ପାକିସ୍ତାନରେ ପେଟ୍ରୋଲଠାରୁ ମହଙ୍ଗା କ୍ଷୀର, ଏହି କାରଣ ପାଇଁ

Wednesday, September 11, 2019

(ବେତାର ବ୍ୟୁରୋ) କ୍ଷୀର ଦର ପୃଥିବୀ ସାରା ପ୍ରାୟତଃ ପେଟ୍ରୋଲ ଦରଠାରୁ କମ ଥିବାବେଳେ ପାକିସ୍ଥାନରେ ଏହାର ବିପରୀତସ୍ଥିତି ଦେଖିବାକୁ ମିଳିଛି।

ସେଠାରେ କ୍ଷୀର ଦର କିଛି ସହରରେ ଲିଟର ପିଛା 120 ପାକିସ୍ଥାନୀ ଟଙ୍କାରୁ 140 ପାକିସ୍ଥାନୀ ଟଙ୍କାରେ ବିକ୍ରି ହେଉଛି। ବର୍ତ୍ତମାନ ସେଠାରେ ପେଟ୍ରୋଲ ଦର ପାକିସ୍ତାନୀ ମୁଦ୍ରା ଅନୁସାରେ 113 ଟଙ୍କା ଓ ଡିଜେଲ ଦର 91 ଟଙ୍କା ରହିଛି।
ପାକିସ୍ତାନୀ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ଦର ମୁତାବକ ସେଠାରେ କ୍ଷୀର ଲିଟର ପିଛା 90 ରୁ 94 ପାକିସ୍ତାନୀ ଟଙ୍କାରେ ବିକ୍ରି ହେବାକଥା।

 

ପୁରୁଣାକାଳିଆ ଚାଷ

ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ମୁତାବକ ପାକିସ୍ତାନ ରେ ବାର୍ଷିକ ପ୍ରତି ବ୍ୟକ୍ତି 119 ଲିଟର କ୍ଷୀର ଆବଶ୍ୟକ କରିଥାନ୍ତି। ତେବେ ସେହି ହିସାବରେ ସେଠାରେ କ୍ଷୀର ଉତ୍ପାଦିତ ହେଉନାହିଁ।

ଏହାର ମୁଖ୍ୟ କାରଣ ହେଲା ସେଠାରେ ଏବେ ବି ଅନେକ ଚାଷୀ ଗୋପାଳନର ଆଧୁନିକ ପଦ୍ଧତି ଆପଣେଇ ନାହାନ୍ତି। ଫଳରେ ଗାଇ ପିଛା କ୍ଷୀର ସଂଗ୍ରହରେ ପାକିସ୍ତାନ ଦକ୍ଷିଣ ଏସିଆର ଅନ୍ୟାନ୍ୟ ଦେଶ ଠାରୁ ବହୁ ପଛରେ।

ପାକିସ୍ତାନରେ ଏବେ ବି ଖୋଲାରେ କ୍ଷୀର ପ୍ରାୟ 90 ପ୍ରତିଶତ ଜାଗାରେ ବିକ୍ରି ହୁଏ। ଫଳରେ ଚାହିଦା ମେଣ୍ଟାଇବାକୁ ଦୁଗ୍ଧଚାଷୀମାନେ କ୍ଷୀରରେ ପାଣି ଓ ଅନ୍ୟାନ୍ୟ ଅପମିଶ୍ରଣ କରିଥାନ୍ତି।

 

ଅଧିକ ଟାକ୍ସ
ଏହା ଛଡା ପାକିସ୍ତାନରେ ଆର୍ଥିକ ସଙ୍କଟ ଚାଲିଥିବାରୁ ସେଠାକାର ସରକାର ପ୍ୟାକେଟରେ ମିଳୁଥିବା କ୍ଷୀର ଉପରେ ବହୁ ପରିମାଣର ଟାକ୍ସ ଲଗାଇଛନ୍ତି। ଫଳରେ ସହରାଞ୍ଚଳରେ ପ୍ୟାକେଟ କ୍ଷୀର ଦର ବଢିଚାଲିଛି।

ଏହାଛଡା ମହରମ ପର୍ବ ଉପଲକ୍ଷେ ସେଠାରେ ଅନେକ ଶୋଭାଯାତ୍ରା ବାହାରିଥାଏ, ଯେଉଁଥିରେ ସ୍ଥାନୀୟ ଲୋକମାନେ ଶୋଭାଯାତ୍ରାକାରୀଙ୍କୁ ଥଣ୍ଡା କ୍ଷୀର ଓ ପାନୀୟ ବହୁ ସଂଖ୍ୟାରେ ବଣ୍ଟନ କରନ୍ତି।

ଏହି କାରଣରୁ ସେଠାରେ ଚାହିଦା ବଢିଥିବାରୁ କ୍ଷୀର ଦରରେ।ଅହେତୁକ ବୃଦ୍ଧି ହୋଇଥିଲା।

ପାକିସ୍ତାନୀ ମୁଦ୍ରା 2 ଟଙ୍କା ବଦଳରେ ଭାରତରେ ପ୍ରାୟ 1 ଟଙ୍କା ମିଳିଥାଏ। 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon