ଟିକଟକ ଧରାଇଦେଲା ଓଡିଶାର କୋଟିପତି ବ୍ରାଉନସୁଗାର ସ୍ମଗଲର୍

Tuesday, September 17, 2019

(ବେତାର ବ୍ୟୁରୋ) ଦୀର୍ଘଦିନ ଧରି ଓଡିଶାର ବିଭିନ୍ନ ଅଞ୍ଚଳକୁ ଖାସ କରି ରାଜଧାନୀ ଅଞ୍ଚଳରେ ବାଲେଶ୍ଵର ଜିଲ୍ଲାରୁ ବ୍ରାଉନସୁଗାର ଆସୁଥିଲେ ମଧ୍ୟ ମୁଖ୍ୟ କାର୍ପଟଦାର ବା କିଙ୍ଗପିନକୁ ଧରିବାରେ ପୋଲିସ ଅକ୍ଷମ ଥିଲା । ଏହାର କାରଣ ହେଉଛି ରାଜ୍ୟରେ ଏହି ବ୍ୟବସାୟର ମୁଖ୍ୟ ସେକ ରାଜା ଓଡିଶାରେ ଅନୁପସ୍ଥିତ ରହି ଗୋଆ ଓ କଳିଆକତାରୁ ବ୍ୟବସାୟ ଚାଳନା କରୁଥିଲା ।

 

ତେବେ ସଉକିଆ ଥିବାରୁ ଟିକଟକ ଭିଡିଓ ମଧ୍ୟ କରୁଥିଲା । ଶେଷରେ ଏହି ଆକାଉଣ୍ଟରୁ ଲିଙ୍କ ପାଇ ପୋଲିସ ତାକୁ ସୋମବାର ଗିରଫ କରିଥିଲା ।

 

ଡ୍ରଗ୍ସ ସ୍ମଗଲର

ବାଲେଶ୍ଵର ସହରର ସହଦେବ ଖୁଣ୍ଟା ନିବାସୀ ମାତ୍ର 29 ବର୍ଷ ବୟସ୍କ ସେକ ରାଜା ଅଳ୍ପ ବୟସରୁ ପ୍ରଚୁର ସମ୍ପତ୍ତିର ମାଲିକ ହୋଇଥିଲା । ସେ ନିୟମିତ ଭାବେ ବଙ୍ଗଳାଦେଶ ତଥା ନେପାଳ ଯାଇ ସେଠାରୁ ବ୍ରାଉନସୁଗାର , ହେରୋଇନ ଇତ୍ୟାଦି ନିଶା ଦ୍ରବ୍ଯ ଆଣି ଗୋଆ ଓ କଲିକତା ସ୍ଥିତ ଭଡାଘରେ ରହୁଥିଲା । ଏହାପରେ ସେଠାରେ ବ୍ୟବସାୟ କରିବା ସହିତ ଭୁବନେଶ୍ବର, ଖୋର୍ଦ୍ଧା ଅଞ୍ଚଳର କିଛି କିଛି ଏଜେଣ୍ଟଙ୍କ ମାଧ୍ୟମରେ ବ୍ୟବସାୟ ଚଳାଇଥିଲା ।

 

ବାଲେଶ୍ଵରରେ ନିଜର ଏକ ବିଳାସପୂର୍ଣ୍ଣ ଘର ମଧ୍ୟ ତୋଳିଥିଲା ଓ ନିଜର କିଛି ସମ୍ପର୍କୀୟ ଭାଇମାନଙ୍କ ସହାୟତାରେ ସେଠାରେ ମଧ୍ୟ ବେପାର ଚଳାଇଥିଲା ।

 

ତେବେ ଓଡିଶାକୁ ବହୁତ କମ ଆସୁଥିଲା ଓ ଯେବେ ବି ଆସୁଥିଲା ବେଶ ବଦଳାଇ ଭୁବନେଶ୍ୱରରେ ବଡ ହୋଟେଲ ଠାରେ ରହୁଥିଲା ।

 

ଏଜେଣ୍ଟ ସୂଚନା 

ଗତ ସେପ୍ଟେମ୍ବର 10 ତାରିଖରେ ଭୁବନେଶ୍ୱର ପୋଲିସ ଏକ ବଡ ଡିଲରକୁ ଧରି ପ୍ରାୟ 25 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିଲେ । ଏହାପାରେ ଡିଲର ନିଜର ପରିଚୟ ଗୋପନ ରଖିବା ବଦଳରେ ପୋଲିସକୁ ମୁଖ୍ୟ ସ୍ମଗଲର ସେକ ରାଜା ଭୁବନେଶ୍ୱର ଆସୁଥିବାର ସୂଚନା ଦେଇଥିଲା  ଓ ବାଲେଶ୍ଵର ଏକ ଡିଲ ହେଉଥିବାର ଖବର ମଧ୍ୟ ଦେଇଥିଲା ।

 

ପୋଲିସକୁ ରାଜାର ଟିକଟକ ଆକାଉଣ୍ଟରୁ ତାହାର ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା । ଏହି ସବୁ ସୂଚନାକୁ ଆଧାର କରି ପୋଲିସ ଭୁବନେଶ୍ୱରରୁ ରାଜାକୁ ଓ ସେହିଦିନ ବାଲେଶ୍ଵରରେ ଏହାର ଅନ୍ୟାନ୍ୟ ସହଯୋଗୀଙ୍କୁ ଗିରଫ କରିଥିଲା ।  

 

ଗିରଫ ବେଳେ ରାଜାଠାରୁ ଏକ ଲକ୍ଷ ଟଙ୍କା, ଏକ ପିସ୍ତଲ ଓ ୧୩୦ଗ୍ରାମ ବ୍ରାଉନସୁଗାର ସହ ୬ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଥିଲା ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon