ଅତି ସାଧାରଣ ରୋଗରୁ ହେଇଥାଏ ମସ୍ତିଷ୍କ ସାଇଲେଣ୍ଟ ଷ୍ଟ୍ରୋକ : ଜାଣନ୍ତୁ ପ୍ରତିକାର

Wednesday, September 11, 2019

(ବେତାର ବ୍ୟୁରୋ) ସାଧାରଣତଃ ମସ୍ତିଷ୍କରେ ଷ୍ଟ୍ରୋକ ହେବା ପୂର୍ବରୁ ଏହାର ଅନେକଗୁଡିଏ ଲକ୍ଷଣ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଥାଏ । ହେଲେ ସାଇଲେଣ୍ଟ ଷ୍ଟ୍ରୋକ ହେବା ପୂର୍ବରୁ ଜଣେ ଏ ବିଷୟରେ କିଛି ଜାଣିପାରି ନ ଥାଏ । ଏହି ରୋଗର ସେପରି କିଛି ବଡ ଧରଣ ଲକ୍ଷଣ ଜଣା ପଡି ନ ଥାଏ । ଡାକ୍ତରଙ୍କୁ ଦେଖାଇବା ପରେ ହିଁ ଏହା ବିଷୟରେ ଜଣାପଡେ । ଫଳରେ ଅନେକ ସମୟରେ ସାଇଲେଣ୍ଟ ଷ୍ଟ୍ରୋକ କିଲର ପାଲଟିଯାଏ ।

 

ଜାଣନ୍ତୁ କ’ଣ ଏହି ସାଇଲେଣ୍ଟ ବ୍ରେନ ଷ୍ଟ୍ରୋକ ।

ମସ୍ତିଷ୍କର ଛୋଟ ଭାଗରେ ପ୍ରଥମେ ସାଇଲେଣ୍ଟ ଷ୍ଟ୍ରୋକ ପ୍ରଭାବ ପାଇଥାଏ । ଏହା ଦ୍ୱାରା ମସ୍ତିଷ୍କର ସେଲ କାମ କରିବା ବନ୍ଦ ହୋଇଯାଇଥାଏ । ଏହା ଶରୀରର ସେତେ କ୍ଷତି କରୁ ନ ଥିଲେ ହେଁ ସ୍ମୃତି ଶକ୍ତି ଏହା ଦ୍ୱାରା ପ୍ରଭାବିତ ହୋଇଥାଏ । ଯଦି ସ୍ମୃତିଶକ୍ତି ହରାଉଥିବା ଅନୁଭବ କରନ୍ତି ତେବେ ସମୟ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । 

 

ସାଇଲେଣ୍ଟ ଷ୍ଟ୍ରୋକର କାରଣ

-ଡାଇବେଟିସ୍

-ଉଚ୍ଚ ରକ୍ତଚାପ

-ମୁଣ୍ଡରେ ଆଘାତ ଲାଗିବା

-ବ୍ଲଡ କ୍ଲଟ ହୋଇଯିବା

-ଅତ୍ୟଧିକ ଡ୍ରଗ୍ସ ବ୍ୟବହାର କରିବା

 

କିପରି ଜଣାପଡିଥାଏ

ସାଇଲେଣ୍ଟ ଷ୍ଟ୍ରୋକ ହେଲେ ବ୍ରେନ ସିଟି ସ୍କାନ ଓ ଏମଆରଆଇ ବେଳେ ମସ୍ତିଷ୍କରେ ଧଳା ଧଳା ସ୍ପଟ ଥିବା ଦେଖାଯାଇଥାଏ । ଯଦି ଏହା ଥିବା ଜଣାପଡେ ତେବେ ସମ୍ପୃକ୍ତ ବ୍ୟକ୍ତି ସାଇଲେଣ୍ଟ ଷ୍ଟ୍ରୋକର ଶିକାର ହୋଇଥିବା ଡାକ୍ତର କହିଥାନ୍ତି ।

 

ସାଇଲେଣ୍ଟ ଷ୍ଟ୍ରୋକର ଲକ୍ଷଣ

 

-ୟୁରିନ ଲିକ୍ ହେବା

-ବାରମ୍ବାର ପଡିଯିବା

-ଶରୀର ଉପରେ ନିୟନ୍ତ୍ରଣ ନ ରହିବା

-ବାରମ୍ବାର ମୁଡ୍ ବଦଳିବା

 

କିପରି ଚିକିତ୍ସା କରିବେ

-ଦୈନିକ ଅତିକମରେ ୩୦ ମିନିଟ୍ ବାୟାମ କରନ୍ତୁ ।

-ରକ୍ତଚାପ ନିୟନ୍ତ୍ରଣରେ ରଖନ୍ତୁ ।

-ଫାଷ୍ଟଫୁଡ କିମ୍ବା ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।

-ଅଧିକ ମାତ୍ରାରେ ସବୁଜ ପନିପରିବା ଖାଆନ୍ତୁ ।

-ଆମିଷ ଖାଦ୍ୟ କମାଇଦିଅନ୍ତୁ ।

-ବ୍ଲଡରେ ସୁଗାର ନିୟନ୍ତ୍ରଣରେ ରଖନ୍ତୁ ।

-ଅଧିକ ମିଠା ଖ।ଅ।ନ୍ତୁ ନାହିଁ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon