (cache) କ୍ଲିୟର କରନ୍ତୁ ।

୨- ଭିଡିଓ କ୍ୱାଲିଟି ବଦଳାନ୍ତୁ ।

 

ଏମିତି କ୍ଲିୟର କରନ୍ତୁ

- ଫୋନ, ଟାବଲେଟ କିମ୍ବା ଡେସ୍କଟପର କ୍ରୋମ ବ୍ରାଉଜରକୁ ଯାଆନ୍ତୁ ।

- ମେନୁ ଅପସନରେ ଥିବା ୩ଟି ଡଟରେ ଟ୍ୟାପ କରନ୍ତୁ ।

- ଫୋନ ହିଷ୍ଟ୍ରିକୁ ଯାଇ ବ୍ରାଉଜିଂ ଡାଟା କ୍ଲିୟର କରନ୍ତୁ ।

୪- ଡେସ୍କଟପରେ ୟୁଟ୍ୟୁବ ଚଲାଉଛନ୍ତି ତେବେ ଟୁଲ୍ସକୁ ଯାଇ କ୍ଲିୟର ବ୍ରାଉଜିଂ ଡାଟା ଉପରେ କ୍ଲିକ କରନ୍ତୁ ।

- ଆଣ୍ଡ୍ରଏଡ, ମ୍ୟାକ, ପିସି ୟୁଜର ଡାଟା ଡିଲିଟ କରିବା ପାଇଁ ଟାଇମ ରେଞ୍ଜ ମଧ୍ୟ ସିଲେକ୍ଟ କରିପାରିବେ । ତେବେ ଆଇଫୋନରେ ଏହି ସୁବିଧା ନାହିଁ ।

- ପରେ କୁକିଜ ଆଣ୍ଡ ସାଇଟ ଡାଟା, cached image ଆଣ୍ଡ ଫାଇଲ୍ସ ଅପସନକୁ ସିଲେକ୍ଟ କରନ୍ତୁ।

- ଏହା ପରେ କ୍ଲିୟର ଡାଟା ଉପରେ କ୍ଲିକ କରନ୍ତୁ ।

 

ଏମିତି କ୍ୱାଲିଟି ବଦଳାନ୍ତୁ

ଭିଡିଓ କ୍ୱାଲିଟି ବଦଳାଇବାକୁ ସେଟିଙ୍ଗକୁ ଯାଆନ୍ତୁ । ସେଠାରେ ଥିବା ଭିଡିଓ କ୍ୱାଲିଟି  ଉପରେ କ୍ଲିକ କରନ୍ତୁ । ପରେ କମ୍ ରିଜୋଲ୍ୟୁସନକୁ ବାଛନ୍ତୁ । ଏହା ଦ୍ୱାରା ପୂର୍ବାପେକ୍ଷା ଅଧିକ ସ୍ପିଡରେ ଭିଡିଓ ଚାଲିବ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon