ଶନିର ବକ୍ରଗତି ଶେଷ: ଜାଣନ୍ତୁ କେଉଁ ରାଶି ଉପରେ କିପରି ପଡିବ ପ୍ରଭାବ

Wednesday, September 18, 2019

(ବେତାର ବ୍ୟୁରୋ) ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ପରେ ଶନି ସବୁଠାରୁ ବଡ ଗ୍ରହ । ପୃଥିବୀ ଠାରୁ ଅନେକ ଦୂରରେ ଥିଲେ ମଧ୍ୟ ଏହାର ଗ୍ରହ ଚାଳନା, ଘୂର୍ଣ୍ଣନ ବେଗ ଇତ୍ୟାଦି ପୃଥିବୀ ତଥା ମନୁଷ୍ୟ ସମାଜ ଉପରେ ଅନେକ ପ୍ରଭାବ ପକାଇବାରେ ସମସ୍ତ ହୋଇଥାଏ ।

 

ଜ୍ୟୋତିଷ ମତରେ ଶନି ହେଉଛି ଏପରି ଏକ ଗ୍ରହ ଯାହା କୁଣ୍ଡଳୀରେ କେବଳ ଖରାପ ସ୍ଥାନରେ ରହିଲେ ହିଁ ଅନିଷ୍ଟ କରିଥାଏ । ଏହି ଗ୍ରହ ମନୁଷ୍ୟର କର୍ମ ଉପରେ ପ୍ରଭାବ ପକାଉଅଥିବାରୁ କର୍ମକରି ବା ମାନସିକ ସ୍ଥିତି ବଦଳେଇ ଏହାର ଖରାପ ପ୍ରଭାବକୁ କିଛିଟା ପରିମାଣରେ ହ୍ରାସ କରାଯାଇପାରେ ।

 

ବୈଦିକ ଗଣନା ଅନୁସାରେ ଚଳିତ ବର୍ଷ ଏପ୍ରିଲ 30 ତାରିଖରେ ବେଗ ବଦଳାଇ ଧନୁ ରାଶିରେ ବକ୍ରୀ ହୋଇଥିବା ଶନି ଗ୍ରହ ବୁଧବାର (ସେପ୍ଟେମ୍ବର 18 ତାରିଖ) ରେ ବେଗ ପରିବର୍ତ୍ତନ କରି ମାର୍ଗୀ ହୋଇଛି ।

 

ଏହି ପରିବର୍ତ୍ତନ ଧନୁ ରାଶିସ୍ଥିତ ଶୁକ୍ର ଗ୍ରହ ନକ୍ଷତ୍ର ଉତ୍ତରାଷାଢା ନକ୍ଷତ୍ରରେ ହୋଇଛି । ଶନି ଗ୍ରହ ଡିସେମ୍ବର 27 ତାରିଖରେ ପୂର୍ବାଷାଢା ନକ୍ଷତ୍ରରେ ପ୍ରବେଶ କରିବ, ଯାହାକି ଏକ ସୂର୍ଯ୍ୟ ଗ୍ରହ ପରିଚାଳିତ ନକ୍ଷତ୍ର ।

 

ଆସନ୍ତୁ ଜାଣିବା ଶନିର ଏହି ବେଗ ପରିବର୍ତ୍ତନ କେଉଁ ରାଶି ପାଇଁ କି କି ପ୍ରଭାବ ଆଣିବ ।

 

ମେଷ
ବିଗତ ଦିନମାନଙ୍କରେ ଆପଣ ଯଦି କିଛି ଘାତପ୍ରତିଘାତର ସମ୍ମୁଖୀନ ହୋଇଥିବେ ତେବେ ତାହା ଦୂର ହେବ । ଆର୍ଥିକ ଲାଭ କ୍ଷେତ୍ରରେ ଯେଉଁ ପ୍ରସ୍ତାବ ଆସିବା ତାହାକୁ ସାଦରେ ଗ୍ରହଣ କରିନିଅନ୍ତୁ , ଆଗକୁ ଉନ୍ଣତି ହେବ । ପିତାଙ୍କ ସହିତ ସମ୍ବନ୍ଧ ମଧୁର ରଖନ୍ତୁ ।

 

ବୃଷ

ଶନିର ଏହି ଗ୍ରହ ଚଳନ ଆପଣଙ୍କ ପୁରୁଣା ଯୋଜନା କାର୍ଯ୍ୟକାରୀ କରେଇବାରେ ସାହାଯ୍ୟ କରିବ ଓ ଆର୍ଥିକ ଉନ୍ନତିର ସୁଯୋଗ ଆଣିଦେବ । ତେବେ କଠିନ ପରିଶ୍ରମ ଜାରି ରଖନ୍ତୁ, ଭବିଷ୍ୟତରେ ଭଲ ଫଳ ମିଳିବାର ଯୋଗ ରହିଛି । ଏହି ସମୟରେ ନିଜ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ ।

 

ମିଥୁନ

ଶନିର ମାର୍ଗୀ ଗତି ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଅଟକି ରହିଥିବା ପୁରୁଣା ଯୋଜନା ଆଗକୁ ବଢିବ । ଦୂର ଯାତ୍ରା କରିପାରନ୍ତି , ତେବେ ପ୍ରେମ ସମ୍ବନ୍ଧ ବା ପାର୍ଟନରସିପରେ ବ୍ୟବସାୟ କରୁଥିଲେ ମନୋମାଳିନ୍ୟ ହୋଇପାରେ ।

 

କର୍କଟ

ସ୍ୱାସ୍ଥ୍ୟରେ ଉନ୍ନତି ହେବ ଓ ମାନସିକ ଶାନ୍ତି ମିଳିବ । ଶନିର ଏହି ବେଗ ପରିବର୍ତ୍ତନ ଆପଣଙ୍କୁ ଜୀବନର ଅନେକ ଶିକ୍ଷା ଦେବ, ଏଣୁ ଖୋଲାମନରେ ସେ ସବୁକୁ ସାଦରେ ଗ୍ରହଣ କରି ନିଅନ୍ତୁ । ଖର୍ଚ୍ଚ ବଢିପାରେ , ଦେଖିଚାହିଁ ବ୍ୟୟ କରନ୍ତୁ ।

 

ସିଂହ
ଆପଣଙ୍କ ବନ୍ଦ ହେଇପଡିଥିବା ପ୍ରେମ ସମ୍ପର୍କ ବା ବନ୍ଧୁତାକୁ ପୁଣି ଠାରେ ସଜାଡିବା ନିମନ୍ତେ ଉତ୍ତମ ସମୟ । ଏହି ସମୟରେ ପୁରୁଣା କରଜ ପରିଶୋଧ କରିବାର ସୁଯୋଗ ପାଇବେ । ନୂଆ ଚାକିରି କରିବା କିମ୍ବା ବ୍ୟବସାୟ କରିବା ବିଷୟରେ ଭାବି ପାରନ୍ତି ।

 

କନ୍ୟା
ବିଗତ କିଛି ମାସଧରି ଘାତପ୍ରତିଘାତରୁ ଯେଉଁ ସବୁ ଶିକ୍ଷା ପାଇଥିବେ ତାହାକୁ ନେଇ ଆଗକୁ ବଢିବାର ସମୟ । ପରିବାରପ୍ରତି ସମୟ ଦିଅନ୍ତୁ, ବିଶେଷ କରି ମା’ ଙ୍କ ସ୍ୱାସ୍ଥ୍ୟର ଯତ୍ନ ଜରୁରୀ । କଠିନ ପରିଶ୍ରମ କଲେ ଆଗକୁ ଭଲ ଫଳ ମିଳିବାର ସମ୍ଭାବନା ରହିଛି । ଛାତି ଓ ଫୁସଫୁସ ଜନିତ ସମସ୍ୟା ଦେଖାଦେଇପାରେ , ସତର୍କ ରୁହନ୍ତୁ ।

ତୁଳା

ଗତ କିଛି ମାସ ଧାଇର ଯାହା କରିଆସୁଛନ୍ତି ତାହାକୁ ଜାରି ରଖନ୍ତୁ , ସୁଫଳ ଅବଶ୍ୟ ପାଇବେ । ନିଜର ସହକର୍ମୀ, ସାନା ଭାଇଙ୍କ ମନ ଦୁଃଖ ନ ହେଲା ଭଳି ବ୍ୟବହାର କଲେ ସବୁ ସମସ୍ୟାର ସମାଧାନ ପାଇବେ । ଯାତ୍ରା କରିବାର ଥିଲେ ଭଲ ଭାବେ ଯୋଜନା କରି ଯାଆନ୍ତୁ, କାରଣ ଅଯଥା ଖର୍ଚ୍ଚ ଯୋଗ ରହିଛି ।


ବିଛା

ପୁରୁଣା ପାରିବାରିକ ସମସ୍ୟା ଦୂର ହେବ, ତେବେ ନୂଆ ସମସ୍ୟା ଯେ ଆସିବନି ସେକଥା କୁହାଯାଇ ନ ପାରେ । ମା’ଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ ଓ କୌଣସି ସମ୍ପତ୍ତି ବିକ୍ରି କରି  ଲାଭାନ୍ଵିତ ହୋଇପାରନ୍ତି । ଆଯ ବୃଦ୍ଧିର ଯୋଗ ଦେଖାଉଛି ।

 

ଧନୁ

ଆପଣଙ୍କ ରାଶିରେ ଶନି ଗ୍ରହ ଥିବାରୁ ଏହାର ପ୍ରଭାବ ଏହି ରାଶିର ବ୍ୟକ୍ତିମାନଙ୍କ ଠାରେ ସବୁଠାରୁ ଅଧିକ ଅନୁଭୂତ ହେବ ।   ନିଜ ଜୀବନସାଥିଙ୍କ କଥାକୁ ସମ୍ମାନ ଦିଅନ୍ତୁ । ସ୍ଵାସ୍ଥ୍ୟଗତ ବା ମାନସିକ ସମସ୍ୟା ଦୂରହେବ ।

 

ମକର

ଶନି ଗ୍ରହ ଏହି ରାଶିର ବ୍ୟକ୍ତିମାନଙ୍କ ବ୍ୟକ୍ତିତ୍ବ ଓ ସମ୍ପତ୍ତିକୁ ସୁଚାଇ ଥାଏ । ଶନିର ଏହି ଚଳନ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଦୂରଯାତ୍ରାର ସୁଯୋଗ ଆଣିପାରେ । ଏହି ଗ୍ରହ ଚଳନ ଆପଣଙ୍କ ଆୟ ଓ ବ୍ୟୟ ଉଭୟ ବଢାଇବ । ଆଖି ବା ନିଦ ଜନିତ ସମସ୍ୟା ଦେଖାଦେଇପାରେ ।

କୁମ୍ଭ

ଏହି ଚଳନ ଆପଣଙ୍କ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ ସମୃଦ୍ଧି ଆଣିଦେବ । ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର ହେବ । ପ୍ରେମ ଜୀବନରେ କିଛିଟା ଅସୁବିଧା ଦେଖାଦେଇପାରେ ଓ ନୂତନ ପ୍ରେମ ସମ୍ପର୍କ ପାଇଁ ବାଟ ଖୋଲିପାରେ । ଏହି ସମୟ କ୍ୟାରିୟରରେ ଉନ୍ନତି ଆଣିବା ପାଇଁ ପ୍ରକୃତ ସମୟ ।

 

ମୀନ

ଏହି ଚଳନ ସମୟରେ ଚାକିରିଆ ମାନେ ନିଜର ଶତପ୍ରତିଶତ ମନଯୋଗ କେବଳ କାମ ପ୍ରତି ଲଗାଇବା ଉଚିତ । କଠିନ ପରିଶ୍ରମ କରିଚାଲନ୍ତୁ, ଭବିଷ୍ୟତରେ ଭଲ ଫଳ ମିଳିବ । ଦୂର ଯାତ୍ରାର ଯୋଗ ରହିଛି ।   

 

 

(ବି ଦ୍ର ଏହି ଗ୍ରହ ଚଳନର ଫଳାଫଳ ଜାତକରେ ଥିବା ଜନ୍ମରାଶି (ବୈଦିକ , ସୂର୍ଯ୍ୟ ରାଶି ନୁହେଁ) ହିସାବରେ ଦିଆଯାଇଛି । ଆପଣଙ୍କ ଦଶା ଫଳ ଅନୁସାରେ ତଥା ଜନ୍ମ ଜାତକରେ ଗ୍ରହ ସ୍ଥିତି ଅନୁସାରେ ପରିସ୍ଥିତି ଅଧିକ ଭଲ ବା ଖରାପ ହୋଇପାରେ । ଏହାକୁ କେବଳ ସଂକେତ  ହିସାବରେ ଧରିନେବାକୁ ଅନୁରୋଧ )   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon