ପତଳା ଶରୀର ପାଇଁ ଚିନ୍ତିତ ? ଘରେ କରନ୍ତୁ ଏମିତି କଦଳୀର ସେବନ

Monday, September 16, 2019

 

(ବେତାର ବ୍ୟୁରୋ) ଆଜିକାଲି ଓଜନ କମାଇବା ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଅନେକ ଯୁବବର୍ଗର ବ୍ୟକ୍ତିବିଶେଷ ଓଜନ ବଢାଇବା ନେଇ ଚିନ୍ତିତ । ସାଧାରଣତଃ ଭାରତୀୟଙ୍କ ହାରାହାରି ହାରାହାରି ଓଜନ ଏବେ ବି ବିକଶିତ ଦେଶ ଗୁଡିକ ତୁଳନାରେ କମ ଥିବାରୁ ଆମ ଦେଶର ତଥା ରାଜ୍ୟରେ ଅନେକ ଯୁବବର୍ଗ ସେମାନଙ୍କ ବୟସ ତୁଳନାରେ କମ ଓଜନର ଦିଶିଥାନ୍ତି ।

 

ଶରୀର ଓଜନ ଆବଶ୍ୟକଠାରୁ କମ ରହିବା ଫଳରେ ବ୍ୟକ୍ତିତ୍ବର ବିକାଶ ହୋଇ ନ ଥାଏ । ଫଳରେ ଚାକିରି ହେଉ ବା ବିବାହ କ୍ଷେତ୍ରରେ ଅନେକ ସମାଲୋଚନା ତଥା କଟାକ୍ଷର ଶିକାର ହେବାକୁ ପଡିଥାଏ ।

 

ତେବେ ଏପରି କିଛି ଘରୋଇ ଉପାୟ ଅଛି ଯାହାକୁ ବ୍ୟବହାର କରି ଆପଣ ନିଜର ପତଳା ଶରୀରର ଓଜନ ବଢାଇପାରିବେ ।

 

ସେହିପରି ଏକ ଫଳ ହେଉଛି କଦଳୀ । କଦଳୀ ଖାଇବା ଦ୍ଵାରା ସହଜରେ ଶରୀରର ଓଜନ ବଢିଥାଏ ଓ ଶରୀରର ଶକ୍ତି ମଧ୍ୟ ବଢିଥାଏ ।

 

ଆପଣ କଦଳୀ ବହୁତ ଉପାୟରେ ସେବନ କରି ଶରୀରର ଓଜନ ବଢାଇ ପାରିବେ ।

 

 ୧. ଯଦି ପ୍ରତିଦିନ ସକାଳେ କଦଳୀ ଖାଇବା ପରେ କ୍ଷୀର ପିଅନ୍ତି ତେବେ ଓଜନ ଶୀଘ୍ର ବଢିଥାଏ ।

 

 ୨. ଖାଦ୍ୟ ଖାଇବା ପରେ ଯଦି କଦଳୀ ର ସେବନ କରନ୍ତି ତେବେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ଓ ଶରୀରକୁ ପୋଷକ ତତ୍ତ୍ଵ ମିଳିଥାଏ । ଏଥିପାଇଁ ଆପଣ ପ୍ରତିଦିନ ଖାଦ୍ୟ ଖାଇବା ପରେ କଦଳୀ ନିଶ୍ଚିତ ଖାଆନ୍ତୁ ।

 

 ୩. ଯଦି ଆପଣଙ୍କୁ କ୍ଷୀର ପସନ୍ଦ ନୁହେଁ ତେବେ ଆପଣ କ୍ଷୀରରେ କଦଳୀ ପକାଇ କଦଳୀ ସେକ୍ କରି ପିଅନ୍ତୁ । ଆପଣ ଦୁଇଟି କଦଳୀ ନେଇ ଛୋଟ ଛୋଟ କରି କାଟି ମିକ୍ସିରେ ପକାନ୍ତୁ ଓ ଏଥିରେ ଥଣ୍ଡା କ୍ଷୀର ମିଶାଇ ଗ୍ରାଇଣ୍ଡ କରନ୍ତୁ । ଆପଣ ଚାହିଁଲେ ଏଥିରେ ଚିନି ମଧ୍ୟ ପକାଇ ପାରିବେ ।

୪. କଦଳୀ ଓ ଚକୋଲେଟ କୁ ଏକା ସହିତ ସେବନ କରିବା ଦ୍ଵାରା ମଧ୍ୟ ଓଜନ ବଢାଯାଇ ପାରିବ । ଆପଣ ଗୋଟିଏ ଗ୍ଳାସ କ୍ଷୀରରେ ଚକୋଲେଟ ପକାଇ ତାହାକୁ ଭଲ ଭାବେ ଗରମ କରନ୍ତୁ । ଏହା ପରେ ଆପଣ ଦୁଇଟି କଦଳୀ ଖାଇ କ୍ଷୀରକୁ ପିଇ ଦିଅନ୍ତୁ । ଲଗାତାର ୩ ସପ୍ତାହ ଏପରି କଲେ ଆପଣଙ୍କର ଓଜନ ବଢିଯିବ ।

 

 ୫. ଆପଣ ଦହି ସହିତ ବି କଦଳୀର ସେବନ କରି ପାରିବେ । ଆପଣ ଗୋଟିଏ  ଗ୍ଳାସ କ୍ଷୀରରେ କଦଳୀ କାଟି ପକାଇ ଦିଅନ୍ତୁ ଓ ଏହାର ସେବନ କରନ୍ତୁ । ଯାହାକୁ ଶୀଘ୍ର ଥଣ୍ଡା ହୋଇଥାଏ ସେମାନେ ଦହି ଓ କଦଳୀ ଏକା ସହିତ ଖାଆନ୍ତୁ ନାହିଁ ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon