ବିରାଟ-ରୋହିତ ବିବାଦ ଘଟଣାରେ ମୁହଁ ଖୋଲିଲେ ଶାସ୍ତ୍ରୀ

Wednesday, September 11, 2019

(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ଥିବା ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚାରେ ମୁହଁ ଖୋଲିଛନ୍ତି ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ । ଏପରି ଚର୍ଚ୍ଚାର କୌଣସି ଗୁରୁତ୍ୱ ନ ଥିବା କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ।

 

ମତାନ୍ତରକୁ ବିବାଦର ରୂପ ଦିଆଯାଇଛି

ଦଳରେ ସମସ୍ତ ଖେଳାଳିଙ୍କୁ ସେମାନଙ୍କ ମତ ରଖିବାର ସ୍ୱାଧୀନତା ରହିଛି । ଜରୁରୀ ନୁହେଁ ଯେ ସମସ୍ତଙ୍କ ମତ ସମାନ ହେବା ଆବଶ୍ୟକ । ସେହିପରି କୋହଲି ଓ ରୋହିତ କିଛି କଥାରେ ଭିନ୍ନ ମତ ଦେବା ଅର୍ଥ ନୁହେଁ ସେମାନଙ୍କ ମଧ୍ୟରେ ବିବାଦ ରହିଛି। ମତାନ୍ତରକୁ ଅଯଥା ବିବାଦର ରୂପ ଦିଆଯାଇଛି ବୋଲି ଶାସ୍ତ୍ରୀ କହିଛନ୍ତି ।

 

ଭାରତୀୟ  କ୍ରିକେଟ ଦଳରେ ଥିବା ବିବାଦ ଗତ ବିଶ୍ଵକପ ପରେ ପରେ ସାମନାକୁ ଆସିଥିଲା ।

 

ଗତ ଜୁଲାଇ ମାସରେ  ହିନ୍ଦୀ ଖବର କାଗଜ ଦୈନିକ ଜାଗରଣ ଜଣେ ଭାରତୀୟ ଟିମ ସଦସ୍ୟଙ୍କ ନାମ ନ ପ୍ରକାଶ କରି କହିଥିଲା ଯେ ଦଳରେ କେବଳ କୋହଲୀ ତଥା କୋଚ ରବି ଶାସ୍ତ୍ରୀଙ୍କ  ମତ ଚାଲୁଅଛି । ସେହିପରି ଯେଉଁ ଖେଳାଳୀଙ୍କ ଏହି ଦୁଇଜଣଙ୍କ ଶୟତା ଭଲ ସମ୍ପର୍କ କେବଳ ସେମାନେ ଖେଳୁଛନ୍ତି ଅଥବା ଏହିପରି ଖେଳାଳି ଯେଉଁମାନଙ୍କ ପ୍ରଦର୍ଶନ ଅତି ଭଲ ଓ ଯାହାଙ୍କୁ ବାଦ ଦିଆଯାଇ ପାରିବନାହିଁ।  

 

ସେହିପରି ଦଳରେ ବିରାଟ ଓ ଉପଅଧିନାୟକ ରୋହିତଙ୍କ ମଧ୍ୟରେ ଖୋଲଖୋଲି କିଛି କଥାରେ ବିତରକେ ହେଇଥିବା ମଧ୍ୟ ସାମନାକୁ ଆସିଥିଲା ।

 

ଚର୍ଚ୍ଚା ଆଗକୁ ନ ବଢାଇବାକୁ ପରାମର୍ଶ

ଶାସ୍ତ୍ରୀ ଗଣମାଧ୍ୟମ ଓ କ୍ରିକେଟ ପ୍ରେମୀମାନଙ୍କୁ କହିଛନ୍ତି, ଦଳରେ ୧୫ ଜଣ ଖେଳାଳି ରହିଛନ୍ତି । ଅନେକ ସମୟରେ ସେମାନେ କୌଣସି ପ୍ରସଙ୍ଗରେ ଭିନ୍ନ ମତ ରଖିଥାନ୍ତି । ଏହାକୁ ଉତ୍ସାହିତ କରିବା ଦରକାର । ସମସ୍ତେ ମତ ରଖିବା ପରେ ଶ୍ରେଷ୍ଠ ମତକୁ ଗ୍ରହଣ କରାଯାଇଥାଏ । ଏହାର ଅର୍ଥ ନୁହେଁ ଯେ ଜଣଙ୍କ ମତ ଗ୍ରହଣୀୟ ହେବା ପରେ ଅନ୍ୟ ଜଣଙ୍କ ସହ ମନାନ୍ତର ସୃଷ୍ଟି ହେବ। ତେଣୁ ଏଭଳି ଚର୍ଚ୍ଚା ଆଗକୁ ନ ବଢିବା ଦରକାର ବୋଲି ଶାସ୍ତ୍ରୀ କହିଛନ୍ତି ।

 

କୋହଲି-ରୋହିତଙ୍କ ସମ୍ପର୍କ ଠିକ୍ ଅଛି

କୋହଲି ଓ ରୋହିତଙ୍କ ମଧ୍ୟରେ ସବୁ ଠିକ୍ ଅଛି ବୋଲି ଶାସ୍ତ୍ରୀ କହିଛନ୍ତି । ଯଦି ଉଭୟଙ୍କ ମଧ୍ୟରେ ମନାନ୍ତର ଥାଆନ୍ତା ତେବେ ରୋହିତ କିପରି ବିଶ୍ୱକପରେ ୫ଟି ଶତକ ମାରିଲେ ବୋଲି ଶାସ୍ତ୍ରୀ ପ୍ରଶ୍ନ କରିଛନ୍ତି । ପାଞ୍ଚ ବର୍ଷ ହେବ ଭାରତୀୟ ଡ୍ରେସିଂ ରୁମରେ ରହି ସବୁ ଖେଳାଳିଙ୍କ କାର୍ଯ୍ୟଦକ୍ଷତା ଓ ଖେଳିବାର କୌଶଳ ଅତି ନିକଟରୁ ଦେଖିଛି । ଏହି ଦକ୍ଷ ଖେଳାଳିଙ୍କ ମଧ୍ୟରେ କୌଣସି ବିବାଦ ନାହିଁ ବୋଲି ଶାସ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon